ଓଡିଶା

odisha

ETV Bharat / state

ନୀତି ଆୟୋଗ ରିପୋର୍ଟ, ରାଜ୍ୟର ଦାରିଦ୍ର୍ୟତା ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ - ପ୍ରଶ୍ନ ଉଠାଇଲା କଂଗ୍ରେସ

ନୀତି ଆୟୋଗ ରିପୋର୍ଟକୁ ନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Jul 18, 2023, 10:17 PM IST

ରାଜ୍ୟର ଦାରିଦ୍ର୍ୟତା ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ

ଭୁବନେଶ୍ବର:ନୀତି ଆୟୋଗ ରିପୋର୍ଟକୁ ନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଘେରିଲା କଂଗ୍ରେସ । ନୀତି ଆୟୋଗ ରିପୋର୍ଟ ଆଧାରରେ ମାଲକାନାଗିରି ସବୁଠାରୁ ଦାରିଦ୍ର୍ୟ ସୀମାରେଖା ତଳେ ରହିଛି । କେନ୍ଦ୍ର ସରକାର ପୁରସ୍କାର ଦେଉଛନ୍ତି ରାଜ୍ୟ ସରକାର ପୁରସ୍କାର ଗ୍ରହଣ କରୁଛନ୍ତି ସବୁଥିରେ ନମ୍ବର ୱାନ । ପୁଣି ରାଜ୍ୟର ଏଭଳି ପରିସ୍ଥିତି କେମିତି ଉପୁଜିଲା ତାକୁ ନେଇ ପ୍ରଶ୍ନ କରିଛି କଂଗ୍ରେସ । ଏହାର ଉତ୍ତର ଉଭୟ ବିଜେପି ଶାସିତ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ରଖନ୍ତୁ ବୋଲି ଦାବି କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ।

ଏ ନେଇ ମାନିଫେଷ୍ଟ କମିଟି ଅଧ୍ୟକ୍ଷ ପଞ୍ଚାନନ କାନୁନଗୋ କହିଛନ୍ତି, "ନୀତି ଆୟୋଗ ରିପୋର୍ଟ ଆଧାରରେ ମାଲକାନାଗିରି ସବୁଠାରୁ ଦାରିଦ୍ର୍ୟ ସୀମାରେଖା ତଳେ ରହିଛି । ତା ସହିତ କୋରାପୁଟ, କନ୍ଧମାଳ, ନୂଆପଡ଼ା, କଳାହାଣ୍ଡି, ସୁନ୍ଦରଗଡ଼, ମୟୂରଭଞ୍ଜ ଆଦି ୯ଟି ଜିଲ୍ଲା ଆକାଂକ୍ଷା ଜିଲ୍ଲା ମଧ୍ୟ ଦାରିଦ୍ର୍ୟ ସୀମା ରେଖା ତଳେ ରହିଛନ୍ତି। ରାଜ୍ୟର ଆଦିବାସୀ ଅଧ୍ୟୁଷିତ ଜିଲ୍ଲାମାନଙ୍କର ଉତ୍କଟ ଦାରିଦ୍ର୍ୟ ପାଇଁ ବିଜୁ ଜନତା ଦଳର ସରକାର ସମ୍ପୀର୍ଣ୍ଣ ଦାୟୀ । ରାଜ୍ୟରେ ଆକାଂକ୍ଷି ଜିଲ୍ଲାମାନଙ୍କର ଦାରିଦ୍ର୍ୟ ହାର ଦେଶର ସର୍ବାଧିକ କାହିଁକି ମୁଖ୍ୟମନ୍ତ୍ରୀ ଉତ୍ତର ରଖୁବେ କି ? "

ଏହା ବି ପଢନ୍ତୁ- Niti Aayog Report: ଦେଶରେ କମିଛି ଦାରିଦ୍ର୍ୟ, ମାଲକାନଗିରିରେ ଗରିବୀ ହାର ସର୍ବାଧିକ

କେନ୍ଦ୍ର ସରକାରଙ୍କର ନୀତି ଆୟୋଗ ରିପୋର୍ଟ ପ୍ରକାଶ ପାଇବା ପରେ ରାଜ୍ୟର ଉତ୍କଟ ଦାରିଦ୍ର୍ୟତାର ନଗ୍ନଚିତ୍ରକୁ ସ୍ପଷ୍ଟ ଭାବରେ ଅନୁଭବ କରିହେଉଛି । ଦୀର୍ଘ ୨୪ ବର୍ଷର ନିରନ୍ତର ଶାସନ ବ୍ୟବସ୍ଥାର ବିଜେଡି ସରକାର ଓଡ଼ିଶାରେ ଶାସନ କରୁଛି । ଖୋଦ ନବୀନ ବାବୁ ୨୪ ବର୍ଷ କାଳ ରାଜ୍ୟର ମୁଖ୍ୟମନ୍ତ୍ରୀ ରହିଲା ପରେ ରାଜ୍ୟବାସୀଙ୍କୁ ତାଙ୍କର ସବୁଠାରୁ ବଡ଼ ଦାନ ହେଉଛି ମାଲକାନାଗିରିକୁ ଭାରତ ବର୍ଷର ସବୁଠାରୁ ଗରିବ ଜିଲ୍ଲା ରୂପେ ମାନ୍ୟତା ପ୍ରଦାନ କରିବା । ଏହା ହେଉଛି ବିଜେଡି ସରକାର ଓ ନବୀନ ବାବୁଙ୍କ ଓଡ଼ିଶାର ଆଦିବାସୀ ଅଧ୍ୟଷିତ ଅଞ୍ଚଳର ଜନସାଧାରଣଙ୍କ ପ୍ରତି ତାଙ୍କର ନିଷ୍ଠା ଓ କର୍ତ୍ତବ୍ୟ ପରାୟଣ ବୋଲି ଅତି କଟୁ ଭାଷାରେ ଆଜି ସମାଲୋଚନା କରିଛନ୍ତି କାନୁନଗୋ ।

ଗରୀବ ସୂଚକାଙ୍କ ୧୨ଟି ଦିଗକୁ ଲକ୍ଷ୍ୟ କରି ପ୍ରସ୍ତୁତ କରାଯାଇଥିଲା । ରାଜ୍ୟର ମାଲକାନାଗିରି, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମୟୂରଭଞ୍ଜ ଓ ଗଜପତି ଜିଲ୍ଲାମାନଙ୍କରେ ଦାରିଦ୍ର୍ୟ ହାର ୪୫ ପ୍ରତିଶତରୁ ୩୦ ପ୍ରତିଶତ ପର୍ଯ୍ୟନ୍ତ। କେନ୍ଦ୍ରରେ ବିଜେପି ସରକାର ରାଜ୍ୟରେ ୧୦ ଟି ଜିଲ୍ଲାକୁ ଆକାଂକ୍ଷା ଜିଲ୍ଲା ରୂପେ ଗ୍ରହଣ କରିଥିଲେ ଏବଂ ଏଥିପାଇଁ କେନ୍ଦ୍ର ସରକାରଙ୍କର ବିଭିନ୍ନ ପଦାଧିକାରୀ ଏବଂ ଖୋଦ୍ କେନ୍ଦ୍ର ସରକାରଙ୍କର ବିଭିନ୍ନ ମନ୍ତ୍ରୀମାନେ ଏହି ଜିଲ୍ଲା ଗୁଡ଼ିକର ଦାୟିତ୍ବ ନେଇଥିଲେ । ଶିଶୁ ମୃତ୍ୟୁହାର ଏବଂ ଶୂନର ୫ ବର୍ଷ ପିଲାମାନଙ୍କ ମଧ୍ୟରେ ତାଙ୍କର ଶାରିରୀକ ବିକାଶ ଓ ଓଜନ ହ୍ରାସ ପାଇବା ଆଦି ବହୁ ପରିମାଣରେ ଦେଖାଦେଉଛି । ଏଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦାୟୀ କରିଛି କଂଗ୍ରେସ ।

ଏହା ବି ପଢନ୍ତୁ- କେନ୍ଦ୍ର ଯୋଜନାରେ ଷ୍ଟିକର୍‌ ଲଗାଇବା ଛାଡ଼ି ଲୋକଙ୍କ ପାଖରେ ପହଞ୍ଚନ୍ତୁ ରାଜ୍ୟ ସରକାର: ବିଜେପି

ରାଜ୍ୟ ସରକାର ରାଜ୍ୟର ଗରିବିକୁ ଦ୍ରୁତଗତିରେ ହ୍ରାସ ହୋଇଛି ବୋଲି ଯେଉଁ ମିଛ କଥାଗୁଡ଼ିକ ପ୍ରଚାର କରୁଥିଲେ ଆଜି ନୀତି ଆୟୋଗର ରିପୋର୍ଟ ପ୍ରକାଶ ପରେ ରାଜ୍ୟରେ ଗରିବ କିଭଳି ଉତ୍କଟ ଭାବରେ ମୁଣ୍ଡ ଟେକି ଛିଡ଼ା ହୋଇଛି ତାହା ପ୍ରମାଣିତ ହେଲା । ବିଜୁ ଜନତା ଦଳର ନେତା ମନ୍ତ୍ରୀ ସମସ୍ତେ ରାଜ୍ୟବାସୀଙ୍କ ପାଇଁ ଅହରହ ପରିଶ୍ରମ କରୁଛନ୍ତି ବୋଲି ଡ଼ିଣ୍ଡିମ ପିଟୁଥିଲାବେଳେ ପ୍ରକୃତରେ ସେ କାହା ପାଇଁ କାମ କରୁଛନ୍ତି ବୋଲି ପ୍ରଶ୍ନ କରିଛି କଂଗ୍ରେସ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details