ଓଡିଶା

odisha

By

Published : Nov 4, 2020, 1:57 PM IST

ETV Bharat / state

ସାରୁଅ ଠିକା ଶ୍ରମିକଙ୍କ ଧାରଣାରେ ସାମିଲ ହେଲା ଦଳିତ ମହାସଂଘ

ଚତୁର୍ଥ ଦିନରେ ଜାରି ରହିଛି ଘରୋଇ ଗଣମାଧ୍ୟମ ସଂସ୍ଥାର ଷ୍ଟୁଡିଓ ଗେଟ ସମ୍ମୁଖରେ ଠିକା ଶ୍ରମିକଙ୍କ ଧାରଣା । ଧାରଣାରେ ସାମିଲ ହେଲା ରାଷ୍ଟ୍ରୀୟ ଦଳିତ ମହାସଂଘ । ଅଧିକ ପଢନ୍ତୁ...

ସାରୁଅ ଠିକା ଶ୍ରମିକଙ୍କ ଧାରଣାରେ ସାମିଲ ହେଲା ଦଳିତ ମହାସଂଘ
ସାରୁଅ ଠିକା ଶ୍ରମିକଙ୍କ ଧାରଣାରେ ସାମିଲ ହେଲା ଦଳିତ ମହାସଂଘ

ଖୋର୍ଦ୍ଧା: ଘନଉଛି ସାରୁଅ ଠିକା ଶ୍ରମିକ ବିବାଦ । ଖୋର୍ଦ୍ଧା ସାରୁଅରେ ଥିବା ଘରୋଇ ଗଣମାଧ୍ୟମ ସଂସ୍ଥାର ଷ୍ଟୁଡିଓ ଗେଟ ସମ୍ମୁଖରେ ଶ୍ରମିକଙ୍କ ଧାରଣା ଚତୁର୍ଥ ଦିନରେ ଜାରି ରହିଛି । ଆଜି(ବୁଧବାର) ଧାରଣାସ୍ଥଳରେ ପହଞ୍ଚିଛନ୍ତି ରାଷ୍ଟ୍ରୀୟ ଦଳିତ ମହାସଂଘର ରାଜ୍ୟ ସଭାପତି ଅଶୋକ ମଲ୍ଲିକ, ଉପଦେଷ୍ଟା ରବି ସେଠୀ ଓ ଅମୀୟ ସେଠୀ ।

ସାରୁଅ ଠିକା ଶ୍ରମିକଙ୍କ ଧାରଣାରେ ସାମିଲ ହେଲା ଦଳିତ ମହାସଂଘ

ଅଶୋକ ମଲିକଙ୍କ ନେତୃତ୍ବରେ ତିନି ଜଣିଆ ଟିମ ଗଣାମାଧ୍ୟମ ଷ୍ଟୁଡିଓ ୟୁନିଟ ସାମ୍ନାରେ ଧାରଣାରେ ବସିଥିବା ଠିକା ଶ୍ରମିକମାନଙ୍କୁ ଭେଟି ଆଲୋଚନା କରିଛନ୍ତି ଏବଂ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବି କରିଛନ୍ତି । ସେହିପରି ତୁରନ୍ତ ଏହାର ସମାଧାନ କରାନଗଲେ ଆଗାମୀ ଦିନରେ ଦଳିତ ମହାସଂଘ ସାରୁଅ ଠିକା ଶ୍ରମିକଙ୍କ ଦାବିକୁ ନେଇ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ।

ଘରୋଇ ଗଣମାଧ୍ୟମ ସଂସ୍ଥା ଠିକା କର୍ମଚାରୀମାନଙ୍କୁ ଷ୍ଟୁଡିଓ ଭିତରକୁ କାମ କରିବା ପାଇଁ ନ ଛାଡିବାରୁ ପ୍ରତିବାଦ କରି ଶ୍ରମିକମାନେ 4 ଦିନ ହେଲା ଧାରଣାରେ ବସି ରହିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ

ABOUT THE AUTHOR

...view details