ଓଡିଶା

odisha

By

Published : Apr 13, 2023, 9:15 PM IST

Updated : Apr 13, 2023, 9:46 PM IST

ETV Bharat / state

ବେଦାନ୍ତ ବିଶ୍ବବିଦ୍ୟାଳୟ ମାମଲା, ୫ଦିନ ଜିଲ୍ଲାସ୍ତରରେ ଆନ୍ଦୋଳନ କରିବ କଂଗ୍ରେସ

ବେଦାନ୍ତ ବିଶ୍ବବିଦ୍ୟାଳୟ ନେଇ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ସରକାରଙ୍କ ଏଭଳି ବେଆଇନ କାର୍ଯ୍ୟ ବିରୋଧରେ ୫ ଦିନ ଆନ୍ଦୋଳନ କରିବ କଂଗ୍ରେସ । ଅଧିକ ପଢନ୍ତୁ

Etv Bharat
Etv Bharat

ବେଦାନ୍ତ ବିଶ୍ବବିଦ୍ୟାଳୟ ମାମଲା, ୫ଦିନ ଜିଲ୍ଲାସ୍ତରରେ ଆନ୍ଦୋଳନ କରିବ କଂଗ୍ରେସ

ଭୁବନେଶ୍ବର:ବେଦାନ୍ତ ବିଶ୍ବବିଦ୍ୟାଳୟ ପୂର୍ଣ୍ଣଛେଦ ପଡିବା ପ୍ରସଙ୍ଗ । କଂଗ୍ରେସ ସାମ୍ବାଦିକ ସମିଳନୀ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସ୍ତଫା ଦାବି କରିଛି । ଏହାସହ ଆସନ୍ତା ୧୫ ତାରିଖରୁ ୨୦ ତାରିଖ ମଧ୍ୟରେ ଜିଲ୍ଲା ସ୍ତରରେ ବ୍ୟାପକ ଆନ୍ଦୋଳନ କରିବ ବୋଲି କହିଛି କଂଗ୍ରେସ । ଏହାସହ ରାଜ୍ୟ ସରକାର କାହିଁକି ବେଦାନ୍ତ ଉପରେ ଏତେ ସହାନୁଭୂତି ଦେଖାଉଥିଲେ ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।

ଏ ନେଇ ପିସିସି ସଭାପତି ଶରତ କହିଛନ୍ତି, "ବିଜେଡି ଯେଉଁ ଉଧ୍ୟ୍ୟମ କରିଥିଲା ତାକୁ ଠାକୁର ପଣ୍ଡ କରିଦେଇଛନ୍ତି । ସୁପ୍ରିମକୋର୍ଟ ଯେଉଁ ସୁପ୍ରିମ ରାୟ ଦେଇଛନ୍ତି ଅତୀତରେ ତାହା କୌଣସି ସରକାରଙ୍କୁ କେବେ ଦିଆଯାଇନଥିଲା । ବେଦାନ୍ତକୁ ୧୫ ହଜାର ଏକର ଜମି ଯୋଗାଇଦେବାକୁ ସରକାର କହିଥିଲେ କିନ୍ତୁ ତାର ମୋଟ ୩୮୩୭ ଏକର ଆବଶ୍ୟକତା ରହିଥିଲା । ଯେଉଁ ୬ହଜାର ଏକର ଜମି ଅଧିଗ୍ରହଣ ହୋଇଛି ତାହା ଚାଷୀଙ୍କୁ କୁଠାରଘାତ କରିଛି । ଚାଷୀଙ୍କ ଜମିକୁ ଏଭଳି ଏକ କମ୍ପାନୀ ହାତରେ ଟେକିଦେବା ଏକ ଜନ ବିରୋଧୀ ନିଷ୍ପତ୍ତି । ଏହାଦ୍ଵାରା ୩୦ ହଜାର ପରିବାର ପ୍ରଭାବିତ ହୋଇଛନ୍ତି ।"

ଏହା ବି ପଢନ୍ତୁ- ସୁପ୍ରିମକୋର୍ଟଙ୍କ ବେଦାନ୍ତ ରାୟ, କଂଗ୍ରେସ କହିଲା ସରକାରଙ୍କ ମୁଖା ଖୋଲିଗଲା

ସେ ଆହୁରି କହିଛନ୍ତି, "କାହିଁକି ସରକାର ବେଦାନ୍ତ ଉପରେ ଏତେ ସହାନୁଭୂତି ଦେଖାଉଥିଲେ ? ଏହାର କାରଣ କଣ ? ମୁଖ୍ୟମନ୍ତ୍ରୀ ଏଥିଲାଗି ଇସ୍ତଫା ଦିଅନ୍ତୁ । ଆଗାମୀ ଦିନରେ ସମସ୍ତ ଜିଲ୍ଲା ମୁଖ୍ୟାଳୟ ଆଗରେ କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିବ ।" କଂଗ୍ରେସ ନେତା ବିଜୟ ପଟ୍ଟନାୟକ ମଧ୍ୟ ମୁଖ୍ୟଶାସନ ସଚିବ ଭାବରେ କାର୍ଯ୍ୟକରିବା ସହ ଅବସର ପରେ ବେଦାନ୍ତ ସହ ଦୀର୍ଘଦିନ ଜଡିତ ହୋଇ ରହିବା ପ୍ରଶ୍ନରେ ପିସିସି ସଭାପତି କହିଛନ୍ତି ଯେ, ଯିଏ ସରକାରୀ ଚାକିରି କରିବ ସିଏ ସରକାରଙ୍କ ନିର୍ଦେଶରେ ଚାଲିବାକୁ ପଡିବ । ସରକାର ହେଉଛନ୍ତି ମୁଖ୍ୟ, ତେଣୁ ସରକାର ଏଥିପାଇଁ ଦାୟୀ ।

ପିସିସି ମିଡ଼ିଆ ସେଲ ଅଧ୍ୟକ୍ଷ ଗଣେଶ୍ବର ବେହେରା ସୁପ୍ରିମକୋର୍ଟର ରାୟକୁ ଗୋଟିଗୋଟି କରି ପଢିଥିଲେ । ସରକାର କେଉଁଭଳି ଭାବରେ ଏମିତି କରିଥିଲେ, ତାହା ପୁଣି ଜନତାଙ୍କ ବିରୋଧରେ ତାହା ଆଶ୍ଚର୍ଯ୍ୟଚକିତ କରିଛି । ସରକାର ଲୋକଙ୍କ ପାଇଁ, ଲୋକମାନେ ସରକାର ଗଢ଼ିଥାନ୍ତି । ହେଲେ ଲୋକଙ୍କ ହିତରେ ସରକାର ନଯାଇ ଏମିତି କେମିତି କଲେ ବୋଲି ପ୍ରଶ୍ନ କରିଛନ୍ତି ଗଣେଶ୍ବର । ସୂଚନା ଥାଉ କି ଯେତେବେଳେ ବେଦାନ୍ତ ସହ ଆଲୋଚନା ହୋଇଥିଲା ସେତେବେଳେ ଅଜିତ ତ୍ରିପାଠୀ ରାଜ୍ୟର ମୁଖ୍ୟ ଶାସନ ସଚିବ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Apr 13, 2023, 9:46 PM IST

ABOUT THE AUTHOR

...view details