ଖୋର୍ଦ୍ଧା: ରାଜ୍ୟରେ ଦିନକୁ ଦିନ ଅପରାଧିଙ୍କ ସଂଖ୍ୟା ବଢିବାରେ ଲାଗିଛି । ଖୋର୍ଦ୍ଧା ଜିଲ୍ଲାରେ ଅଗଷ୍ଟ ୧୫ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ଖୋର୍ଦ୍ଧା ଜିଲ୍ଲା ପୋଲିସ ତରଫରୁ ସ୍ବତନ୍ତ୍ର ୱାରେଣ୍ଟ ଡ୍ରାଇଭ କରଯାଇଥିଲା । ଏଥିରେ ଖୋର୍ଦ୍ଧା ଜିଲ୍ଲାରେ ବିଭିନ୍ନ ମାମଲାରେ ଜଡିତ ଥିବା ଫେରାର ଅପରାଧୀ ମାନଙ୍କ ବିରୋଧରେ ବାକିଥିବା ମୋଟ ୧୬୫୨ ଗୋଟି ଗିରଫ ପରୱାନା ମଧ୍ୟରୁ ୫୪୭ ଜଣ ୱାରେଣ୍ଟିଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା ।
ସ୍ପେଶାଲ ୱାରେଣ୍ଟି ଡ୍ରାଇଭ, 10 ଦିନରେ ବନ୍ଧା ହେଲେ ୫୪୭ - crime news
ରାଜ୍ୟରେ ଦିନକୁ ଦିନ ଅପରାଧିଙ୍କ ସଂଖ୍ୟା ବଢିବାରେ ଲାଗିଛି । ଖୋର୍ଦ୍ଧା ଜିଲ୍ଲାରେ ଅଗଷ୍ଟ ୧୫ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ଖୋର୍ଦ୍ଧା ଜିଲ୍ଲା ପୋଲିସ ତରଫରୁ ସ୍ବତନ୍ତ୍ର ୱାରେଣ୍ଟ ଡ୍ରାଇଭରେ ବନ୍ଧା ହେଲେ ୫୪୭ । ଅଧିକ ପଢନ୍ତୁ...
୧୦ ଦିନରେ ବନ୍ଧା ହେଲେ ୫୪୭ଜଣ ୱାରେଣ୍ଟି ; ସୂଚନା ଦେଲେ ଏସପି
ଏବଂ କୋର୍ଟଙ୍କ ଦ୍ବାରା ରିକଲ ହୋଇଥିବା ଓ ଅନ୍ୟାନ୍ୟ କାରଣରୁ ୩୦୨ ଗୋଟି ୱାରେଣ୍ଟ କୋର୍ଟକୁ ଫେରାଇ ଦେଇଥିଲା ପୋଲିସ । ସେଥି ମଧ୍ୟରୁ ଜଘନ୍ୟ ଅପରାଧରେ ଜଡିତ ଯଥା ହତ୍ୟା, ଦୁଷ୍କର୍ମ, ଡକାୟତି, ରାହାଜାନିରେ ଲିପ୍ତ ଥିବା ୫୭ ଗୋଟି ୱାରେଣ୍ଟିଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଖୋର୍ଦ୍ଧା ଏସପି ରାଜ କିଶୋର ଦୋରା ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ