ଓଡିଶା

odisha

ETV Bharat / state

ବାଲୁଖଣ୍ଡ ଫେରିଲେ ବିରଳ ଚିତ୍ରା ହରିଣ

ଘର ବାହୁଡିଛନ୍ତି ଚିତ୍ରା ହରିଣ । ବାଲୁଖଣ୍ଡ ଅଭୟାରଣ୍ୟରେ ବିରଳ ଚିତ୍ରା ହରିଣଙ୍କ ଜୀବିତ ଥିବାକୁ ନେଇ ପ୍ରଶ୍ନ ଉଠିଥିବାବେଳେ ସନ୍ଦେହ ଦୂର କରିଛି ସୂଚନା ଓ ଲୋକ ସମ୍ପର୍କ ବିଭାଗ ।

By

Published : May 15, 2019, 8:17 PM IST

ଫଟୋ ସୌଜନ୍ୟ: ବ୍ୟୁରୋ ଚିଫ୍, ଭୁବନେଶ୍ବର

ଭୁବନେଶ୍ୱର: ବାତ୍ୟା 'ଫନି'ର ତାଣ୍ଡବ ପରେ ବାଲୁଖଣ୍ଡ ଅଭୟାରଣ୍ୟର ଥିବା ବିରଳ ଚିତ୍ରା ହରିଣଙ୍କୁ ନେଇ ଉଠିଥିଲା ପ୍ରଶ୍ନ । ସେମାନେ ଜୀବିତ ଅଛନ୍ତି ନା ଅଭୟାରଣ୍ୟ ଛାଡି ପଳାଇଛନ୍ତି ସେନେଇ ସନ୍ଦେହ ସୃଷ୍ଟି ହୋଇଥିଲା । ତେବେ ଆଜି(ବୁଧବାର) ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି ।

ସବୁ ସନ୍ଦେହ ଦୂର କରି ଆଜି(ବୁଧବାର) ସୂଚନା ଓ ଲୋକ ସମ୍ପର୍କ ବିଭାଗ ମଙ୍ଗଳବାର ରାତିରେ ହରିଣଙ୍କ ସିସିଟିଭି ଫଟୋ ଜାରି କରିଛି । ଏହି ଫଟୋ ଗୁଡିକ ମଙ୍ଗଳବାର ବିଳମ୍ବିତ ରାତିରେ ସିସିଟିଭିରେ କଏଦ ହୋଇଛି । ହରିଣଙ୍କ ସମ୍ପର୍କରେ ଜାଣିବା ପାଇଁ ବାଲୁଖଣ୍ଡର ବିଭିନ୍ନ ସ୍ଥାନରେ ସିସିଟିଭି ଲଗାଯାଇଥିଲା ।

ଏହି ଫଟୋ ସୂଚାଇ ଦେଉଛି ଯେ, ବାଲୁଖଣ୍ଡକୁ ପୁଣି ଥରେ ଏହି ବିରଳ ଚିତ୍ରା ହରିଣ ଫେରି ଆସିଛନ୍ତି ।

ଭୁବନେଶ୍ବରରୁ ଅଜିତ କୁମାର ଦାଶ, ଇଟିଭି ଭାରତ

ABOUT THE AUTHOR

...view details