ଭୁବନେଶ୍ବର: ଗଭୀର ଅବପାତର ରୂପ ନେଲା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ଅବପାତ (Depression over Bay of Bengal) । ଏବେ ଏହା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଛି । ଆସନ୍ତା ୧୨ ଘଣ୍ଟା ମଧ୍ୟରେ ନେବ ବାତ୍ୟାର ରୂପ । ବାତ୍ୟାର ରୂପ ନେବା ପରେ ରିକର୍ଭ କରିବ । ପରେ ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରିବା ସମ୍ଭାବନା ରହିଛି । ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳରେ ସ୍ଥଳଭାଗ ଛୁଇଁବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଗତ ୬ ଘଣ୍ଟା ହେବ ଘଣ୍ଟାପ୍ରତି ୧୮ କିଲୋମିଟର ବେଗରେ ଗତି କରୁଛି । ସାଗର ଦ୍ବୀପ ଠାରୁ ୬୮ କିଲୋମିଟର ଦକ୍ଷିଣରେ ରହିଛଇ ଗଭୀର ଅବପାତ । ପ୍ରଭାବରେ କାଲିଠୁ ଉପକୂଳ ଓଡିଶାରେ ଆରମ୍ଭ ହେବ ବର୍ଷା । ପ୍ରବଳ ବର୍ଷା ନେଇ ଜଗତସିଂହପୁର, କେନ୍ଦ୍ରାପଡା ଏବଂ ପୁରୀକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବର୍ଷା ସମୟରେ ଘଣ୍ଟାପ୍ରତି ୪୫ରୁ ୫୫ ଏବଂ ଝଟକା ପବନ ୬୫ କିଲୋମିଟର ପର୍ଯ୍ୟନ୍ତ ବହିବ । ଉଚ୍ଚ ଜୁଆର ପାଇଁ ଆଜିଠାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା । ସବୁ ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି ।
ଏହା ଉପକୂଳ ଠାରୁ ୨୦୦ରୁ ୨୫୦ କିଲୋମିଟ ଦୂରରେ ଯିବ ବାତ୍ୟା । ୨୫ ତାରିଖ ସକାଳେ ବାଂଲାଦେଶରେ କରିବ ଲ୍ୟାଣ୍ଡଫଲ । ଓଡ଼ିଶା ଉପରୁ ସମ୍ପୂର୍ଣ୍ଣ ଟଳିଲା ବାତ୍ୟା ବିପଦ । ଦୁଇ ଦିନ ପର୍ଯ୍ୟନ୍ତ ଉତ୍ତର ଉପକୂଳରେ ପ୍ରବଳ ବର୍ଷା ସମ୍ଭାବନା । ଘଣ୍ଟାପ୍ରତି ସର୍ବାଧିକ ୭୦ କିଲୋମିଟର ବହିପାରେ ପବନ । ୨୫ ଯାଏଁ ମତ୍ସଜୀବୀଙ୍କୁ ସମୁଦ୍ର ମନା । ସ୍ଥିତି ଉପରେ ନଜର ରଖିବାକୁ ଜିଲ୍ଲାପାଳଙ୍କୁ ଏସଆରସିଙ୍କ ଚିଠି । ଗତ କାଲିର ଅବପାତ ଆଜି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଗଭୀର ଅବପାତରେ ପରିଣତ ହୋଇଛି । ସେହିପରି ବାତ୍ୟା ସିତ୍ରାଙ୍ଗ ପ୍ରଭାବ ଓଡି଼ଶା ଉପକୂଳରେ ଆଂଶିକ ପଡିବ ।