ଓଡିଶା

odisha

ETV Bharat / state

ରାମ ମନ୍ଦିରରେ ରାମନବମୀ, ରାମ ନାମରେ ଗୁଞ୍ଜରିତ ଗଗନ ପବନ

ପବିତ୍ର ରାମନବମୀ ଅବସରରେ ରାମ ମନ୍ଦିରରେ ଭକ୍ତ ଗହଳି । ରାମନାମରେ କମ୍ପୁଛି ମନ୍ଦିର ପରିସର । ଅଧିକ ପଢନ୍ତୁ

ram navami at bhubaneswar
ram navami at bhubaneswar

By

Published : Mar 30, 2023, 12:18 PM IST

Updated : Mar 30, 2023, 5:49 PM IST

ରାମ ମନ୍ଦିରରେ ରାମନବମୀ

ଭୁବନେଶ୍ବର: ଆଜି ମର୍ଯ୍ୟାଦା ପୁରୁଷ ପ୍ରଭୁ ରାମଚନ୍ଦ୍ରଙ୍କ ଜନ୍ମ ଦିନ ଓ ରାମନବମୀ । ରାମନାମରେ କମ୍ପୁଛି ଗଗନ ପବନ। ଏନେଇ ଚଳଚଞ୍ଚଳ ହୋଇଉଠିଛି ରାଜଧାନୀର ରାମମନ୍ଦିର ପରିସର । ସକାଳୁ ସକାଳୁ ପ୍ରଭୁ ରାମଚନ୍ଦ୍ରଙ୍କ ସ୍ବତନ୍ତ୍ର ପୂଜାର୍ଚ୍ଚନା ଆରମ୍ଭ ହୋଇଥିବା ବେଳେ ଦର୍ଶନ ପାଇଁ ଭକ୍ତଙ୍କ ଭିଡ ଜମିଛି । ଆଜି ବଡି ଭୋର 4ଟା 30 ମିନିଟ ସମୟରୁ ମନ୍ଦିରରେ ଭକ୍ତଙ୍କ ଭିଡ ପରିଲଖିତ ହୋଇଛି । ଶ୍ରୀରାମ ନବମୀ ଅବସରରେ ଭକ୍ତଙ୍କ ପାଇଁ ମନ୍ଦିରରେ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଦୀର୍ଘ 2 ବର୍ଷ ପରେ ଚଳିତ ବର୍ଷ ବିନା କଟକଣାରେ ରାମ ମନ୍ଦିରରେ ପୂଜାର୍ଚ୍ଚନା ଚାଲିଛି । କଟକଣା ନଥିବାରୁ ଭଗବାନଙ୍କୁ ନିକଟରେ ଦର୍ଶନ କରି ଖୁସିରେ ବିଭୋର ହୋଇଛନ୍ତି ଭକ୍ତ । ଆଜି ସକାଳ ୭ଟାରେ ପ୍ରଭୁ ରାମଙ୍କର ଶୃଙ୍ଗାର ଆରତି ହୋଇଥିଲା । ଏହାପରେ ସକାଳ 10ଟାରୁ ରାମଚରିତ ମାନସ ନବାହ୍ନ ପାରାୟଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଭଜନକୀର୍ତ୍ତନ ଏବେ ଜାରି ରହିଥିବା ବେଳେ ମଧ୍ୟାହ୍ନ 12ଟାରୁ ଠାକୁରଙ୍କ ଜନ୍ମୋତ୍ସବ ଆରତି ତଥା ଅଭିଷେକ କରାଯିବା ନେଇ ନୀତି ନିର୍ଘଣ୍ଟ କରାଯାଇଛି । ଭକ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ସହ ଭିଡ଼କୁ ଦୃଷ୍ଟିରେ ରଖି ବ୍ୟାରିକେଟ ବ୍ୟବସ୍ଥା କରାଯାଇଛି । ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ମୁତୟନ କରାଯାଇଛି।

ଏହା ମଧ୍ୟ ପଢନ୍ତୁ-Ram Navami 2023: ଆଜି ଶ୍ରୀରାମ ନବମୀ, ରାମ ଧ୍ବନୀରେ କମ୍ପୁଛି ଚତୁର୍ଦିଗ

ରାମନ୍ଦିର ପରିସରେ ଆଜି ଶହ ଶହ ଭକ୍ତଙ୍କ ଭିଡ ପରିଲକ୍ଷିତ ହୋଇଛି । ଧାଡିରେ ଛିଡା ହୋଇ ଜଣଙ୍କ ପରେ ଜଣେ ଭଗବାନଙ୍କୁ ଦର୍ଶନ କରିବାର ସୁଯୋଗ ପାଇଛନ୍ତି । ନାମ ସଂକୀର୍ତ୍ତନ ସାଙ୍ଗକୁ ଘଣ୍ଟ ଘଣ୍ଟା ଓ ସଙ୍ଖନାଦରେ କମ୍ପୁଛି ମନ୍ଦିର ପରିସର । ରାମ ନାମରେ ଧ୍ବନୀରେ ଫାଟି ପଡୁଛି ସମଗ୍ର ପରିବେଶ । ଦୀର୍ଘ 2 ବର୍ଷ ପରେ ପ୍ରଭୁ ରାମଙ୍କୁ ରାମନବମୀରେ ଅତି ନିକଟରୁ ଦର୍ଶନ କରିବାର ସୁଯୋଗ ପାଇଛନ୍ତି ପ୍ରତିଟି ଭକ୍ତ ।

ଭଗବାନ ବିଷ୍ଣୁଙ୍କ ସପ୍ତମ ଅବତାରକୁ ଭଗବାନ ରାମଚନ୍ଦ୍ରଙ୍କର ଜନ୍ମ ଦିବସ ଭାବରେ ପାଳନ କରାଯାଏ । ଏହି ପବିତ୍ର ମୂହୁର୍ତ୍ତକୁ ଭକ୍ତମାନେ ରାମନବମୀ ରୂପେ ପାଳନ କରୁଛନ୍ତି । ପ୍ରଭାତରୁ ସମସ୍ତ ପୀଠ ମନ୍ଦିରେ ପ୍ରଭୁ ଶ୍ରୀରାମଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ଏହି ପବିତ୍ର ପର୍ବକୁ ଭକ୍ତମାନେ ଉପବାସ ରହି ପାଳନ କରିଛାନ୍ତି । ରାମନବମୀ ଦିନ ଭଗବାନ ରାମ ଓ ମା' ଭଗବତୀଙ୍କ ବିଧିବଦ୍ଧ ପୂଜାର୍ଚ୍ଚନା କରିବା ଦ୍ବାରା ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ବାସ ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Mar 30, 2023, 5:49 PM IST

ABOUT THE AUTHOR

...view details