ଭୁବନେଶ୍ବର:ଭୁବନେଶ୍ବରର ସମସ୍ତ ୪ଟି ଯାକ ସିଏଚସିରେ ଖୋଲିବ ଡେଙ୍ଗୁ ୱାର୍ଡ। ପ୍ରତି ଅର୍ବାନ ସିଏଚସିରେ ୧୦ଟି ଲେଖାଏଁ ବେଡ୍ ରହିବ ।ରାଜଧାନୀରେ ଡେଙ୍ଗୁ ସ୍ଥିତି ଅଣାୟତ୍ତ ହେବା ପରେ ଏଭଳି ନିଷ୍ପତ୍ତି ନେଇଛି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ । ଏପଟେ ରାଜ୍ୟରେ ଏପର୍ଯ୍ୟନ୍ତ କୌଣସି ଡେଙ୍ଗୁ ଜନିତ ମୃତ୍ୟୁ ହୋଇନଥିବା ସରକାରୀ ସୂଚନା ରହିଛି । ଭୁବନେଶ୍ବରର ସମସ୍ତ ୪ଟି ଯାକ ସିଏଚସିରେ ଖୋଲିବ ଡେଙ୍ଗୁ ୱାର୍ଡ । ପ୍ରତି ଅର୍ବାନ ସିଏଚସିରେ ୧୦ଟି ଲେଖାଏଁ ବେଡ୍ ରହିବ । ରାଜଧାନୀରେ ଡେଙ୍ଗୁ ସ୍ଥିତି ଅଣାୟତ୍ତ ହେବା ପରେ ଏଭଳି ନିଷ୍ପତ୍ତି ନେଇଛି ଜନସ୍ୱାସ୍ଥ୍ୟ ବିଭାଗ । ଚଳିତ ବର୍ଷ କେବଳ ଭୁବନେଶ୍ଵର ମହାନଗର ନିଗମ ଅଞ୍ଚଳରୁ ୧ ହଜାର ୫୯ ଡେଙ୍ଗୁ ପଜିଟିଭ ଚିହ୍ନଟ ହୋଇଛନ୍ତି । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ରାଜଧାନୀରେ ଡେଙ୍ଗୁ ରୋଗଙ୍କ ସଂଖ୍ୟା ବଢୁଥିବାରୁ ସମସ୍ତେ ପ୍ରସ୍ତୁତ ରହିବାକୁ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ ରହିଛି । ବ୍ଲଡ ବ୍ୟାଙ୍କରେ ରକ୍ତ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଏହା ମଦ୍ୟ ପଢନ୍ତୁ....ସଜାଗ ଅଛି ତ BMC ? ଭୁବନେଶ୍ବର ମାର୍କେଟରେ ଡେଙ୍ଗୁ ଆତଙ୍କ
ଏହା ସହିତ ଡେଙ୍ଗୁ ପରୀକ୍ଷା ପାଇଁ କ୍ୟାପିଟାଲ ହସ୍ପିଟାଲ ସ୍ଵତନ୍ତ୍ର ବ୍ୟବସ୍ଥା କରାଯିବ । ଡେଙ୍ଗୁ ମୃତ୍ୟୁହାର ଶୂନ ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ଏଥିପାଇଁ ସବୁ ଜିଲ୍ଲାରେ ବିଶେଷଜ୍ଞ କମିଟି ରହିଛି । ବିଶେଷଜ୍ଞ କମିଟି ଯାଞ୍ଚ କରି ତଥ୍ୟ ଦେବା ପରେ ଡେଙ୍ଗୁ ମୃତ୍ୟୁ ଜଣାଯାଏ । ଏବେ ସୁଦ୍ଧା କୌଣସି ଡେଙ୍ଗୁ ମୃତ୍ୟୁ ତଥ୍ୟ ନାହିଁ ।