ଓଡିଶା

odisha

ETV Bharat / state

ସୀମା ଭିତରେ ରୁହନ୍ତୁ ସରକାରୀ ଅଧିକାରୀ କହିଲେ ଶରତ, 5ଟି ସଚିବଙ୍କ ସଭାରେ ପିଙ୍କ୍ ସାର୍ଟରେ କିଏ ଥିଲେ ପଚାରିଲେ ପଞ୍ଚାନନ

ଆଗାମୀ ଦିନରେ ୫T ସଚିବ ଯେଉଁ ଯେଉଁ ଜିଲ୍ଲାକୁ ଗସ୍ତ କରିବେ ସବୁଠି ଅଣ୍ଡାମାଡ଼ ଆଉ କାଳିମାଡ଼ ହେବ ବୋଲି ଚେତାବନୀ ଦେଲେ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା । ଅଧିକ ପଢ଼ନ୍ତୁ

congress targets bjd
ବିଜେଡି ଉପରେ ବର୍ଷିଲା କଂଗ୍ରେସ

By ETV Bharat Odisha Team

Published : Aug 26, 2023, 6:49 PM IST

ବିଜେଡି ଉପରେ ବର୍ଷିଲା କଂଗ୍ରେସ

ଭୁବନେଶ୍ବର:ଗଞ୍ଜାମରେ ଦେଖାଦେଇଥିବା ରାଜନୀତି ହାଇଡ୍ରାମାକୁ ନେଇ ବର୍ଷିଲା କଂଗ୍ରେସ । ଲୋକ ପ୍ରତିନିଧିଙ୍କୁ ଅପମାନିତ କରି ତାଙ୍କ ବିରୋଧରେ ମନ୍ତବ୍ୟ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ କହିଲେ ପିସିସି ସଭାପତି ଶରତ ପଟ୍ଟନାୟକ । ପ୍ରଦୀପ ପାଣିଗ୍ରାହୀଙ୍କ ଗାଡି ଉପରକୁ ଅଣ୍ଡା ମାଡ଼ ହେଲା, ତାଙ୍କ ଗାଡ଼ି ଉପରେ ଚଢ଼ି କିଛି ଲୋକ ଗଣ୍ଡଗୋଳ କଲେ, ହେଲେ ଏହି ଘଟଣାରେ ପୋଲିସ କାହାକୁ କାହିଁକି ଗିରଫ କରିନାହିଁ ବୋଲି ପ୍ରଶ୍ନ କରିଛନ୍ତି ।

୫T ସଚିବଙ୍କ ଗଞ୍ଜାମ ଜିଲ୍ଲା ଗସ୍ତ ସମୟରେ ଦେଖା ଦେଇଥିବା ହାଇଡ୍ରାମାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । ୫T ସଚିବ ଜଣେ ସରକାରୀ ଅଧିକାରୀ ହୋଇ ନିଜ ପଦବୀର ଦୁରୁପଯୋଗ କରୁଥିବା କଂଗ୍ରେସ ଅଭିଯୋଗ କରିଛି । କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମିଳନୀରେ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, "ଓଡ଼ିଶାରେ ଜଙ୍ଗଲ ଶାସନ ଚାଲିଛି । ରାଜ୍ୟର ବିଭିନ୍ନ ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ କାହିଁକି ଯାଇପାରୁନାହାନ୍ତି ବୋଲି ଜବାବ ଠିକ ଭାବରେ ରଖି ପାରୁନାହାନ୍ତି । ଜଣେ ବିଧାୟକଙ୍କୁ ଅପମାନିତ କରିଲା ଭଳି ଭାଷଣ ଦେବା ଗଣତନ୍ତ୍ରର ଅପମାନ । ସଚିବ ତାଙ୍କ ସୀମାରେଖାରେ ରହିବା ଦରକାର । କଂଗ୍ରେସ ଅଣ୍ଡାମାଡ଼ କଲେ ୩୦୭ ଦଫା ଲଗାଯାଉଛି । କିନ୍ତୁ ଗଞ୍ଜାମ ବିଧାୟକଙ୍କୁ ଆଣ୍ଡାମାଡ଼ରେ ଏପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇନାହିଁ । ଏହା କି ପ୍ରକାର ଶାସନ? ତେଣୁ ଅଣ୍ଡାମାଡ଼ରେ ଯେଉଁମାନଙ୍କ ସମ୍ପୃକ୍ତି ରହିଛି ସେମାନଙ୍କୁ ତୁରନ୍ତ ଗିରଫ କରାଯାଉ । କଂଗ୍ରେସ କର୍ମୀମାନଙ୍କ ବିରୋଧରେ ଯେଉଁଭଳି ଭାବରେ ଦଫା ଲଗା ଯାଇଛି ସେମାନଙ୍କ ବିରୋଧରେ ମଧ୍ୟ ସେହିଭଳି ଦଫା ଲଗାଯାଉ ।" ଦାବି ପୂରଣ ନହେଲେ ଆଗାମୀ ଦିନରେ କଂଗ୍ରେସ ମଧ୍ୟ ପ୍ରତିବାଦ କରିବ ବୋଲି ଚେତାବନୀ ଦେଇଛନ୍ତି କଂଗ୍ରେସ ନେତା । ଆବଶ୍ୟକ ପଡିଲେ ପାଣ୍ଡିଆନଙ୍କ ଗସ୍ତ ବେଳେ ଅଣ୍ଡାମାଡ଼ କରାଯିବ ବୋଲି କଂଗ୍ରେସ ଚେତାବନୀ ଦେଇଛି ।

ଏହା ମଧ୍ୟ ପଢ଼ନ୍ତୁ:‘ବିଜେଡି ନେତାଏ କ୍ରୀତଦାସ ଭଳି ରୁହନ୍ତୁ ନ ହେଲେ ଜେଲରେ ରୁହନ୍ତୁ’... କାହିଁକି ଏଭଳି କହିଲେ ବିଜୟ ?


ପିସିସି ସଭାପତି ଆହୁରି ମଧ୍ୟ କହିଛନ୍ତି, ରାଜ୍ୟରେ ନାରୀଙ୍କ ଉପରେ ନିର୍ଯାତନା ବଢିଚାଲିଛି । ପ୍ରତିଦିନ ୭ ଜଣ ନାରୀ ନିର୍ଯାତିତ ହେଉଛନ୍ତି । ମାହାଙ୍ଗାରେ ଜଣେ ଯୁବତୀଙ୍କୁ ହତ୍ୟା କରି କିଏ ଜାଣିବା ପୂର୍ବରୁ ପୋଡି ଦିଆଯାଇଛି । ସେହିଭଳି ଅନୁଗୋଳରେ ନିର୍ଯାତନା ସହ୍ୟ ନ କରିପାରି ଜଣେ ହୋମଗାର୍ଡ ଆତ୍ମହତ୍ୟା କରିବାକୁ ପଛେଇ ନାହାନ୍ତି । ଏହି ଘଟଣାରୁ ଅନୁମାନ କରିହେବ ଯେ, ନାରୀ ନିର୍ଯାତନା ଓଡ଼ିଶାରେ କେତେ ସଙ୍ଗୀନ । ମୁଖ୍ୟମନ୍ତ୍ରୀ କାହିଁକି ପଦକ୍ଷପ ନେଉନାହାନ୍ତି? ନିଜେ ଗୃହ ବିଭାଗର ଦାୟିତ୍ବରେ ଥାଇ ବି ଦାୟିତ୍ୱ ତୁଲାଇ ପାରୁନାହାନ୍ତି । ଯଦି ପାରିବେ ନାହିଁ ତେବେ ପଦ ଛାଡି ଦିଅନ୍ତୁ ବୋଲି କହିଛି କଂଗ୍ରେସ ।


ସେପଟେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ଇସ୍ତାହାର କମିଟି ମୁଖ୍ୟ ପଞ୍ଚାନନ କାନୁନଗୋ କହିଛନ୍ତି ଗତକାଲି 5ଟି ସଚିବ ଙ୍କ ସଭାରେ ପିଙ୍କ୍ ସାର୍ଟ ଧାରି ଯେଉଁ ବ୍ୟକ୍ତିମାନେ 5ଟି ସଚିବଙ୍କ ସୁରକ୍ଷାରେ ଥିଲେ ସେ କିଏ ? ଏହାସହିତ ଆଗାମୀ ଦିନରେ ୫T ସଚିବ ଯେଉଁ ଯେଉଁ ଜିଲ୍ଲାକୁ ଗସ୍ତ କରିବେ ସବୁଠି ଅଣ୍ଡାମାଡ଼ ଆଉ କାଳିମାଡ଼ ହେବ ବୋଲି ଚେତାବନୀ ଦେଲେ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details