ଓଡିଶା

odisha

ETV Bharat / state

ବନ୍ଦ ପଡିଛି କ୍ରସର, ଅନୁମତି ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ଦାବିପତ୍ର - stone crusher woner union of khurdha

ଖୋର୍ଦ୍ଧା ଅଞ୍ଚଳରେ ଏକାଧକ କ୍ରସର ୟୁନିଟ ବନ୍ଦ ପଡିଥିବାବେଳେ ଜୀବିକା ହରାଇଛନ୍ତି ହଜାର ହଜାର ଶ୍ରମିକ । କ୍ରସର ଖୋଲିବାକୁ ଅନୁମତି ଦେବା ପାଇଁ ମୁଖ୍ୟ ଶାସନ ସଚିବଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲା ମାଲିକ ସଂଘ । ଅଧିକ ପଢନ୍ତୁ...

ବନ୍ଦ ପଡିଛି କ୍ରସର, ଅନୁମତି ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ଦାବିପତ୍ର
ବନ୍ଦ ପଡିଛି କ୍ରସର, ଅନୁମତି ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ଦାବିପତ୍ର

By

Published : Oct 5, 2021, 8:41 PM IST

ଖୋର୍ଦ୍ଧା: ଖୋର୍ଦ୍ଧା ଅଞ୍ଚଳରେ ବନ୍ଦ ପଡିଛି ଏକାଧିକ କ୍ରସର । ଫଳରେ ଦୀର୍ଘଦିନ ହେଲାଣି କ୍ରସରରେ କାମ କରି ପରିବାର ପୋଷୁଥିବା ଶ୍ରମିକମାନେ ଜୀବିକା ହରାଇ ହାତ ବାନ୍ଧି ବସିବାକୁ ବାଧ୍ୟ ହେଉଛନ୍ତି । ତେଣୁ ତୁରନ୍ତ କ୍ରସର ୟୁନିଟ ଖୋଲିବା ଅନୁମତି ପାଇଁ ଦାବି ହୋଇଛି । ଆଜି ଏନେଇ ଆଞ୍ଚଳିକ କ୍ରସର ମାଲିକ ସଂଘ ପକ୍ଷରୁ ମୁଖ୍ୟ ଶାସନ ସଚିବଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦିଆଯାଇଛି ।

ବନ୍ଦ ପଡିଛି କ୍ରସର, ଅନୁମତି ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ଦାବିପତ୍ର

ସଂଘ କରିଥିବା ଅଭିଯୋଗ ଅନୁସାରେ, ଖୋର୍ଦ୍ଧା ଅଞ୍ଚଳର କ୍ରସର ୟୁନିଟଗୁଡିକୁ ପରିବେଶ ମଞ୍ଜୁରୀ ସାର୍ଟିଫିକେଟ୍ ମିଳୁ ନଥିବାରୁ ସେଗୁଡିକ ବନ୍ଦ ରହିଛି । ଫଳରେ ବହୁ ଶ୍ରମିକ ନିଜର ଜୀବିକା ହରେଇଛନ୍ତି । ଏହା ସହିତ ବିଦ୍ୟୁତ ବିଭାଗ କ୍ରସର ୟୁନିଟ୍ ଗୁଡିକରୁ ଅଧିକ ପରିମାଣର ଉପଭୋକ୍ତା ବିଲ୍ ଆଦାୟ କରୁଥିବା ମଧ୍ୟ ଅଭିଯୋଗ ହୋଇଛି । ଏହାକୁ ବିଚାରକୁ ନେଇ କ୍ରସର ୟୁନିଟକୁ ଅନୁମତି ପ୍ରଦାନ କରିବା ପାଇଁ ଆଞ୍ଚଳିକ କ୍ରସର ସଂଘ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟଶାସନ ସଚିବକୁ ଦାବିପତ୍ର ଦିଆଯାଇଛି । ଦାବି ପୁରଣ ନହେଲେ ଆଗାମୀ ଦିନରେ କ୍ରସର ୟୁନିଟରେ କାମ କରୁଥିବା ଶ୍ରମିକମାନେ ରାଜ ରାସ୍ତାକୁ ଓହ୍ଲାଇବା ନେଇ ମଧ୍ୟ ସଂଘ ଚେତାବାନୀ ଦେଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details