ଓଡିଶା

odisha

ETV Bharat / state

ଜେଲ ଫେରନ୍ତା ଅପରାଧିଙ୍କୁ ନଜରରେ ରଖିବ ପୋଲିସ

ରାଜଧାନୀ ଭୁବନେଶ୍ବର ଲୁଟେରାଙ୍କର ଏକପ୍ରକାର ଆଡ୍ଡାସ୍ଥଳୀ ପାଲଟିଛି । ଦିନଦ୍ବିପ୍ରହରରେ ହେଉଛି ବଡ଼ଧରଣର ଲୁଟପାଟ୍ । ତେଣୁ ଜେଲରୁ ବାହାରୁଥିବା ଅପରାଧି ଏପରି ମାମଲାରେ ଜଡିତ ଥିବା ନେଇ ଏମାନଙ୍କ ଉପରେ ନଜର ରଖିବ କମିଶନରେଟ୍ ପୋଲିସ ।

By

Published : Jun 22, 2019, 8:47 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ୱର: ରାଜଧାନୀରେ ଦିନକୁ ଦିନ ରାଜ କରୁଛନ୍ତି ଲୁଟେରା । ପ୍ରତିଦିନ ପୋଲିସ ପାଖକୁ ଆସୁଛି ଏମିତି କିଛି ଅଭିଯୋଗ। କିନ୍ତୁ ଲୁଟେରାଙ୍କ ଟେର ପାଉନି କମିସନରେଟ୍ ପୋଲିସ । ଜେଲରୁ ଫେରୁଥିବା ଅପରାଧି ମଧ୍ୟ ଘଟାଉଛନ୍ତି ଲୁଟ ତେଣୁ ସେମାନଙ୍କ ଉପରେ ନଜର ରଖିବାକୁ ନେଇଛି ନିଷ୍ପତ୍ତି ।

ଗତ ୧୭ ତାରିଖରେ ମଞ୍ଚେଶ୍ବର ଥାନା ଚକେଇସିଆଣୀ ନିକଟରୁ ଲୁଟ ହୋଇଥିଲା । ଜଣେ ସରକାରୀ କଲେଜର ଅଧ୍ୟାପକଙ୍କ ଘରୁ ସୁନା ଅଳଙ୍କାର ସହ ଟଙ୍କା ମଧ୍ୟ ଲୁଟ ହୋଇଥିବା ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଆଧାର କରି ୩ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ ।

ସୂଚନା ଅନୁଯାୟୀ ମଞ୍ଚେଶ୍ଵର ଥାନା ଅଧୀନରେ ଥିବା ଚକେଇସିଆଣୀ ଅଞ୍ଚଳରୁ ଗତ ମେ ମାସ ୩୧ ତାରିଖ ରେ ଘରେ କେହି ନଥିବା ବେଳେ ଲୁଟ ହୋଇଥିବା ଅଭିଯୋଗ ଆଣିଛନ୍ତି ଗୋପାଳ କୃଷ୍ଣ ଆଚାର୍ଯ୍ୟ । ଘରୁ ଲୁଟେରା ପ୍ରାୟ ୨୨ ଭାରି ସୁନା ଓ ରୂପା ସହ ନଗଦ ୫୦ ହଜାର ଟଙ୍କା ଲୁଟ କରିଥିବା ଅଭିଯୋଗ କରିଛନ୍ତି ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ତେବେ ଅଭିଯୋଗ ଆଧାରରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା। ଖବର ପାଇ କମିସନରେଟ ପୋଲିସ ମୁଖ୍ୟ ଅଭିଯୁକ୍ତ ସୁଶାନ୍ତ ଗୌଡ ଓ ତାର ଦୁଇ ସହଯୋଗୀକୁ ଗିରଫ କରିଛି । ସେମାନଙ୍କ ଠାରୁ ୧୪୦ ଗ୍ରାମ ସୁନା, ୩୧୦ ଗ୍ରାମ ରୂପା ଓ ଏକ କଳା ରଙ୍ଗର ପଲ୍ସର ଗାଡ଼ିକୁ ଜବତ କରିଛି ପୋଲିସ । ସେହିପରି ଜଣେ ବ୍ୟକ୍ତିଙ୍କୁ କିଛି ଯୁବକ ପିଛା କରୁଥିବା ନେଇ ଶୁକ୍ରବାର ପୋଲିସକୁ ଖବର ମିଳିବା ପରେ ପିସିଆର୍ ଘଟଣା ସ୍ଥଳରେ ପହଞ୍ଚି ସେହି ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି । ଏମିତି କି ରାଜଧାନୀ ରେ ବାରମ୍ବାର ଏପରି ଘଟଣା ଘଟୁଥିବା ବେଳେ ପୋଲିସ ହାତ ଖାଲି । ଅପରାଧୀଙ୍କୁ ଧରିବାରେ ବିଫଳ ସାଜିଛି ପୋଲିସ । କିଛି ଅପରାଧି ଜେଲରୁ ଫେରିଲା ପରେ ପୁନର୍ବାର ଲୁଟପାଟ୍ କରିବାରେ ଲାଗିପଡିଛନ୍ତି । ତେଣୁ ଏହି ଜେଲ ଫେରନ୍ତା ଅପରାଧିଙ୍କ ଉପରେ ପୋଲିସ ନଜର ରଖିବା ନେଇ ସୂଚନା ଦେଇଛି କମିଶନରେଟ ପୋଲିସ ।

ଭୁବନେଶ୍ବର ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details