ଓଡିଶା

odisha

By ETV Bharat Odisha Team

Published : Dec 6, 2023, 10:15 PM IST

ETV Bharat / state

ଏସଆରସି ମାଗିଲେ ମିଗଜୋମ ପ୍ରଭାବରେ କ୍ଷୟକ୍ଷତି ରିପୋର୍ଟ

ଏସଆରସି କହିଛନ୍ତି ଯେ, ବାତ୍ୟା ମିଗଜୋମ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବ୍ୟାପକ ବର୍ଷା ହୋଇଛି । ବର୍ଷା ପ୍ରଭାବରେ ଖରିଫ ଫସଲ ଓ ଉଦ୍ୟାନ କୃଷି ଫସଲ କ୍ଷତିଗ୍ରସ୍ତ ହୋଇଥିବା ଅଭିଯୋଗ ଆସୁଛି । କ୍ଷତିଗ୍ରସ୍ତ ଚାଷୀଙ୍କ ଦୁଃଖ ଦୂର କରିବା ପାଇଁ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠିର ନିୟମ ଅନୁଯାୟୀ ୩୩% କିମ୍ବା ତା’ଠାରୁ ଅଧିକ ଫସଲ ନଷ୍ଟ ହେଉଥିବା ଚାଷୀଙ୍କୁ କୃଷି ଇନପୁଟ ସବସିଡି ଯୋଗାଇ ଦିଆଯିବ । ଅଧିକ ପଢନ୍ତୁ

ଏସଆରସି ମାଗିଲେ ମିଗଜୋମ ପ୍ରଭାବରେ କ୍ଷୟକ୍ଷତି ରିପୋର୍ଟ
ଏସଆରସି ମାଗିଲେ ମିଗଜୋମ ପ୍ରଭାବରେ କ୍ଷୟକ୍ଷତି ରିପୋର୍ଟ

ଭୁବନେଶ୍ବର: ବାତ୍ୟା ମିଗଜୋମ ପ୍ରଭାବରେ ବର୍ଷା ଯୋଗୁଁ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହୋଇଛି । ବର୍ଷା ଯୋଗୁଁ ଫସଲ ବ୍ୟାପକ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି । କ୍ଷୟକ୍ଷତି ରିପୋର୍ଟ ମାଗିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ବା ଏସଆରସି ସତ୍ୟବ୍ରତ ସାହୁ । ଆସନ୍ତା ୭ ଦିନ ମଧ୍ୟରେ ଅର୍ଥାତ ୨୦୨୩ ଡିସେମ୍ବର ୧୨ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ।

ଏସଆରସି ମାଗିଲେ ମିଗଜୋମ ପ୍ରଭାବରେ କ୍ଷୟକ୍ଷତି ରିପୋର୍ଟ

ଏସଆରସି କହିଛନ୍ତି ଯେ, ବାତ୍ୟା ମିଗଜୋମ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବ୍ୟାପକ ବର୍ଷା ହୋଇଛି । ବର୍ଷା ପ୍ରଭାବରେ ଖରିଫ ଫସଲ ଓ ଉଦ୍ୟାନ କୃଷି ଫସଲ କ୍ଷତିଗ୍ରସ୍ତ ହୋଇଥିବା ଅଭିଯୋଗ ଆସୁଛି । କ୍ଷତିଗ୍ରସ୍ତ ଚାଷୀଙ୍କ ଦୁଃଖ ଦୂର କରିବା ପାଇଁ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠିର ନିୟମ ଅନୁଯାୟୀ ୩୩% କିମ୍ବା ତା’ଠାରୁ ଅଧିକ ଫସଲ ନଷ୍ଟ ହେଉଥିବା ଚାଷୀଙ୍କୁ କୃଷି ଇନପୁଟ ସବସିଡି ଯୋଗାଇ ଦିଆଯିବ । ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଏବଂ କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ଅଧିକାରୀଙ୍କ ଦ୍ବାରା ଆକଳନ କରାଯିବ । କ୍ଷେତ୍ରସ୍ତରୀୟ ଫସଲ କ୍ଷୟକ୍ଷତି ୩୩% କିମ୍ବା ତା’ଠାରୁ ଅଧିକ ଆକଳନ କରି ଡିସେମ୍ବର ୧୨ ତାରିଖ ସୁଦ୍ଧା ୟୁଏଲବି, ବ୍ଲକ, ଗ୍ରାମପଞ୍ଚାୟତ, ଗ୍ରାମଭିତ୍ତିକ ରିପୋର୍ଟ ଦାଖଲ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଏସଆରସି ମାଗିଲେ ମିଗଜୋମ ପ୍ରଭାବରେ କ୍ଷୟକ୍ଷତି ରିପୋର୍ଟ

ଅଧିକ ପଢନ୍ତୁ- Summer Cyclone Preparations Meeting: ମ୍ୟାନ ପାୱାର, ମେସିନାରୀ ଓ ମନିକୁ ଗୁରୁତ୍ୱ

ଫସଲ କ୍ଷୟକ୍ଷତିର ଆକଳନ କରିବା ସମୟରେ କ୍ଷତିଗ୍ରସ୍ତ ଚାଷୀଙ୍କ ଜମି ସୂଚୀ ଭୁଲେଖଙ୍କଠାରୁ ଯାଞ୍ଚ କରାଯିବା ଦରକାର । ଜିଲ୍ଲାପାଳମାନେ ଫସଲ କ୍ଷୟକ୍ଷତି ଅନୁମୋଦନ ଦେବେ । ଏଆଇଏସ ବଣ୍ଟନ ପାଇଁ ଅର୍ଥର ଆବଶ୍ୟକତାକୁ ଗ୍ରହଣୀୟ ଭାବେ ପ୍ରଦାନ କରିବେ । ଆକଳନ ସମୟରେ କ୍ଷତିଗ୍ରସ୍ତ ଫସଲ ଅଞ୍ଚଳର ଜିଓ ଟ୍ୟାଗ ଓ ଟାଇମ ଷ୍ଟାମ୍ପ ହୋଇଥିବା ଫଟୋ ଉଠାଇ କେସ ରେକର୍ଡରେ ସଂରକ୍ଷିତ ରଖିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି । ତଦାରଖ ଅଧିକାରୀ ଭାବେ ଉପଜିଲ୍ଲାପାଳ, ତହସିଲଦାର, ଅତିରିକ୍ତ ତହସିଲଦାର, ଡିଏଓ, ବିଏଓ ରହିବେ । ତଦାରଖ ଅଧିକାରୀ ମୂଲ୍ୟାୟନର ସଠିକତା ନିଶ୍ଚିତ କରିବା ପାଇଁ ପରୀକ୍ଷା ଯାଞ୍ଚ କରିବେ । ଅନୁମୋଦନ ପାଇଁ ଜିଲ୍ଲାପାଳଙ୍କ ନିକଟରେ ଦାଖଲ ହୋଇଥିବା କ୍ଷୟକ୍ଷତି ରିପୋର୍ଟ ଉପରେ ଏକ ସାର୍ଟିଫିକେଟ ପଠାଇବେ ।

ଅଧିକ ପଢନ୍ତୁ- ଡିସେମ୍ବର ଯାଏଁ ସମ୍ଭାବ୍ୟ ବନ୍ଯା ବାତ୍ୟା ମୁକାବିଲା ପାଇଁ ସରକାର ପ୍ରସ୍ତୁତ: SRC

ଚଳିତ ବର୍ଷ ବନ୍ୟା ଓ ପ୍ରବଳ ବର୍ଷା ଯୋଗୁଁ ହୋଇଥିବା ଫସଲ କ୍ଷୟକ୍ଷତିକୁ ବର୍ତ୍ତମାନର ଆକଳନରେ ଅନ୍ତର୍ଭୁକ୍ତ କରାଯିବ ନାହିଁ ବୋଲି ଏସଆରସି ସ୍ପଷ୍ଟ କରିଛନ୍ତି । ସାମୁଦ୍ରିକ ଝଡ଼ ମିଗଜୋମ ପ୍ରଭାବରେ ଆଜି ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ହୋଇଛି । ଗଞ୍ଜାମ, ଗଜପତି, କଳାହାଣ୍ଡି, କନ୍ଧମାଳ ଓ ନବରଙ୍ଗପୁର ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିବା ବେଳେ ମାଲକାନଗିରି, କୋରାପୁଟ ଓ ରାୟଗଡ଼ା ଜିଲ୍ଲାରେ ମଙ୍ଗଳବାର ରାତିରେ ପ୍ରବଳ ବର୍ଷା ହୋଇଥିବା ଏସଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ହାରାହାରି ୬.୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ବ୍ଲକରେ ସର୍ବାଧିକ ୧୦୬.୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଗଞ୍ଜାମ, ଗଜପତି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମାଲକାନଗିରି ଓ ରାୟଗଡ଼ା ଜିଲ୍ଲାରେ ଗୁରୁବାର ସକାଳ ପର୍ଯ୍ୟନ୍ତ ପ୍ରବଳ ବର୍ଷା ଲାଗି ରହିବ ବୋଲି ସୂଚନା ମିଳିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details