ଓଡିଶା

odisha

By

Published : Sep 13, 2022, 8:57 AM IST

ETV Bharat / state

ଖୋର୍ଦ୍ଧାରୁ 5 ଲୁଟେରା ଗିରଫ, ସୁନାଚେନ୍‌ ସହ ବାଇକ ଜବତ

ଖୋର୍ଦ୍ଧା ଜିଲ୍ଲାରେ ମାତିଛନ୍ତି ଡକାୟତ ଗ୍ୟାଙ୍ଗ । ଖୋର୍ଦ୍ଧା ଜିଲ୍ଲା 57ନମ୍ବର ଜାତୀୟ ରାଜପଥରେ 5 ଜଣ ଡକାୟତଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢ଼ନ୍ତୁ

dacoit gang arrested and seized gold chain and bike in khordha
5 ଡକାୟତ ଗିରଫ, 5ଟି ସୁନାଚେନ ସହ 2 ବାଇକ ଜବତ

ଖୋର୍ଦ୍ଧା: ମାତିଛନ୍ତି ଡକାୟତ ଗ୍ୟାଙ୍ଗ୍‌ । ଖୁଲମଖୁଲା କରୁଛନ୍ତି ଡକାୟତି । ଖୋର୍ଦ୍ଧା ଜିଲ୍ଲା 57ନମ୍ବର ଜାତୀୟ ରାଜପଥରେ ପୋଲିସ ଚଢ଼ାଉ କରି ରାଜପଥ ଡକାୟତ ଗ୍ୟାଙ୍ଗର 5ଜଣ ସଦସ୍ୟଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ 5ଟି ସୁନାଚେନ ଓ 2ଟି ମୋଟର ସାଇକଲ ଜବତ କରାଯାଇଛି । ସୂଚନା ଅନୁଯାୟୀ, 57ନମ୍ବର ଜାତୀୟ ରାଜପଥର ତରତୁଆ ଛକ ବଡ଼ଶଙ୍ଖ ନିକଟରେ ପୋଲିସ ଚଢ଼ାଉ କରି ଗଡ଼ଖୋର୍ଦ୍ଧା ହାଉସିଂ ବୋର୍ଡ କଲୋନୀର 5 ଜଣଙ୍କୁ ଗିରଫ କରିଛି ।

ଅଭିଯୁକ୍ତମାନେ ଚନ୍ଦନ ନାୟକ ଓରଫ ବଳିଆ, ଭଗବାନ ନାୟକ ଓରଫ ଟିକିଆ, ଶାଗୁଆନ ବଗିଚାର ଦେବାଶିଷ ସ୍ୱାଇଁ ଓରଫ ଶିବ, ଶିଆଳିଆ ବ୍ରହ୍ମପୁରାର ଆକାଶ ବଢ଼େଇ ଓରଫ ଝାମ୍ପି ଏବଂ ପପୁ ବଢ଼େଇ ହୋଇଥିବା ଜଣାପଡ଼ିଛି । ଲୁଟ କରିଥିବା ସୁନାଚେନଗୁଡ଼ିକୁ ମାଣାପୁରମ ଫାଇନାନ୍ସ ଲିଃ ଓ ଷ୍ଟେଟବ୍ୟାଙ୍କ ଅଫ୍ ଇଣ୍ଡିଆରେ ବନ୍ଧକ ରଖି ଟଙ୍କା ଆଣି ଖର୍ଚ୍ଚ କରିଥିବା ସ୍ୱୀକାର କରିଛନ୍ତି । ଏହି ତଥ୍ୟ ଆଧାରରେ ଉକ୍ତ ସଂସ୍ଥାରୁ ସୁନାଚେନ ଉଦ୍ଧାର କରିବା ସହ ଦୁଇଟି ମୋଟର ସାଇକଲକୁ ଜବତ କରାଯାଇଛି ।

ଏନେଇ ଖୋର୍ଦ୍ଧା ଆଦର୍ଶ ଥାନାରେ ଏକ ମାମଲା ରୁଜୁ କରାଯାଇ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ସେହିପରି ଖୋର୍ଦ୍ଧା ମେଡିକାଲ ପରିସରରେ ମଧ୍ୟ ବାଇକ ଲୁଟେରା ମାତିଥିବା ଦେଖିବାକୁ ମିଳିଛି । ଗତ କିଛି ଦିନ ତଳେ ବାଇକ ଲୁଟର ଶିକାର ହୋଇଥିବା ଜଣେ ବ୍ୟକ୍ତି ହେଉଛନ୍ତି ଡେଲାଙ୍ଗ ଅଞ୍ଚଳର ହିମାଂଶୁ ଶେଖର ବିଶ୍ଵାଳ । ନିଜ ସ୍ତ୍ରୀର ପ୍ରସବ ପାଇଁ ସେ ମେଡିକାଲ ଆସିଥିଲେ । ଏହି ସମୟରେ ଜଣେ ଲୁଟେରା ତାଙ୍କ ବାଇକ ଚୋରି କରିନେଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ:CCTVରେ କଏଦ ହେଲା ବାଇକ ଚୋରିର ଦୃଶ୍ୟ, ଦେଖନ୍ତୁ ଭିଡିଓ

ବାଇକ ଲୁଟେରାର କଳାକାରନାମା (CCTV) ସିସିଟିଭି ଫୁଟେଜରେ କଏଦ ହୋଇଥିଲା । ଲୁଟେରା ବେଶ ଚତୁରତାର ସହ ଆଖି ପିଛୁଳାକେ ବାଇକ ଲୁଟିଥିଲା । ଯୁବକଟି ମୋବାଇଲରେ ଗପିଗପି ବାଇକରେ ବସି ଚାବିରେ ଗାଡ଼ି ଫିଟାଉଥିଲା । ଗୋଟିଏ ପରେ ଗୋଟିଏ ବାଇକରେ ବସି ପ୍ରଥମେ ବାଇକର ହ୍ୟାଣ୍ଡଲକୁ ଫିଟାଇବାକୁ ଚେଷ୍ଟା କରିଥିଲା । ମେଡିକାଲରେ ନିୟୋଜିତ ଥିବା ସିକ୍ୟୁରିଟି ଗାର୍ଡମାନଙ୍କ ଆଖରେ ଧୂଳି ଦେଇ ବେଶ ଚତୁରତାର ସହ ବାଇକ ଲୁଟିଥିଲା ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details