ଓଡିଶା

odisha

୨୦୨୪ ନିର୍ବାଚନରେ ଓଡ଼ିଶାରେ ବିଜେଡି ସହ କଂଗ୍ରେସ ଲଢ଼ିବ: ସୁର

By

Published : Dec 23, 2022, 7:38 PM IST

ଆସନ୍ତା ୨୦୨୪ ନିର୍ବାଚନରେ ଶାସନ କ୍ଷମତାକୁ ହାତକୁ ନେବା ଲାଗି ରାଜ୍ୟର ୩ ପ୍ରମୁଖ ଦଳ ଅଣ୍ଟା ଭିଡ଼ିଛନ୍ତି । ଏହି ଅବସରରେ ବରିଷ୍ଠ କଂଗ୍ରେସ ବିଧାୟକ (Senior Congress leader Sura routray) କହିଛନ୍ତି ୨୦୨୪ରେ ଓଡ଼ିଶାରେ ବିଜେଡି ସହ କଂଗ୍ରେସ ଲଢ଼ିବ । ଅଧିକ ପଢନ୍ତୁ

Senior Congress leader Sura Rouray
Senior Congress leader Sura Rouray

୨୦୨୪ ନିର୍ବାଚନରେ ଓଡ଼ିଶାରେ ବିଜେଡି ସହ କଂଗ୍ରେସ ଲଢ଼ିବ

ଭୁବନେଶ୍ବର:୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି ବିଭିନ୍ନ ଦଳ । ବିଜେଡି ପକ୍ଷରୁ ଦଳର ସୁପ୍ରିମୋ ବିଭିନ୍ନ ଜିଲ୍ଲା ଗସ୍ତ କରି ସରକାରଙ୍କ ଲୋକାଭିମୁଖୀ ଯୋଜନା ବିଷୟରେ ଆଲୋକପାତ କରିବା ସହ ବିଜେଡିର ସ୍ଥିତି ମଜବୁତ ନେଇ ସାଙ୍ଗଠନିକ ଘର ସଜଡ଼ାକୁ ଗୁରୁତ୍ବ ଦେଉଛନ୍ତି । ସେହିପରି ବିଜେପି ଓ କଂଗ୍ରେସ ମଧ୍ୟ କ୍ଷମତାକୁ ଆସିବାକୁ ପ୍ରୟାସ ଆରମ୍ଭ କରିଛନ୍ତି । ଏଭଳି ସ୍ଥିତିରେ ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ (Senior Congress leader Sura routray) କହିଛନ୍ତି ଆସନ୍ତା ନିର୍ବାଚନରେ ରାଜ୍ୟରେ ବିଜେଡି ଓ କଂଗ୍ରେସ ମଧ୍ୟରେ ଲଢେଇ ହେବ । ସାଙ୍ଗଠନିକ କ୍ଷେତ୍ରରେ ଅଧିକ ସକ୍ରିୟ ହେବା ପାଇଁ ପ୍ରିୟଙ୍କା ଗାନ୍ଧୀଙ୍କୁ ବିଶାଳ କାର୍ଯ୍ୟକ୍ରମର ଆୟୋଜନ କରିବା ଲାଗି ସେ ପ୍ରସ୍ତାବ ଦେଇଛନ୍ତି ।

କଂଗ୍ରେସ ସାଙ୍ଗଠନିକ କ୍ଷେତ୍ରରେ ଅଧିକ ସକ୍ରିୟ ହେବା ପାଇଁ କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀଙ୍କୁ ଓଡି଼ଶାରେ ଏକ ବିଶାଳ କାର୍ଯ୍ୟକ୍ରମ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି ବିଧାୟକ ସୁର ରାଉତରାୟ। ଆସନ୍ତା ଡିସେମ୍ବରରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଗସ୍ତକୁ ଟାର୍ଗେଟ କରି ସୁର କହିଛନ୍ତି, "ନଡ୍ଡା ହୁଅନ୍ତୁ ବା ବିଜେପି କୌଣସି ବଡ଼ ନେତା, ତାର କୌଣସି ଫରକ ପଡିବ ନାହିଁ। ଓଡ଼ିଶାରେ କଂଗ୍ରେସର ପ୍ରତିଦ୍ବନ୍ଦୀ ହେଛି ବିଜେଡି ସହ। କଂଗ୍ରେସ ଲଢ଼ିବ ଆଉ ଆଗକୁ ଭଲ ପଦର୍ଶନ ମଧ୍ୟ କରିବ।"

ଏହା ବି ପଢନ୍ତୁ- ଶୃଙ୍ଖଳା କମିଟିକୁ ଉତ୍ତର ଦେବି: ସୁର ରାଉତରାୟ

ନିର୍ବାଚନ ଲାଗି ବିଜେପି ରାଷ୍ଟ୍ରୀୟ ମୁଖ୍ୟ ଓଡ଼ିଶାରେ ଗୈରିକ ଦଳକୁ ସୁଦୃଢ କରିବା ସହ ଶାସନ କ୍ଷମତାକୁ ଆସିବାକୁ ପ୍ରୟାସ ଆରମ୍ଭ କରିଛନ୍ତି । ୨ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା । ଡିସେମ୍ବର ୨୭ ଏବଂ ୨୮ ତାରିଖ ଦୁଇ ଦିନବ୍ୟାପୀ ଓଡି଼ଶାରେ ରହିବେ ରାଷ୍ଟ୍ରୀୟ ଅଧ୍ୟକ୍ଷ । ଦୁଇଟି ଲୋକସଭା କ୍ଷେତ୍ରରେ ହେବ କାର୍ଯ୍ୟକ୍ରମ । କନ୍ଧମାଳ ଓ ପୁରୀ ଲୋକସଭା କ୍ଷେତ୍ରକୁ ଗସ୍ତ କରିବେ ନଡ୍ଡା । କର୍ମୀ ସମ୍ମିଳନୀ ଓ ସାଧାରଣ ସଭା କରିବେ । ରାଜ୍ୟ ନେତୃତ୍ବ ଓ ଜିଲ୍ଲା ସ୍ତରର ନେତୃତ୍ବଙ୍କ ସହ ସମୀକ୍ଷା ଏବଂ ଆଲୋଚନା କରିବେ ନଡ୍ଡା । ସଙ୍ଗଠନ ବିସ୍ତାର ସାଧାରଣ ନିର୍ବାଚନ ପ୍ରସ୍ତୁତି ନେଇ ଆଲୋଚନା ହୋଇପାରେ ବୋଲି ଜଣାପଡ଼ିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details