ଓଡିଶା

odisha

ପୁରୀରୁ ରାୟପୁରକୁ ବନ୍ଦେ ଭାରତ ଚଳାଚଳ ପାଇଁ ଦାବି, ସମୟ ଆସିଲେ ନିଶ୍ଚିତ ଗଡିବ କହିଲେ ଧର୍ମେନ୍ଦ୍ର

By ETV Bharat Odisha Team

Published : Sep 24, 2023, 7:47 PM IST

ପୁରୀରୁ ରାୟପୁରକୁ ତୃତୀୟ ବନ୍ଦେ ଭାରତ ଚଳାଇବା ପାଇଁ ଉଠିଲା ଦାବି । ଧର୍ମେନ୍ଦ୍ର କହିଲେ ସମୟ ଆସିଲେ ନିଶ୍ଚିତ ଗଡିବ ଟ୍ରେନ । ଅଧିକ ପଢନ୍ତୁ

ପୁରୀରୁ ରାୟପୁରକୁ ତୃତୀୟ ବନ୍ଦେ ଭାରତ ଚଳାଇବା ପାଇଁ ଦାବି
ପୁରୀରୁ ରାୟପୁରକୁ ତୃତୀୟ ବନ୍ଦେ ଭାରତ ଚଳାଇବା ପାଇଁ ଦାବି

ପୁରୀରୁ ରାୟପୁରକୁ ତୃତୀୟ ବନ୍ଦେ ଭାରତ ଚଳାଇବା ପାଇଁ ଦାବି

ଭୁବନେଶ୍ବର: ପୁରୀରୁ ରାଉରକେଲା ପରେ ଏବେ ପୁରୀରୁ ରାୟପୁର ବନ୍ଦେ ଭାରତ ଟ୍ରେନ ପାଇଁ ଦାବି । ରାୟପୁରକୁ ତୃତୀୟ ବନ୍ଦେ ଭାରତ ଚଳାଇବା ପାଇଁ ଦାବି ଉଠାଇଛନ୍ତି ବିରୋଧ ଦଳର ନେତା ଜୟ ନାରାୟଣ ମିଶ୍ର । ଆଜି ନୂଆଦିଲ୍ଲୀରୁ ଭିଡିଓ କନଫରେସିଂ ଯୋଗେ ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ୍ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦି । ପୁଣି ପୁରୀରୁ ରାୟପୁର ତୃତୀୟ ପର୍ଯ୍ୟୟ ଟ୍ରେନ ଗଡିବା ନେଇ ଦାବି ଉପରେ ରେଲମନ୍ତ୍ରୀଙ୍କ ସହ ଅଲୋଚନା କରିବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତେବେ ବିଭିନ୍ନ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା କହିଛନ୍ତି ରାଜ୍ୟସଭା ସାଂସଦ ସୁଲତା ଦେଓ ।

ରାଜ୍ୟ ସଭା ସାଂସଦ ସୁଲତା ଦେଓ କହିଛନ୍ତି, ‘‘ରାଜ୍ୟରେ ଏବେବି 7ଟି ଜିଲ୍ଲାରେ ରେଳ ବ୍ୟବସ୍ଥା ନାହିଁ । ଯାହା ମୁଖ୍ୟମନ୍ତ୍ରୀଙ୍କ ପରିକଳ୍ପନା ରହିଛି ରେଳପଥ ପାଇଁ ଜାଗା ଦେବେ ଓ 50 ଭାଗ ଅର୍ଥ ମଞ୍ଜୁର କରିବେ । କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମନ୍ବୟ ରହିଲେ 7ଟି ଜିଲ୍ଲାରେ ରେଳ ଗଡ଼ିପାରିବ । ଏହି ବନ୍ଦେ ଭରତ ଏକ୍ସପ୍ରେସ ସମସ୍ତଙ୍କୁ ଏକଜୁଟ ଦେଶବାସୀଙ୍କ ଏକଜୁଟ କରିବ ।’’


ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ର କହିଛନ୍ତି, ରାଜ୍ୟରେ ଦ୍ବିତୀୟ ବନ୍ଦେ ଭାରତ ଏକ୍ସପ୍ରେସକୁ ଗଡିବା ଆମପାଇଁ ଖୁସିର ବିଷୟ । ଲୋକଙ୍କର ଦାବି ରହିଛି ଆଉ ଗୋଟିଏ ବନ୍ଦେ ଭରତ ଟ୍ରେନ ପୁରୀରୁ ରାୟପୁର ଭାୟା ସମ୍ବଲପୁର ଦେଇ ଚାଲିବା ଅବଶ୍ୟକତା ରହିଛି । ଯାହା ଫଳରେ ଛତିଶଗଡ ସହିତ ଗମନାଗମନ ସୁବିଧା ହୋଇପାରିବ । ଛତିଶଗଡରୁ ବହୁତ ସଂଖ୍ୟାରେ ଶ୍ରଦ୍ଧାଳୁମାନେ ପୁରୀ ଶ୍ରୀଜଗନ୍ନାଥ ଦର୍ଶନ କରିବା ପାଇଁ ଆସିଥାନ୍ତି । ଏହାସହ କଳାହାଣ୍ଡି ବଲାଙ୍ଗୀରକୁ ମଧ୍ୟ ଏହା ଦ୍ଵାରା ଯୋଗାଯୋଗର ସୁବିଧା ହୋଇପାରିବ ।’’

ଏହା ମଧ୍ୟ ପଢନ୍ତୁ..ରାଜ୍ୟରେ ଗଡିଲା ଦ୍ଵିତୀୟ ବନ୍ଦେ ଭାରତ ଏକ୍ସପ୍ରେସ, ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ‘‘ବନ୍ଦେ ଭାରତ ହେଉଛି ମୋଦି ସରକାରଙ୍କ ଓଡ଼ିଶା ପାଇଁ ଉପହାର । ପୂର୍ବରୁ ଓଡ଼ିଶାରେ ରେଳ କଥା କହିଲେ ଖୋର୍ଦ୍ଧାକୁ ହିଁ ବୁଝାଉଥିଲା । ଆଜି କିନ୍ତୁ ସେ ସମୟ ଆଉ ନାହିଁ । ତାର ବଡ ଉଦାହରଣ ଦିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ପୁରୀରୁ ରାଉରକେଲା ଯୋଡ଼ି ହୋଇଛି । ଆଗକୁ ଯଦି ସମୟ ଆସେ ତେବେ ରାୟପୁରରୁ ସମ୍ବଲପୁର-ପୁରୀ ରୁଟ ଦେଇ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ ନିଶ୍ଚୟ ଚାଲିବ।’’

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details