ଖୋର୍ଦ୍ଧା: ନିରାକାରପୁର ଥାନା ଅଞ୍ଚଳରେ ୨୦୧୪ ମସିହାରେ ଘଟିଥିବା ଏକ ଧର୍ଷଣ ଏବଂ ହତ୍ୟା ଅଭିଯୋଗରେ ଅଭିଯୁକ୍ତ ସନ୍ତୋଷ କୁମାର ପଲେଇକୁ ଖୋର୍ଦ୍ଧା ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରଜଜ୍ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ସୂଚନା ଅନୁସାରେ, ୨୦୧୪ ମସିହାରେ ଭଗବାନ ଜେନାଙ୍କ ପତ୍ନୀ ସବିତା ଜେନାଙ୍କୁ ଲୋନ କରେଇଦେବା କହି ସନ୍ତୋଷ କୁମାର ପଲେଇ ଫୋନ ଯୋଗେ ଡାକିଥିଲେ । କିନ୍ତୁ ସବିତା ସନ୍ତୋଷଙ୍କ ପାଖକୁ ଯାଇ କେଉଁଆଡ଼େ ନିଖୋଜ ହୋଇଯାଇଥିଲା ।
ଧର୍ଷଣ ଓ ହତ୍ୟା ମାମଲା: ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ - ଧର୍ଷଣ ଏବଂ ହତ୍ୟା ଅଭିଯୋଗରେ ଖୋର୍ଦ୍ଧାରେ ଆଜୀବନ କାରଦଣ୍ଡ
ନିରାକାରପୁର ଥାନା ଅଞ୍ଚଳରେ ୨୦୧୪ ମସିହାରେ ଘଟିଥିବା ଏକ ଧର୍ଷଣ ଏବଂ ହତ୍ୟା ଅଭିଯୋଗରେ ଅଭିଯୁକ୍ତ ସନ୍ତୋଷ କୁମାର ପଲେଇକୁ ଖୋର୍ଦ୍ଧା ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରଜଜ୍ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଅଧିକ ପଢନ୍ତୁ
ଧର୍ଷଣ ଓ ହତ୍ୟା ମାମଲା: ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ
ତେବେ ସବିତାଙ୍କ ଉଲଗ୍ନ ମୃତଦେହ ବାସୁଦେବପୁର କାଜୁ ଜଙ୍ଗଲରେ ପଡିଥିବା ନିରାକାରପୁର ପୋଲିସ ପାଇଥିଲା । ଏହି ଘଟଣାରେ ଅଭିଯୁକ୍ତ ସନ୍ତୋଷକୁ ଧର୍ଷଣ ଓ ହତ୍ୟାକରିବା ଅଭିଯୋଗରେ ନିରାକାରପୁର ପୋଲିସ ଗିରଫ କରିଥିଲା । ମାମଲାର ଶୁଣାଣି କରି କୋର୍ଟ ଅଭିଯୁକ୍ତ ସନ୍ତୋଷକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ