ଓଡିଶା

odisha

By

Published : Aug 9, 2020, 4:00 PM IST

ETV Bharat / state

କୋରୋନାରେ ପୋଲିସ ଏଏସଆଇଙ୍କ ମୃତ୍ୟୁ

ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଗମ୍ଭାରିମୁଣ୍ଡା ଆଉଟ ପୋଷ୍ଟରେ କାର୍ଯ୍ୟରତ ଥିବା ଅଧିକାରୀଙ୍କ କୋରୋନାରେ ମୃତ୍ୟୁ ଘଟିଛି ।

corona warrior death
କୋରୋନାରେ ପୋଲିସ ଏଏସଆଇଙ୍କ ମୃତ୍ୟୁ

ଖୋର୍ଦ୍ଧା: କୋରୋନା ଯୋଦ୍ଧାଙ୍କ ମୃତ୍ୟୁ । ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଗମ୍ଭାରିମୁଣ୍ଡା ଆଉଟ ପୋଷ୍ଟରେ କାର୍ଯ୍ୟରତ ଥିବା ଅଧିକାରୀଙ୍କ କୋରୋନାରେ ମୃତ୍ୟୁ ଘଟିଛି ।

ଆଉଟ୍ ପୋଷ୍ଟ ଅଧିକାରୀ ପୋଲିସ ଏଏସଆଇ ମୁରଲୀଧର ବଳିଆରସିଂ ପୂର୍ବରୁ ବହୁ ରୋଗରେ ଆକ୍ରାନ୍ତ ଥିବାବେଳେ ନିକଟରେ ସେ କୋରୋନା ଆକ୍ରାନ୍ତ ଥିବା ଜଣାପଡିଥିଲା । ଏହାପରେ ସେ ଭୁବନେଶ୍ୱରସ୍ଥିତ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ମାତ୍ର ରବିବାର ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ଏହି ଖବର ଜଣାପଡିବା ପରେ ବାଣପୁର ଥାନା କର୍ମଚାରୀଙ୍କ ମଧ୍ୟରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details