ଓଡିଶା

odisha

ETV Bharat / state

କୋରୋନା ପ୍ରଭାବ: ପ୍ରଭାବିତ ଖୋର୍ଦ୍ଧାର ପର୍ଯ୍ୟଟନ ସ୍ଥଳୀ - corona effect

କୋରୋନାରୁ ବର୍ତ୍ତିବା ନେଇ ଆଗୁଆ ସତର୍କତା । ଅନ୍ୟପଟେ କୋରୋନା ପ୍ରଭାବରେ ଚିଲିକା ପର୍ଯ୍ୟଟନ ସ୍ଥଳୀ ମଧ୍ୟ ଖାଁ ଖାଁ ହୋଇଯାଇଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

chilika
ପ୍ରଭାବିତ ପର୍ଯ୍ୟଟନ ସ୍ଥଳୀ

By

Published : Mar 16, 2020, 6:49 PM IST

ଖୋର୍ଦ୍ଧା: କୋରୋନା କବଳରେ ସାରା ବିଶ୍ବ । ଚୀନରୁ ଆସିଥିବା ଏହି ଭୁତାଣୁ ଏବେ ସାରା ବିଶ୍ବକୁ ନିଜ ଅକ୍ତିଆରରେ ନେଇସାରିଲାଣି । କୋରୋନା ମୁକାବିଲା ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ତତ୍ପର ହୋଇଥିବା ଦେଖାଦେଇଛି ।

କୋରୋନାରେ ପ୍ରଭାବିତ ପର୍ଯ୍ୟଟନ ସ୍ଥଳୀ

ସେହିପରି ଖୋର୍ଦ୍ଧାରେ ମଧ୍ୟ ଜିଲ୍ଲାପାଳ ଆଗୁଆ ସତର୍କତା ଅବଲମ୍ବନ କରି ଜିଲାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟିକୁ ବାତିଲ କରିବା ସହ ଜିଲ୍ଲାରେ ଥିବା ସମସ୍ତ ପର୍ଯ୍ୟଟନ ସ୍ଥଳୀକୁ ନଯିବାକୁ ପର୍ଯ୍ୟଟକଙ୍କୁ ପରାମର୍ଶ ଦେଇଛନ୍ତି ।

ସେହିପରି କରୋନା ପ୍ରଭାବରେ ଚିଲିକା ପର୍ଯ୍ୟଟନ ସ୍ଥଳୀ ମଧ୍ୟ ଖାଁ ଖାଁ ହୋଇଯାଇଥିବା ଦେଖିବାକୁ ମିଳିଛି । ପର୍ଯ୍ୟଟକ ମାନେ ଏଠାକୁ ବୁଲିବା ପାଇଁ ଆସି ଡଙ୍ଗା ନଚାଲିବାରୁ ନିରାଶ ହୋଇ ଫେରିଯାଉଛନ୍ତି । ସେପଟେ ପର୍ଯ୍ୟଟନ ସ୍ଥଳୀ ବନ୍ଦ ହେବା ଫଳରେ ଡଙ୍ଗା ଚାଳକ ଓ କର୍ମଚାରୀଙ୍କ ମୁଣ୍ଡରେ ଚଡକ ପଡିଛି । ତେବେ ବର୍ଷ ତମାମ ଚଳଚଞ୍ଚଳ ରହୁଥିବା ଚିଲିକା ଏବେ କରୋନା ପ୍ରଭାବରେ ଖାଁ ଖାଁ ହୋଇଥିବା ଦେଖିବାକୁ ମିଳିଛି ।


ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details