ଓଡିଶା

odisha

ETV Bharat / state

କଂଗ୍ରେସ ଫୋକସ୍‌ରେ ୧୦୦ ଆସନ, 5T ସଚିବଙ୍କୁ ଟାର୍ଗେଟ୍‌ କଲେ ଚେଲ୍ଲା କୁମାର - ପିସିସି ସଭାପତି ଶରତ ପଟ୍ଟନାୟକ

ସରିଲା କଂଗ୍ରେସର ରାଜନୈତିକ ବ୍ୟାପାର କମିଟି ବୈଠକ । କାର୍ଯ୍ୟକାରିଣୀରେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା ହୋଇଥିବା ସୂଚନା ଦେଲେ ପିସିସି ସଭାପତି । ପାଣ୍ଡିଆନଙ୍କୁ ଟାର୍ଗେଟ କରି ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ପାଇଁ କଂଗ୍ରେସ କୋର୍ଟକୁ ଯିବ ବୋଲି କହିଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରୀ । ଅଧିକ ପଢ଼ନ୍ତୁ

ରାଜ୍ୟ କଂଗ୍ରେସ କାର୍ଯ୍ୟକାରିଣୀ
ରାଜ୍ୟ କଂଗ୍ରେସ କାର୍ଯ୍ୟକାରିଣୀ

By

Published : Jul 22, 2023, 10:54 PM IST

ରାଜ୍ୟ କଂଗ୍ରେସ କାର୍ଯ୍ୟକାରିଣୀ

ଭୁବନେଶ୍ବର: ରାଜ୍ୟ କଂଗ୍ରେସ କାର୍ଯ୍ୟକାରିଣୀରେ ରାଜନୈତିକ ବ୍ୟାପାର କମିଟି ବୈଠକ ଶେଷ ହୋଇଛି । ଆଗକୁ କର୍ମକର୍ତ୍ତାମାନଙ୍କର ହେବ ବୈଠକ । କାର୍ଯ୍ୟକାରିଣୀରେ ୬ଟି ପ୍ରସ୍ତାବ ଗ୍ରହଣ କରାଯାଇଛି । ଶୋକ ପ୍ରସ୍ତାବ, ରାଜନୈତିକ ପ୍ରସ୍ତାବ, ଚାଷୀ ଓ କୃଷକ ପ୍ରସ୍ତାବ ସହ ସାମାଜିକ ନ୍ୟାୟ ନେଇ ଆଲୋଚନା ପରେ ଧନ୍ୟବାଦ ପ୍ରସ୍ତାବ ଆସିଥିଲା । ବୈଠକରେ ଦଳକୁ ମଜବୁତ କରିବା ପ୍ରସଙ୍ଗରେ ଗୁରୁତ୍ବାରୋପ କରିଛନ୍ତି ନେତା । ୨୦୨୪ରେ ସରକାରକୁ ଆସିବା ପାଇଁ ପ୍ରୟାସ କରିବ ଦଳ । ରାଜ୍ୟର ୧୦୦ ନିର୍ବାଚନ ମଣ୍ଡଳୀରେ ହେବ ସ୍ବତନ୍ତ୍ର କାର୍ଯ୍ୟକ୍ରମ । ଗାଁ ଗାଁକୁ ଯିବ କଂଗ୍ରେସ । ୱାର୍ଡସ୍ତରରେ କମିଟି ଗଠନ ହେବ । କାର୍ଯ୍ୟକାରିଣୀରେ ଏଭଳି ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ହୋଇଛି । ସେପଟେ 5T ସଚିବ ଭିକେ ପାଣ୍ଡିଆନଙ୍କୁ ଟାର୍ଗେଟ କରି ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ପାଇଁ କଂଗ୍ରେସ କୋର୍ଟକୁ ଯିବ ବୋଲି କହିଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର ।

ବୈଠକ ପରେ ପ୍ରତିକ୍ରିୟା ରଖି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, "୬ଟି ପ୍ରସ୍ତାବ ଉପରେ ଆଜି ଆଲୋଚନା ହୋଇଛି । ଆଗାମୀ ଦିନରେ କଂଗ୍ରେସକୁ ସୁଦୃଢ଼ କରାଯିବ । କଂଗ୍ରେସ କିଭଳି ସରକାରକୁ ଫେରିବ ସେନେଇ ଆଲୋଚନା ହୋଇଛି । ଗଣତନ୍ତ୍ର ରାଷ୍ଟ୍ରରେ ବିଧାୟକ ଏବଂ ଲୋକପ୍ରତିନିଧିମାନଙ୍କୁ ଅଣଦେଖା କରାଯାଉଛି । ଏହାକୁ କଂଗ୍ରେସ ନିନ୍ଦା କରୁଛି । ବିଜେଡି ଓ ବିଜେପି ୯ ବର୍ଷ ସରକାରରେ ଥିଲେ । ସେମାନେ ବିଫଳ ହୋଇଛନ୍ତି । ଅଫିସର ରାଜକୁ ବରଖାସ୍ତ କରାଯିବ । ଗଣତନ୍ତ୍ରକୁ ବଞ୍ଚାଇବାକୁ ପଡିବ । ସମସ୍ତେ ଏକ ହୁଅନ୍ତୁ । ଏଭଳି ଅବ୍ୟବସ୍ଥା କେଉଁଠି ନାହିଁ । ଗୁଣାତ୍ମକ ବିଜୁଳି ପ୍ରଦାନ ନାଁରେ କୋଟି କୋଟି ଟଙ୍କା ଆତ୍ମସାତ କରାଯାଉଛି । ଯୁବକମାନେ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି । ଶିକ୍ଷାର ମାନ କମି କମି ଯାଉଛି । ବିଜେଡି ବିଜେପି ଭାଇ ଭାଇ । ଚିଟ୍‌ଫଣ୍ଡ୍‌ରେ ଜଗନ୍ନାଥଙ୍କ ଜମି ଫେରାଇବା କଥା, କଂଗ୍ରେସ ନେତା ଉମାବଲ୍ଲଭ ରଥ ଲାଗିଥିଲେ । ରତ୍ନଭଣ୍ଡାର ଖୋଲୁନାହାନ୍ତି ସରକାର । ତ୍ରାହି ତ୍ରାହି ଡାକୁଛନ୍ତି ଲୋକେ । ମଣିପୁର ଘଟଣା ଅତ୍ୟନ୍ତ ଦୁଃଖଦାୟକ । କେନ୍ଦ୍ର ସରକାର ରାହୁଲ ଗାନ୍ଧୀଙ୍କୁ ସହ୍ୟ କରିପାରିଲେନି । କର୍ଣ୍ଣାଟକ, ହିମାଚଳ ପ୍ରଦେଶରେ କଂଗ୍ରେସର ବିଜୟ ଶୁଭ ସଂକେତ ।"

ଏହା ମଧ୍ୟ ପଢ଼ନ୍ତୁ...କଂଗ୍ରେସ କାର୍ଯ୍ୟକାରିଣୀରେ ମୋକିମ-ଚିରଞ୍ଜୀବ ଝଡ଼

ସେପଟେ ନବୀନଙ୍କ ଦୀର୍ଘାୟୁ କାମନା କରୁଛି ବୋଲି କହି 5T ସଚିବଙ୍କୁ ଟାର୍ଗେଟ କଲେ ରାଜ୍ୟ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର । ମୁଖ୍ୟମନ୍ତ୍ରୀ ଅସୁରକ୍ଷିତ ଓ ତାଙ୍କୁ ସୁରକ୍ଷା ଦେବାପାଇଁ କଂଗ୍ରେସ କୋର୍ଟକୁ ଯିବ ବୋଲି ସେ କହିଛନ୍ତି । ସେ ଆହୁରି କହିଛନ୍ତି, "ରାଜ୍ୟରେ ନିର୍ବାଚିତ ପ୍ରତିନିଧି ରାଜ୍ୟ ବୁଲୁନାହାନ୍ତି । ସାରା ଭାରତ ବର୍ଷର ଏମିତି ଘଟଣା କୌଣସି ରାଜ୍ୟରେ ନାହିଁ । ସବୁଥିରେ ବିଫଳ ରାଜ୍ୟ ସରକାର । ରାଜ୍ୟରେ ଅଫିସର ରାଜକୁ ବରଖାସ୍ତ କରିବାକୁ ପଡିବ । ଓଡିଶାବାସୀଙ୍କୁ ଅନ୍ୟାୟ ବିରୋଧରେ ସ୍ବର ଉତ୍ତାଳନ କରିବାକୁ ପଡିବ । ଗଣତନ୍ତ୍ରକୁ ବଞ୍ଚାଇବାକୁ ପଡିବ । ରାଜ୍ୟରେ ସ୍କୁଲ ନାହିଁ, ୨ ଲକ୍ଷ ୨୬ ହଜାର ସରକାରୀ ପୋଷ୍ଟ ଖାଲି ରହିଛି । ତାହାକୁ ପୂରଣ କରିବରେ ବିଫଳ ହୋଇଛନ୍ତି ସରକାର । CBI ଓ EDକୁ ଡରି ସରକାର ଚୁପ । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ମଧ୍ୟ ରତ୍ନଭଣ୍ଡାର ଖୋଲୁନାହାନ୍ତି । ରାଜ୍ୟରେ ଗଣତନ୍ତ୍ରକୁ ହତ୍ୟା କରାଯାଇଛି । ଓଡିଶାର ଲୋକେ ବିଜେଡିକୁ ନିର୍ବାଚିତ କରିଥିଲେ । ନବୀନ ବାବୁଙ୍କୁ ଜିତଇଥିଲେ । କିନ୍ତୁ ଦୁର୍ଭାଗ୍ୟ, ଜଣେ ଆଇଏଏସ୍‌ ସୁପର ମୁଖମନ୍ତ୍ରୀ ସାଜିଛନ୍ତି । ସରକାରକୁ ହଇଜାକ କରିନେଇଛନ୍ତି । ଓଡ଼ିଶାରେ ମହିଳାମାନଙ୍କ ପାଇଁ ମିଶନଶକ୍ତିକୁ ଗୁରୁତ୍ବ ଦେଉଛନ୍ତି । ହେଲେ ମଣିପୁରରେ ମହିଳା ହିଂସା ନେଇ ଯେତେବେଳେ ସାରା ଦେଶ ଜଳୁଛି, ସେତେବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ପଦୁଟିଏ କହିଲେ ନାହିଁ । ଦଳକୁ କିଭଳି ଜନାଦୃତ କରିହେବ ସେନେଇ ଆଲୋଚନା ହୋଇଛି । ୨୦୨୪ ନିର୍ବାଚନ ପାଇଁ ବ୍ଲକରେ ଟ୍ରେନିଂ କ୍ୟାମ୍ପ କରିବ କଂଗ୍ରେସ । ପିସି କାରବାରରେ ରୋକ ଲଗାଯିବ । ବୃଥା ଯୋଜନାକୁ ବିରୋଧ କରିବା ସହ ଗାଁ ଗାଁ ବୁଲି ଏହି ବାର୍ତ୍ତା ଦେବ କଂଗ୍ରେସ । ୧୦୦ ନିର୍ବାଚନ ମଣ୍ଡଳୀକୁ ଦଳ ଏଭଳି ବାର୍ତ୍ତା ନେଇ ଯିବ । ଆଗକୁ ଦଳ ଅଧିକ କ୍ରିୟାଶୀଳ ହେବ ।" ମୋକିମ ଓ ଚିରଞ୍ଜୀବଙ୍କ ନିଲମ୍ବନ ପ୍ରସଙ୍ଗରେ ପ୍ରଭାରୀ ଚେଲ୍ଲା କୁମାର କହିଲେ, "କଂଗ୍ରେସ ଦଳରେ ସ୍ବାଧୀନତା ରହିଛି । ସମସ୍ତେ ନିଜର ମତ ରଖିପାରିବେ । କିନ୍ତୁ ବିଶୃଙ୍ଖଳା କରିଲେ ବରଦାସ୍ତ କରାଯିବ ନାହିଁ ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details