ଓଡିଶା

odisha

ETV Bharat / state

ଅନ୍ଧବିଶ୍ବାସ ଦୂର ଦିଗରେ ବଡ ପ୍ରୟାସ, ଶ୍ମଶାନ ସାଜିଛି ‘ଇନ୍ଦ୍ରଭୁବନ’ - ଖୋର୍ଦ୍ଧା

ଭଳିକି ଭଳି ଫୁଲ ଗଛ, ଅନେକ ଔଷଧୀୟ ବୃକ୍ଷର ସମ୍ଭାର ସାଙ୍ଗକୁ ମନଲୋଭା ଶୋଭାରାଜି । ଆଉ ତା ମଧ୍ୟରେ ଆସି ପ୍ରାତଃ ପ୍ରାଣାୟମ ଏବଂ ଯୋଗ କରୁଛନ୍ତି ଯୁବକ ଠୁ ବୃଦ୍ଧ । କର୍ମ ଜଞ୍ଜାଳର ଜର୍ଜରିତ ଯନ୍ତ୍ରଣା ଭିତରୁ ଶାନ୍ତ ଶୀହରଣର ସ୍ବଦେଶୀ ସଞ୍ଜୀବନି ପାଇବାକୁ ଧାଇଁ ଆସନ୍ତି ସଭିଏଁ । ଆପଣ ନିଶ୍ଚେ ଭାବୁଥିବେ, ଏହା କୌଣସି ଏକ ସୁଶୋଭିତ ପାର୍କ କିମ୍ବା ପର୍ଯ୍ୟଟନ ସ୍ଥଳୀ । ତେବେ ଏହା ହେଉଛି ଖୋର୍ଦ୍ଧା ଜିଲ୍ଲା ଡିଙ୍ଗର ଗ୍ରାମର ଶ୍ମଶାନ । ଯାହା ଏବେ ସୃଷ୍ଟି କରୁଛି ଇନ୍ଦ୍ରଭବନର ଭ୍ରମ । ଅଧିକ ପଢନ୍ତୁ...

ଓଡିଶାରେ ବି ଏମିତି ଚିତ୍ର, ଶ୍ମଶାନ ସାଜିଛି ଇନ୍ଦ୍ରଭୁବନ
ଓଡିଶାରେ ବି ଏମିତି ଚିତ୍ର, ଶ୍ମଶାନ ସାଜିଛି ଇନ୍ଦ୍ରଭୁବନ

By

Published : Sep 23, 2020, 4:37 PM IST

Updated : Sep 23, 2020, 5:05 PM IST

ଖୋର୍ଦ୍ଧା: ମଣିଷ ସମାଜରୁ ଅନ୍ଧ ବିଶ୍ୱାସ ଦୂର କରିବାପାଇଁ ଭିନ୍ନ ଏକ ପ୍ରୟାସ । ଗାଁ ଶ୍ମଶାନକୁ ପରିଣତ କରିଛନ୍ତି ଇନ୍ଦ୍ରଭୁବନରେ । ଭଳିକିଭଳି ଫୁଲ ଗଛ ସହ ବିଭିନ୍ନ ଔଷଧୀୟ ବୃକ୍ଷରେ ଝଲସୁଛି ପରିବେଶ । ଟିକିଏ ଫୁରସତ ମିଳିଲେ ମନଖୁସି ପାଇଁ ଆଖପାଖ ଅଞ୍ଚଳର ପିଲା ଠୁ ବୁଢା ସମସ୍ତେ ମନରୁ ଭୟ ଛାଡ଼ି ଦୌଡି ଆସନ୍ତି ଏହି ଶ୍ମଶାନକୁ । ଆଉ ଏ ସବୁ ସମ୍ଭବ କରିପାରିଛନ୍ତି ବେଗୁନିଆ ବ୍ଲକ ଡିଙ୍ଗର ଗ୍ରାମବାସୀ ।

ଓଡିଶାରେ ବି ଏମିତି ଚିତ୍ର, ଶ୍ମଶାନ ସାଜିଛି ଇନ୍ଦ୍ରଭୁବନ

ଭଳିକି ଭଳି ଫୁଲ ଗଛ, ଅନେକ ଔଷଧୀୟ ବୃକ୍ଷର ସମ୍ଭାର ସାଙ୍ଗକୁ ମନଲୋଭା ଶୋଭାରାଜି । ଆଉ ତା ମଧ୍ୟରେ ଆସି ପ୍ରାତଃ ପ୍ରାଣାୟମ ଏବଂ ଯୋଗ କରୁଛନ୍ତି ଯୁବକ ଠୁ ବୃଦ୍ଧ । କର୍ମ ଜଞ୍ଜାଳର ଜର୍ଜରିତ ଯନ୍ତ୍ରଣା ଭିତରୁ ଶାନ୍ତ ଶୀହରଣର ସ୍ବଦେଶୀ ସଞ୍ଜିବନୀ ପାଇବାକୁ ଧାଇଁ ଆସନ୍ତି ସଭିଏଁ । ଏଭଳି ପ୍ରାକୃତିକ ପରିବେଶ କାହାକୁ ବା ଆକର୍ଷିତ ନକରିବ । ଆପଣ ନିଶ୍ଚେ ଭାବୁଥିବେ, ଏହା କୌଣସି ଏକ ସୁଶୋଭିତ ପାର୍କ କିମ୍ବା ପର୍ଯ୍ୟଟନ ସ୍ଥଳୀ । ତେବେ ଏହା ହେଉଛି ଖୋର୍ଦ୍ଧା ଜିଲ୍ଲା ଡିଙ୍ଗର ଗ୍ରାମର ଶ୍ମଶାନ । ଯାହା ଏବେ ସୃଷ୍ଟି କରୁଛି ଇନ୍ଦ୍ରଭବନର ଭ୍ରମ ।

ମଶାଣୀକୁ ନେଇ ମଣିଷ ମନରେ ଥିବା ଭୟ-ଆଉ ଅନ୍ଧ ବିଶ୍ବାସକୁ ଦୂର କରିବା ପାଇଁ ଗ୍ରାମବାସୀଙ୍କ ଭିନ୍ନ ଏକ ପ୍ରୟାସ । ଖାସ ସେଥିପାଇଁ 14 ଏକର ପରିମିତ ଶ୍ମଶାନକୁ ଇନ୍ଦ୍ରଭୁବନରେ ପରିଣତ କରିଛନ୍ତି ଏମାନେ । 160 ରକମର ଫୁଲ ଗଛ ସହ ବିଭିନ୍ନ ଔଷଧୀୟ ବୃକ୍ଷରେ ଝଲସୁଛି ଏଠିକାର ଚତୁଃପାର୍ଶ୍ବ । ଗାଁ ମଶାଣି ବୋଲି ମନରେ ଯେଉଁ ଭୟ ଥାଏ ତାହାକୁ ଭୁଲାଇ ଦିଏ ଏଠାର ସୁନ୍ଦର ପରିବେଶ । ସେହିପରି ଏଠାରେ ଶବଦାହ ପାଇଁ ପୌରାଣିକ ମତ ଅନୁସାରେ ଏକ ବୈଦିକ କୁଣ୍ଡ ପ୍ରସ୍ତୁତ କରାଯାଇଛି । ଯେଉଁଥିରେ ମାତ୍ର 50 କିଲୋ କାଠରେ ଶବଦାହ ହୋଇପାରିଛି । ସେହିପରି ଶବ ସଂସ୍କାରରେ ଯେପରି ବାୟୁ ପ୍ରଦୂଷଣ ନହେବ ସେଥିପାଇଁ ଝୁଣା, ଘିଅ, ସାକଲ୍ୟ ଓ ତୁଳା ଆଦି ବ୍ୟବହାର କରାଯାଏ । ସବୁଠାରୁ ବଡ଼ କଥା ହେଉଛି, ଏଠାରେ ଶବ ସତ୍କାର ପରେ ବାହାରୁଥିବା ପାଉଁଶକୁ ନଫୋପାଡି ଲାଗିଥିବା ସମସ୍ତ ଔଷଧୀୟ ବୃକ୍ଷ ଓ ଫୁଲ ଗଛ ମୂଳରେ ଦିଆଯାଏ ।

ମନରୁ ଛୁଆଁ ଅଛୁଆଁ, ଶ୍ମଶାନ ପ୍ରତି ଥିବା ଅନ୍ଧବିଶ୍ବାସ, ଭୂତ ପ୍ରେତର ଭୟ ଦୂର କରିବା, ପରିବେଶ ସ୍ବଚ୍ଛତା ସହ ଆତ୍ମସନ୍ତୋଷ ପାଇଁ ଏପରି ଉଦ୍ୟମ କରିଛନ୍ତି ଡିଙ୍ଗର ଗ୍ରାମବାସୀ । ସେପଟେ ଶ୍ମଶାନଟି ଗାଁର ଶେଷ ମୁଣ୍ଡରେ ଥିବାରୁ ଆଲୋକୀକରଣ ଏବଂ ଗୃହ ନିର୍ମାଣ କରିବା ପାଇଁ ସରକାରଙ୍କ ପାଖେ ଦାବି କରିଛନ୍ତି ଗ୍ରାମବାସୀ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : Sep 23, 2020, 5:05 PM IST

ABOUT THE AUTHOR

...view details