ଭୁବନେଶ୍ବର : ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟର ୩୯ତମ ସମାବର୍ତ୍ତନ ଉତ୍ସବ ବେଶ ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗଦେଇ ବିଶ୍ୱବିଦ୍ୟାଳୟ ଗୁଡ଼ିକ ପୂର୍ଣ୍ଣାଙ୍ଗ ଶିକ୍ଷା ପଦ୍ଧତି ମାଧ୍ୟମରେ ବ୍ୟକ୍ତିର ସାମଗ୍ରୀକ ବିକାଶ ଉପରେ ଗୁରୁତ୍ୱାରୋପ କରିଛନ୍ତି ।
ଏହି ଶିକ୍ଷା ପଦ୍ଧତି ବ୍ୟକ୍ତିର ଆଚରଣ ଏବଂ ଉଚ୍ଚାରଣରେ ଶୁଦ୍ଧତା ଆଣିବାରେ ସହାୟକ ହେବ ବୋଲି ରାଜ୍ୟପାଳ ମତ ଦେଇଛନ୍ତି । ଏହି ଅବସରରେ ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ତଥା ଜଣାଶୁଣା ପାଣିପାଗ ବିଜ୍ଞାନୀ ଡଃ ମୃତ୍ୟୁଞ୍ଜୟ ମହାପାତ୍ର ଯୋଗ ଦେଇଥିଲେ । ସମାବର୍ତ୍ତନ ଉତ୍ସବରେ ଜୈବିକ କୃଷି ଓ ଜୈବ ବିବିଧତା ସଂରକ୍ଷଣରେ ପାରଦର୍ଶିତା ଲାଭ କରିଥିବା ସୁଶ୍ରୀ ସାବରମତୀଙ୍କୁ ସମ୍ମାନସୂଚକ ଡକ୍ଟରେଟ ଉପାଧି ପ୍ରଦାନ କରାଯାଇଛି ।
ଏହାମଧ୍ୟ ପଢ଼ନ୍ତୁ. ଆସନ୍ତାକାଲି OUAT ସମାବର୍ତ୍ତନ ଉତ୍ସବ: ରଙ୍ଗୀନ୍ କୁକୁଡା ବିକଶିତ କରିଛନ୍ତି କୃଷିଯନ୍ତ୍ରୀ
ସମାବର୍ତ୍ତନ ଉତ୍ସବରେ ୮୨୧ ଜଣ କୃତୀ ଛାତ୍ରଛାତ୍ରୀଙ୍କୁ ସ୍ନାତକ, ୫୧୦ ଜଣଙ୍କୁ ସ୍ନାତକୋତ୍ତର ଏବଂ ୬୪ ଜଣଙ୍କୁ ପିଏଚ୍ଡି ଡିଗ୍ରୀ ପ୍ରଦାନ କରାଯାଇଛି । ଏହାସହିତ ବିଭିନ୍ନ ବିଭାଗ ଏବଂ ପ୍ରତିଯୋଗିତାରେ ଯୋଗ୍ୟତା ହାସଲ କରିଥିବା କୃତୀ ଛାତ୍ରଛାତ୍ରୀଙ୍କୁ ୧୧୩ଟି ସ୍ୱର୍ଣ୍ଣ ପଦକ ଏବଂ ୬ଟି ଆର୍ଥିକ ପୁରଷ୍କାର ପ୍ରଦାନ କରାଯାଇଛି ।