ଓଡିଶା

odisha

By ETV Bharat Odisha Team

Published : Dec 14, 2023, 6:22 AM IST

ETV Bharat / state

ଚାଷୀଙ୍କ ପାଇଁ ବାହାରିଲା କଂଗ୍ରେସ, ଧାନ ମଣ୍ଡି ଜଗିବ ଦଳ

Congress Mandi Chalo Abhiyan: ଆଜିଠାରୁ କଂଗ୍ରେସ ଆରମ୍ଭ କରିଛି ମଣ୍ଡି ଜଗା ଅଭିଯାନ । ଏହି ଅଭିଯାନ ଜାନୁଆରୀ ୧୩ ଯାଏଁ ଜାରି ରହିବ । ଏବେ ସମବାୟ ସମିତି କିଣିବ ଧାନ ଆଉ ମଣ୍ଡି ଜଗିବ କଂଗ୍ରେସ । ଅଧିକ ପଢ଼ନ୍ତୁ

ଚାଷୀଙ୍କ ପାଇଁ ବାହାରିଲା କଂଗ୍ରେସ , ଧାନ ମଣ୍ଡି ଜଗିବ ଦଳ
ଚାଷୀଙ୍କ ପାଇଁ ବାହାରିଲା କଂଗ୍ରେସ , ଧାନ ମଣ୍ଡି ଜଗିବ ଦଳ

ଚାଷୀଙ୍କ ପାଇଁ ବାହାରିଲା କଂଗ୍ରେସ , ଧାନ ମଣ୍ଡି ଜଗିବ ଦଳ

ଭୁବନେଶ୍ୱର:ଆଜିଠୁ ଆରମ୍ଭ ହେଲା କଂଗ୍ରେସର ମଣ୍ଡି ଜଗା ଅଭିଯାନ । ପିସିସି କିଷାନ କଂଗ୍ରେସ ପକ୍ଷରୁ ଡିସେମ୍ବର ୧୩ରୁ ଜାନୁଆରୀ ୧୩ ମଣ୍ଡିଚାଲ ଅଭିଯାନ ଆରମ୍ଭ ହେଲା । ଚାଷୀ ପାଇଁ ଅଣ୍ଟା ଭିଡ଼ିଲା ରାଜ୍ୟ କଂଗ୍ରେସ । ଓଡ଼ିଶା ଭଳି କୃଷିପ୍ରାଧାନ୍ୟ ରାଜ୍ୟରେ କୃଷି ଜାତୀୟ ସାମଗ୍ରୀ ବିକ୍ରି କରିବା ଚଷା ପୁଅ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ । ରବି ଆଉ ଖରିଫ ଫସଲ ଉତ୍ପାଦିତ ସାମଗ୍ରୀ ବିକ୍ରି କରିବା ଚାଷୀ ପାଇଁ କାଠିକର ପାଠ । ଓଡ଼ିଶାରେ ଚାଷୀ ପାଇଁ ମଣ୍ଡି ସମସ୍ୟା ନେଇ ଦୀର୍ଘଦିନ ଧରି ବିରୋଧୀ ଅଭିଯୋଗ କରି ଆସୁଛନ୍ତି । ବିରୋଧୀଙ୍କ ଅଭିଯୋଗ ମଣ୍ଡିରେ ଧାନ ସଂଗ୍ରହ ଠିକ ହେଉନାହିଁ, କଟନୀ ଛଟନି ହେଉଛି, ମିଲ ମାଲିକ ଚାଷୀଙ୍କ ଧାନକୁ କମ୍ ଦାମରେ ନେଉଛନ୍ତି ଫଳରେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛି ଚାଷୀ । ଏବେ ସମବାୟ ସମିତି କିଣିବ ଧାନ ଆଉ ମଣ୍ଡି ଜଗିବ କଂଗ୍ରେସ । ଏଭଳି ଆନ୍ଦୋଳନାତ୍ମକ ପନ୍ଥା ଆପଣେଇଛି ରାଜ୍ୟ କଂଗ୍ରେସ । ଚାଷୀଙ୍କ ହକ୍ ପୂରଣ କରା ନଗଲେ ସରକାରଙ୍କୁ ବହୁମୂଲ୍ୟ ଦେବାକୁ ପଡ଼ିବ । ଏଭଳି ଆଭିମୁଖ୍ୟ ନେଇ ସାରା ରାଜ୍ୟରେ ମଣ୍ଡି ଜଗିବ କଂଗ୍ରେସ ।

ଆଜି ବଲାଙ୍ଗୀର ଜିଲ୍ଲାରେ ଜିଲ୍ଲା କିଷାନ କଂଗ୍ରେସ ପକ୍ଷରୁ ଏକ ବିଶାଳ ଚାଷୀ ଆନ୍ଦୋଳନ ଅନୁଷ୍ଠିତ ହୋଇଯାଇଛି । ଚାଷୀମାନଙ୍କ ବିଭିନ୍ନ ସମସ୍ୟା ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଧାନର ଏମ୍‌ଏସ୍‌ପି ଆଜି ପର୍ଯ୍ୟନ୍ତ ୨୯୩୦ ଟଙ୍କାକୁ ବୃଦ୍ଧି କରାଗଲା ନାହିଁ କି ଏମ୍‌ଏସ୍‌ପିକୁ ଆଇନଗତ ଗ୍ୟାରେଣ୍ଟି ମିଳିଲା ନାହିଁ । ଚାଷୀ ବାଧ୍ୟ ହୋଇ ୧୨ଶହ ୧୩ଶହ ଟଙ୍କାରେ ଅଭାବି ବିକ୍ରିର ଶିକାର ହେଉଛି ।

ଗତ ଲଘୁଚାପ ଜନିତ ବର୍ଷା ଦ୍ୱାରା ବହୁ ଚାଷୀଙ୍କର ବହୁଳ ଭାବରେ ଧାନ ଓ ପନିପରିବା ଫସଲ ନଷ୍ଟ ହୋଇଛି । ତେଣୁ କାଳ ବିଳମ୍ବ ନକରି କେନ୍ଦ୍ର ସରକାର ତୁରନ୍ତ ଧାନ କ୍ୱିଣ୍ଟାଲ ପ୍ରତି ୨୯୩୦ ଟଙ୍କାକୁ ବୃଦ୍ଧି ଓ ଏମ୍‌ଏସ୍‌ପିକୁ ଆଇନଗତ ଗ୍ୟାରେଣ୍ଟି, ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତି ଧାନ କ୍ରିଣ୍ଟାଲରେ ଚାଷୀଙ୍କୁ ୬୦୦ ଟଙ୍କା ବୋନସ୍, କଗ୍‌ନୀ ଛଟ୍‌ନୀ ସମ୍ପୂର୍ଣ ବନ୍ଦ, ଲଘୁଚାପ ଜନିତ ବର୍ଷାଦ୍ଵାରା ରଙ୍ଗ ବିହୀନ ହୋଇଥିବା ସବୁଧାନକୁ କ୍ରୟ, ପ୍ରତି ମଣ୍ଡିରେ ସିସି କ୍ୟାମେରା ସଂଯୋଗ ଓ ଧାନ ଉଠାଇବା ବ୍ୟତୀତ ମିଲରକୁ ମଣ୍ଡି ନିଷେଧ, ପ୍ରଚଳିତ କୃଷି ଇନପୁଟ୍ ସବସିଡ୍‌ର ଦେଢ଼ଗୁଣା ବୃଦ୍ଧି ଓ ରିଲିଫ୍ କୋର୍ଡର ସଂଶୋଧନ, ଫସଲ କ୍ଷତିଗ୍ରସ୍ତ ଚାଷୀଙ୍କୁ ପ୍ରତି ଏକର ପିଛା ୨୫ ହଜାର ଟଙ୍କା କ୍ଷତି ପୂରଣ ସହାୟତା ଓ ଚାଷୀଙ୍କଠାରୁ ସମ୍ପୂର୍ଣ କୃଷିଋଣ ଛାଡ଼ ଓ ଭାଗଚାଷୀମାନଙ୍କ ପାଇଁ ସ୍ଵତନ୍ତ୍ର ସହାୟତା ଓ ଆଇନଗତ ମାନ୍ୟତା ଆଦି ୭ ଦଫା ଦାବୀ ପୂରଣ କରିବା ପାଇଁ କଂଗ୍ରେସ ପକ୍ଷରୁ ଦୃଢ଼ ଦାବି କରାଯାଇଛି ।

ଏହା ମଧ୍ୟ ପଢନ୍ତୁ....ବଲାଙ୍ଗୀରେ କଂଗ୍ରେସର ବିରାଟ ଚାଷୀ ସମାବେଶ, ୯ ଦଫା ଦାବି ନେଇ ରାସ୍ତାରେ ରୋକ

ଏହି ପରିପ୍ରେକ୍ଷୀରେ ଡିସେମ୍ବର ୧୩ରୁ ଜାନୁଆରୀ ୧୩ ପର୍ଯ୍ୟନ୍ତ କିଷାନ କଂଗ୍ରେସ ପକ୍ଷରୁ ମଣ୍ଡିଚାଲ ଅଭିଯାନ ଆରମ୍ଭ ହୋଇଛି । ବିଜେପି ଓ ରାଜ୍ୟ ବିଜେଡ଼ି ସରକାରର ତୃଟି ପୂର୍ଣ୍ଣ ଧାନକିଣା ନୀତିର ପ୍ରତିବାଦ, କୃଷକ ମାରଣ ନୀତି ବିରୁଦ୍ଧରେ ୭ ଦଫା ଦାବି ପୂରଣ ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ପ୍ରଦେଶ କିଷାନ କଂଗ୍ରେସ ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ପ୍ରଥମ ପର୍ଯ୍ୟାୟରେ ଚଳିତ ଡିସେମ୍ବର ୧୩ ତାରିଖଠାରୁ ଜାନୁଆରୀ ୧୩ ତାରିଖ ପର୍ଯ୍ୟନ୍ତ ଏକମାସ ଧରି ମଣ୍ଡିଚାଲ ଅଭିଯାନ ଆହ୍ୱାନ ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details