ଓଡିଶା

odisha

ETV Bharat / state

ଓରମାସ ଡିଡିୟୁ-ଜିକେଓ୍ୱାଇ ସିଏକ୍ସଓ କନକ୍ଲେଭ୍, ଦକ୍ଷତା ଓ ନିଯୁକ୍ତି ସୃଷ୍ଟି କରିବା ଲକ୍ଷ୍ୟ - ସ୍କିଲିଂ ଇକୋସିଷ୍ଟମର ସଠିକ୍ ପରିଚାଳନା ଉପରେ ଗୁରୁତ୍ୱ

ଓରମାସ ତରଫରୁ ଡିଡିୟୁ-ଜିକେଓ୍ୱାଇ ସିଏକ୍ସଓ କନକ୍ଲେଭ୍ । ସ୍କିଲିଂ ଇକୋସିଷ୍ଟମର ସଠିକ୍ ପରିଚାଳନା ଉପରେ ଗୁରୁତ୍ୱ । ଅଧିକ ପଢ଼ନ୍ତୁ under

ସ୍କିଲିଂ ଇକୋସିଷ୍ଟମର ସଠିକ୍ ପରିଚାଳନା ଉପରେ ଗୁରୁତ୍ୱ
ସ୍କିଲିଂ ଇକୋସିଷ୍ଟମର ସଠିକ୍ ପରିଚାଳନା ଉପରେ ଗୁରୁତ୍ୱ

By

Published : Mar 17, 2023, 10:59 PM IST


ଭୁବନେଶ୍ବର: ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନରେ ଥିବା ଓରମାସ ତରଫରୁ ଭୁବନେଶ୍ୱରରେ ଆୟୋଜିତ ହୋଇଯାଇଛି ଡିଡିୟୁ-ଜିକେଓ୍ୱାଇ ସିଏକ୍ସଓ କନକ୍ଲେଭ୍ । ଏହି କାର୍ଯ୍ୟକ୍ରମକୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଉଦଘାଟନ କରିଥିଲେ । ଉଦଘାଟନୀ ଉତ୍ସବରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧୀକରଣର ଅଧ୍ୟକ୍ଷ ସୁବ୍ରୋତ ବାଗଚୀ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନୀ, ଓରମାସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଗୁହା ପୁନମ ତାପସ କୁମାର ପ୍ରମୁଖ ଯୋଗ ଦେଇଥିଲେ ।

ତେବେ ଏହି କାର୍ଯ୍ୟକ୍ରମରେ ଡ଼ିଶାରେ ଯୁବବର୍ଗଙ୍କ ଦକ୍ଷତା ବିକାଶ, ନିଯୁକ୍ତି ସୁଯୋଗ ସହ ଉପଯୁକ୍ତ ପାରିଶ୍ରମିକ ଉପରେ ଆଲୋଚନା କରାଯାଇଥିଲା । ଏହାସହ କିପରି ସ୍କିଲିଂ ଇକୋ ସିଷ୍ଟମର ସଠିକ ପରିଚାଳନା କରାଯିବ ଗୁରୁତ୍ୱାରୋପ କରିଥିଲେ । ଏହାସହ ‘ପ୍ରୋଜେକ୍ଟ ଇମ୍ପ୍ଲିମେଣ୍ଟେସନ୍ ପାର୍ଟନର’ ଏବଂ ନିଯୁକ୍ତି ଦାତାମାନେ କର୍ମଚାରୀମାନଙ୍କୁ ଉପଯୁକ୍ତ ପାରିଶ୍ରମିକ, ସୁରକ୍ଷିତ ବ୍ୟବସ୍ଥା ଆଦି ଯୋଗାଇଦେବା ପାଇଁ ବିଶ୍ୱ ଦକ୍ଷତା କେନ୍ଦ୍ର ସହ ସହଯୋଗ କରି ଉଦ୍ୟୋଗୀ ଦକ୍ଷତା ବୃଦ୍ଧି କରିବା ପାଇଁ ପରାମର୍ଶ ଦେଇଥିଲେ ବାଗଚୀ ।

ସେହିପରି ବିଭାଗର ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନି, ତାଲିମ ପ୍ରଦାନକାରୀ ସଂସ୍ଥା ଗୁଡ଼ିକୁ ବୃତ୍ତିଗତ ଭାବରେ ତାଲିମ କାର୍ଯ୍ୟକ୍ରମର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । କାର୍ଯ୍ୟକ୍ରମରେ ବିଭିନ୍ନ ପର୍ଯ୍ୟାୟରେ ଡିଡିୟୁ-ଜିକେଓ୍ୱାଇରେ ଥିବା ହସ୍ପିଟାଲିଟି, କନଷ୍ଟ୍ରକସନ, ରିଟେଲ, ଇଲେକଟ୍ରୋନିକସ ଆଣ୍ଡ ଇଲେକ୍ରିକାଲ ଏବଂ ସ୍ୱାସ୍ଥ୍ୟସେବା ଆଦି ସେକ୍ଟର ଗୁଡ଼ିକର ଧାରାକୁ ବିଶ୍ଳେଷଣ କରିବା ପାଇଁ ବୈଷୟିକ ଆଲୋଚନା ପର୍ଯ୍ୟାୟ ଅନୁଷ୍ଠିତ ହୋଇଥିଲା । ଏଥିରେ କେନ୍ଦ୍ର ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟର ପ୍ରତିନିଧି, ନାବ୍ କନସ ଏବଂ ନାବାର୍ଡର ବରିଷ୍ଠ ଅଧିକାରୀଙ୍କ ସହିତ ବିଭିନ୍ନ କର୍ପୋରେଟ ସଂସ୍ଥା ବା ନିଯୁକ୍ତିଦାତା ଏବଂ ତାଲିମ ପ୍ରଦାନକାରୀ ସଂସ୍ଥାର ପ୍ରତିନିଧି ଯୋଗ ଦେଇଥିଲେ।

ଏହି ଅବସରରେ ଓଡ଼ିଶାରେ ଓରମାସ ଦ୍ୱାରା ୨୦୧୪ ମସିହାରୁ କାର୍ଯ୍ୟକାରୀ ହେଉଥିବା ଡିଡିୟୁ-ଜିକେଓ୍ୱାଇ କାର୍ଯ୍ୟକ୍ରମର ବିଭିନ୍ନ ପ୍ରକ୍ରିୟା, ସଫଳ କାହାଣୀ ଏବଂ ଓରମାସର ସଫଳତାକୁ ନେଇ ଏକ କଫି ଟେବୁଲ ବହି ଉନ୍ମୋଚନ କରାଯାଇଥିଲା । ଡିଡିୟୁ-ଜିକେଓ୍ୱାଇ ତାଲିମ ନେଇ ବିଭିନ୍ନ ସ୍ଥାନରେ ଚାକିରି କରୁଥିବା କେତେ ଜଣ ଆଲୁମନି ସେମାନଙ୍କ ସଫଳତାର ଅନୁଭୂତି ସମ୍ପର୍କରେ ବର୍ଣ୍ଣନା କରିଥିଲେ । ଏହି କନକ୍ଲେଭରେ ବିଭିନ୍ନ ରାଜ୍ୟରୁ ନିଯୁକ୍ତିଦାତା, ପି.ଆଇ.ଏ, ସେକ୍ଟର ସ୍କିଲ୍ କାଉନସିଲର ପ୍ରତିନିଧି ଏବଂ ଡିଡିୟୁ-ଜିକେଓ୍ୱାଇ ଆଲୁମନି ଅଂଶଗ୍ରହଣ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details