ଖୋର୍ଦ୍ଧା:ପ୍ରଥମ ଥର ପାଇଁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହେବ କୋରୋନା ପରୀକ୍ଷା । ଏଥିପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ପରୀକ୍ଷା କେନ୍ଦ୍ର ଉଦଘାଟିତ ହୋଇଛି ।
ଜିଲ୍ଲାରେ ଦିନକୁ ଦିନ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ଲକ୍ଷଣ ଥିବା ସଂକ୍ରମିତ ଓ ଅତି ଜରୁରୀକାଳୀନ ସ୍ଥିତିରେ ପରୀକ୍ଷା କରିବାକୁ ଏହି ବ୍ୟବସ୍ଥା କରାଯାଇଛି । ଯଦ୍ବାରା ସ୍ବାବ ସଂଗ୍ରହ ପରେ ଏଠାରେ ସହଜରେ ପରୀକ୍ଷା କରାଯାଇପାରିବ ।