ଖୋର୍ଦ୍ଧା:ସଦର ଥାନା ଅନ୍ତର୍ଗତ ଦଧିମାଛଗାଡ଼ିଆ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ପୋଲିସ । ଆଦିବାସୀ ସାହିରେ ୨୦୨୦ ମସିହା ଜୁନ ୧୪ ତାରିଖରେ ଘଟିଥିବା ଲାଲା ପ୍ରଧାନ ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଦଧିମାଛଗାଡିଆ ଗ୍ରାମର ରାଜା ଓରଫ ବଳରାମ ଦଳେଇକୁ ପୁଲିସ ଗିରଫ କରିଛି । ଅଭିଯୁକ୍ତ ରାଜା ଠାରୁ ପୋଲିସ ଏକ ଵନ୍ଧୁକ ସହ ୪ଟି ଜୀବନ୍ତ ଗୁଳି ଜବତ କରିଛି । ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟଣାରେ ପୂର୍ବରୁ ପୁଲିସ 3 ଅଭିଯୁକ୍ତକୁ ଗିରଫ କରିଥିବାବେଳେ ବର୍ତ୍ତମାନ ଗିରଫଙ୍କ ସଂଖ୍ୟା ୪ରେ ପହଞ୍ଚିଛି ।
ଦଧିମାଛଗାଡିଆ ହତ୍ୟାକାଣ୍ଡ: ମୁଖ୍ୟ ଅଭିଯୁକ୍ତ ଗିରଫ, ବନ୍ଧୁକ ଓ ଗୁଳି ଜବତ - main murder accused arrested
ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଦଧିମାଛଗାଡ଼ିଆ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ପୋଲିସ । ଫେରାର ମୁଖ୍ୟ ଅଭିଯୁକ୍ତ ଗିରଫ ସହ ବନ୍ଧୁକ ଜବତ । ମୋଟ ଗିରଫ ସଂଖ୍ୟା 4ରେ ପହଞ୍ଚିଲା । ଅଧିକ ପଢନ୍ତୁ...
ସୂଚନା ଅନୁସାରେ, ଲାଲା ପ୍ରଧାନକୁ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସଙ୍ଘଵଦ୍ଧ ଭାଵେ ଆକ୍ରମଣ କରିଵା ସହିତ ଗୁଳିମାଡ କରି ହତ୍ୟା କରିଥିଲେ ଅଭିଯୁକ୍ତ । ଏହି ଘଟଣାରେ ମୃତ ଲାଲାଙ୍କ ପୁତୁରାଙ୍କ ଅଭିଯୋଗ କ୍ରମେ ଏକ ହତ୍ୟା ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଥିଲା । ପୂର୍ବରୁ 3 ଅଭିଯୁକ୍ତ ଗିରଫ ହୋଇ ଜେଲରେ ଥିବାବେଳେ ମୁଖ୍ୟ ଅଭିଯୁକ୍ତ କୌଶଳକ୍ରମେ ଫେରାର ହୋଇଯିବାରେ ସକ୍ଷମ ହୋଇଥିଲା । ତେବେ ଗତକାଲି କୌଣସି ସୂତ୍ରରୁ ଖଵର ମୁତାବକ ଏସଡିପିଓଙ୍କ ନିର୍ଦ୍ଦେଶରେ ଏକ ସ୍ଵତନ୍ତ୍ର ଟିମ ଚଢ଼ାଉ କରି ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ