ଓଡିଶା

odisha

ETV Bharat / state

'ଫନି' ମୁକାବିଲା: ଖୋର୍ଦ୍ଧା ସ୍ବାସ୍ଥ୍ୟବିଭାଗ ତତ୍ପର

ବାତ୍ୟା ସ୍ଛଳଭାଗ ଛୁଇଁବା ପରେ ଯେଉଁ ସବୁ ଜିଲ୍ଲା ସବୁଠାରୁ ଅଧିକ ପ୍ରଭାବିତ ହେବ ସେହି ଜିଲ୍ଲାର ସୁରକ୍ଷା ଉପରେ ବିଶେଷ ଗୁରୁତ୍ବ ଦିଆଯାଇଛି । 'ଫନି' ମୁକାବିଲା ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଜିଲ୍ଲା ସ୍ବାସ୍ଥ୍ୟ ବିଭଗ ସାମୁଦ୍ରିକ ଝଡ଼ 'ଫନି'କୁ ନେଇ ତତ୍ପରତା ଦେଖାଇଛି ।

By

Published : May 2, 2019, 6:43 PM IST

ଫଟୋ ସୌଜନ୍ୟ: ପ୍ରତିନିଧି,ଖୋର୍ଦ୍ଧା

ଖୋର୍ଦ୍ଧା: ବାତ୍ୟା 'ଫନି'କୁ ନେଇ ବ୍ୟାପକ ପ୍ରସ୍ତୁତି କରିଛନ୍ତି ରାଜ୍ୟ ସରକାର । ବାତ୍ୟା ସ୍ଛଳଭାଗ ଛୁଇଁବା ପରେ ଯେଉଁ ସବୁ ଜିଲ୍ଲା ସବୁଠାରୁ ଅଧିକ ପ୍ରଭାବିତ ହେବ ସେହି ଜିଲ୍ଲାର ସୁରକ୍ଷା ଉପରେ ବିଶେଷ ଗୁରୁତ୍ବ ଦିଆଯାଇଛି । 'ଫନି' ମୁକାବିଲା ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଜିଲ୍ଲା ସ୍ବାସ୍ଥ୍ୟ ବିଭଗ ସାମୁଦ୍ରିକ ଝଡ଼ 'ଫନି'କୁ ନେଇ ତତ୍ପରତା ଦେଖାଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି,ଖୋର୍ଦ୍ଧା

ଜିଲା ସ୍ବାସ୍ଥ୍ୟ ଅଧିକାରୀଙ୍କ ନେତୃତ୍ବରେ 34ଟି ଟିମ୍‌ ଗଠନ କରାଯାଇଛି । ସେହିପରି ଜିଲ୍ଲାର ପ୍ରତ୍ୟେକ ବ୍ଲକରେ 3ଟି ମୋବାଇଲ ଟିମ୍‌ ଗଠନ କରାଯାଇଛି । ଏହି ଟିମ୍‌ ପ୍ରତି ବାତ୍ୟା ଆଶ୍ରୟ ସ୍ଥଳୀ ବୁଲିବା ସହ ଗ୍ରାମାଞ୍ଚଳରେ ଲୋକମାନଙ୍କ ଚିକିତ୍ସା ଦାୟିତ୍ବ ତୁଲାଇବେ । ସେହିପରି ପର୍ଯ୍ୟାପ୍ତ ପରିମାଣରେ ଓଆର୍‌ଏସ୍‌ ପ୍ୟାକେଟ , ସାପ କାମୁଡ଼ା ଇଞ୍ଜେକ୍ସନ, ଜରୁରୀକାଳୀନ ଔଷଧ ,ବ୍ଲିଚିଂ ପାଉଡର ମହଜୁଦ ରହିଥିବା ସୂଚନା ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ବିଜୟ କୁମାର ମହାପାତ୍ର । ଏହା ସହିତ ଜିଲା ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀଙ୍କୁ ଲୋକମାନଙ୍କ ଚିକିତ୍ସା ତଦାରଖ କରିବାପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details