ଓଡିଶା

odisha

ETV Bharat / state

Naba Das Murder: ମୋ ବାପାଙ୍କ ହତ୍ୟାକାଣ୍ଡକୁ ନେଇ ରାଜନୀତି କରାନଯାଉ: ଦୀପାଳି - ନବ ଦାସ ହତ୍ୟାକାଣ୍ଡ

ସ୍ବାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ହତ୍ୟା ଘଟଣାର ରହସ୍ୟ ଜାଣିବା ଲାଗି ବିରୋଧୀ ଦଳ ନେତା ରାଜ୍ୟ ସରକାର ଓ କ୍ରାଇମବ୍ରାଞ୍ଚକୁ ଟାର୍ଗେଟ କରିଛନ୍ତି । ଏହାରି ମଧ୍ୟରେ ମନ୍ତ୍ରୀଙ୍କ ଝିଅ ଦୀପାଳି ସମସ୍ତଙ୍କୁ ଅନୁରୋଧ କରିଛନ୍ତି ଯେ ତାଙ୍କ ବାପାଙ୍କ ହତ୍ୟାକାଣ୍ଡକୁ ନେଇ ରାଜନୀତି କରାନଯାଉ । ଅଧିକ ପଢନ୍ତୁ

Deepali das
Deepali das

By

Published : Feb 21, 2023, 4:33 PM IST

ମୋ ବାପାଙ୍କ ହତ୍ୟାକାଣ୍ଡକୁ ନେଇ ରାଜନୀତି କରାନଯାଉ

ଭୁବନେଶ୍ବର:ସ୍ବାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସଙ୍କ ହତ୍ୟା ଘଟଣାକୁ ୨୦ ଦିନ ବିତିଲାଣି । ବର୍ତ୍ତମାନ ସୁଦ୍ଧା ନବ ହତ୍ୟାକାଣ୍ଡର କାରଣ ରହସ୍ୟ ଘେରରେ ରହିଛି । ଯାହାକୁ ନେଇ ରାଜ୍ୟର ରାଜନୈତିକ ପାଣିପାଗ ବେଶ ଉଷ୍ମ ରହିଛି । ବିଧାନସଭା ଭିତରେ ଓ ବାହାରେ ତୁମ୍ବିତୋଫାନ କରୁଛନ୍ତି ବିରୋଧୀ । ଏହାରି ଭିତରେ ଦ୍ଵିତୀୟ ଥର ଲାଗି ଗଣମାଧ୍ୟମକୁ ସାମ୍ନା କରିଛନ୍ତି ନବଙ୍କ ଝିଅ ଦୀପାଳି ଦାସ । ନାଁ ନନେଇ ବାପାଙ୍କ ହତ୍ୟା ଘଟଣାକୁ ରାଜନୈତିକ ପ୍ରସଙ୍ଗ ନକରିବାକୁ ଅନୁରୋଧ କରିଛନ୍ତି ଦୀପାଳି । ସେହିପରି ମୁଖ୍ୟମନ୍ତ୍ରୀଙ୍କୁ ବାପା ବୋଲି ସମ୍ବୋଧନ କରିବା ସହ ଆଶୀର୍ବାଦର ଛାୟା ଦେଇଥିବା ଦୀପାଳି କହିଛନ୍ତି ।

ଏ ନେଇ ଦୀପାଳି କହିଛନ୍ତି, "ମୋ ପୂଜ୍ୟ ବାପା ନବକିଶୋର ଦାସଙ୍କ ଆକସ୍ମିକ ମୃତ୍ୟୁରୁ ଆମେ ସମସ୍ତେ ଆବାକ ଓ ଦୁଶ୍ଚିନ୍ତାରେ ଅଛୁ । ଆମେ କେବେ ଭାବି ନଥିଲୁ ଏମିତି କିଛି ହେବ । ଏଭଳି ସଙ୍କଟ ସମୟରେ ଯେଉଁଭଳି ରାଜ୍ୟବାସୀ ଆମ ପରିବାର ସହିତ ସମ୍ବେଦନ ଦେଖାଇଛନ୍ତି, ହାତ ଯୋଡ଼ି କୃତଜ୍ଞତା ଜଣାଉଛି । ବାପାଙ୍କ ଦେହାନ୍ତ ପରେ ମୁଖ୍ୟମନ୍ତ୍ରୀ ପିତା ପରି ଆମ ପରିବାର ସହ ଛିଡା ହୋଇଛନ୍ତି । ସେ ଆମ ମୁଣ୍ଡ ଉପରେ ଆଶୀର୍ବାଦର ଛାୟା ଦେଇଛନ୍ତି । ସେଥିପାଇଁ ମୁଁ ଓ ମୋ ପରିବାର ତାଙ୍କ ଉପରେ ସର୍ବଦା କୃତଜ୍ଞତା ଜଣାଇବୁ । ସମସ୍ତେ ଜାଣିଥିବେ, ଏହି ଦୁଃଖ ସମୟରେ ଝାରସୁଗୁଡ଼ା ବାସୀ ଓ ବିଜୁ ଜନତା ଦଳ ଓ ଅନ୍ୟ ଦଳର ନେତୃବୃନ୍ଦମାନେ ଯେଉଁଭଳି ଭାବେ ଆମକୁ ସହଯୋଗ ଓ ସମବେଦନା ଜଣାଇଛନ୍ତି, ସେଥିପାଇଁ ଆମେ ତାଙ୍କ ଆଗରେ କୃତଜ୍ଞତା ଜଣାଇବୁ । ଚିର ଋଣୀ ରହିବୁ ।"

କ୍ରାଇମବ୍ରାଞ୍ଚ ତଦନ୍ତ ନେଇ ଦୀପାଳି କହିଛନ୍ତି, "ଜଣେ ଭଲ ବିଚାରପତିଙ୍କ ତଦାରଖରେ ମୋ ବାପାଙ୍କ କେସର ତଦନ୍ତ କ୍ରାଇମବ୍ରାଞ୍ଚ କରୁଛି । ମୋର ଓ ମୋ ପରିବାରର ମୁଖ୍ୟମନ୍ତ୍ରୀଙ୍କ ଉପରେ ଆମର ଆଶା ଓ ଭରସା ରହିଛି । ଆମ ପରିବାରକୁ ନ୍ୟାୟ ମିଳିବ । ସମସ୍ତଙ୍କୁ ଅନୁରୋଧ କରିବାକୁ ଚାହୁଁଛି ଯେ ମୋ ବାପାଙ୍କର ହତ୍ୟାକାଣ୍ଡକୁ ରାଜନୈତିକ ପ୍ରସଙ୍ଗ ନକରାଯାଉ । ସେଥିପାଇଁ ମୋ ପରିବାର ପକ୍ଷରୁ ହାତଯୋଡ଼ି ସମସ୍ତଙ୍କୁ ନିବେଦନ କରୁଛି । କ୍ରାଇମବ୍ରାଞ୍ଚର ତଦନ୍ତ ଚାଲିଛି । ଯେଉଁ ପର୍ଯ୍ୟନ୍ତ ଶେଷ ନିଷ୍ପତ୍ତି ନଆସିଛି କିଛି କହିପାରିବି ନାହିଁ ।"

ଏହା ବି ପଢନ୍ତୁ- ନବ ଦାସ ହତ୍ୟା ଫଟୋ, ବିଧାନସଭାରେ ବିରୋଧୀଙ୍କ ପ୍ରଶ୍ନ ଦିଗହରା କରିବା ପାଇଁ ଷଡ଼ଯନ୍ତ୍ର କହିଲେ ଜୟଦେବ

ସେ ଆହୁରି କହିଛନ୍ତି, "ଏହା ଏକ ସମ୍ବେଦନଶୀଳ ମାମଲା । ମୋ ବାପାଙ୍କ ଜୀବନ ବିଷୟରେ ବହୁ ସମ୍ବେଦନଶୀଳ ମାମଲା । କ୍ରାଇମବ୍ରାଞ୍ଚ ତାର ସମୟ ନେଇ ତଦନ୍ତ କରୁଛି । ତଦନ୍ତ ପରେ ଆମେ ପ୍ରତିକ୍ରିୟା ରଖିବୁ । ବାପାଙ୍କ ମୃତ୍ୟୁ ନେଇ ଚାଲିଥିବା ବିଭିନ୍ନ ତର୍କବିତର୍କ ନେଇ ମୁଁ ଓ ମୋ ପରିବାର ବହୁତ ଡିଷ୍ଟର୍ବ ଅଛୁ । ତଦନ୍ତ ପରେ ନିଶ୍ଚୟ କହିବୁ, ଏବେ କିଛି କହିପାରିବୁ ନାହିଁ ।" ରାଜନୀତି ଓହ୍ଲାଇବା ନେଇ ଦୀପାଳି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ବାବଦରେ ନିଷ୍ପତ୍ତି ନେବେ ।

ସୂଚନା ଥାଉ କି ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ୨୦ ଦିନ ଟପିଥିବା ବେଳେ କ୍ରାଇମବ୍ରାଞ୍ଚ କି ରାଜ୍ୟ ସରକାର ମୁହଁ ଖୋଲିନାହାନ୍ତି । ଗୃହ ବିଭାଗର ଜଣେ ପୋଲିସ ଅଧିକାରୀ ମନ୍ତ୍ରୀଙ୍କୁ ହତ୍ୟା କରିଥିବା ବେଳେ ପୋଲିସ ଡିଜି ଏ ନେଇ କୌଣସି ଗୋଟିଏ ବି ପ୍ରତିକ୍ରିୟା ଦେଇନାହାନ୍ତି । ଗଣମାଧ୍ୟମ ପ୍ରତିନିଧିଙ୍କ ନବ ଦାସଙ୍କ ହତ୍ୟା ସମ୍ପର୍କରେ ପ୍ରଶ୍ନକୁ ପୋଲିସ ଡିଜି ଏଡ଼ାଇ ଦେଇ ଚାଲିଯାଉଥିବା ମଧ୍ୟ ଦେଖିବାକୁ ମିଳିଛି । ସେପଟେ ବିଧାନସଭାର ବଜେଟ ଅଧିବେଶନର ଗୋଟିଏ ଦିନ ପୂର୍ବରୁ ଗୋପାଳ ଦାସ ମନ୍ତ୍ରୀଙ୍କୁ ହତ୍ୟା କରୁଥିବାର ଏକ ଫଟୋ ଭାଇରାଲ ହେଉଛି । ଏହା ମଧ୍ୟ ଏକ ଷଡ଼ଯନ୍ତ୍ର ବୋଲି ବିରୋଧୀ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details