ଓଡିଶା

odisha

By

Published : Jun 6, 2023, 5:03 PM IST

Updated : Jun 6, 2023, 5:34 PM IST

ETV Bharat / state

ଟାଟା ପାୱାରକୁ ନେଇ ସରକାରଙ୍କୁ ଘେରିଲା କଂଗ୍ରେସ, ପଞ୍ଚାନନଙ୍କ ୪ ପ୍ରଶ୍ନ

ବିଦ୍ୟୁତ ବଣ୍ଟନରେ ବ୍ୟାପକ ଅବହେଳା କରୁଛି ଟାଟା ପାୱାର । ଏନେଇ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ । ଅଧିକ ପଡ଼ନ୍ତୁ

ଟାଟା ପାୱାରକୁ ନେଇ ସରକାରଙ୍କୁ ଘେରିଲା କଂଗ୍ରେସ
ଟାଟା ପାୱାରକୁ ନେଇ ସରକାରଙ୍କୁ ଘେରିଲା କଂଗ୍ରେସ

ଟାଟା ପାୱାରକୁ ନେଇ ସରକାରଙ୍କୁ ଘେରିଲା କଂଗ୍ରେସ

ଭୁବନେଶ୍ବର: ଟାଟା ପାୱାର ବିଦ୍ୟୁତ ବଣ୍ଟନରେ ବ୍ୟାପକ ଅବହେଳା କରୁଥିବା ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସ ନେତା ପଞ୍ଚାନନ କାନୁନଗୋ । ପଞ୍ଚାନନ ରାଜ୍ୟ ସରକାରଙ୍କୁ ୪ଟି ପ୍ରଶ୍ନ ପଚାରିଛନ୍ତି । ପ୍ରଥମ ପ୍ରଶ୍ନଟି ହେଲା ଟାଟା ପାୱାର ବିଦ୍ୟୁତ ବିଲ ଦେବା ବେଳେ ତାରିଖ ଏପଟ ସେପଟ କରୁଛି । ଗୋଟିଏ ମାସରେ ୪ ତାରିଖରେ ବିଲ ଦେଇଥିବା ବେଳେ ପରବର୍ତ୍ତୀ ମାସରେ ୧୪ ତାରିଖରେ ବିଲ ଦେଉଛନ୍ତି । ତାରିଖ ବଢାଇବା କାରଣରୁ ସ୍ଲାବ ବଢୁଛି । ଫଳରେ ଉପଭୋକ୍ତାମାନେ ୨୭ରୁ ୩୦ ଟଙ୍କା ଅଧିକ ବିଲ ଦେଉଛନ୍ତି । ଏପରି କାହିଁକି ହେଉଛି ଏବଂ ଏଥିପାଇଁ କିଏ ଦାୟୀ ରାଜ୍ୟ ସରକାର କହିବେ କି ବୋଲି ସେ ପ୍ରଶ୍ନ ପଚାରିଛନ୍ତି ।

ରାଜ୍ୟ ସରକାରଙ୍କୁ ପଞ୍ଚାନନଙ୍କ ଦ୍ବିତୀୟ ପ୍ରଶ୍ନ ହେଲା, ବିଦ୍ୟୁତ ବିଲରେ ସ୍ଲାବକୁ ୫୦ରୁ ୧୦୦ ୟୁନିଟକୁ ବୃଦ୍ଧି କରାଯାଇଛି । ଯାହା ଫଳରେ ସାଧାରଣ ଉପଭୋକ୍ତାଟିଏ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛି । ତେଣୁ ତୁରନ୍ତ ଟାଟା ପାୱାର ଏହି ସ୍ଲାବକୁ କମାଇବା ଉପରେ ଗୁରୁତ୍ବ ଦେଉ ବୋଲି ଦାବି କରିଛି କଂଗ୍ରେସ । କେବଳ ସେତିକି ନୁହେଁ, ପାୱାର କଟ୍‌ କାହିଁକି ହେଉଛି ପ୍ରଶ୍ନରେ ଶକ୍ତି ମନ୍ତ୍ରୀ କହୁଛନ୍ତି ଯାନ୍ତ୍ରୀକ ତ୍ରୁଟି । ଏହାକୁ ସମାଲୋଚନା କରିଛି କଂଗ୍ରେସ । କଂଗ୍ରେସ କହିଛି, "ଭିତ୍ତିଭୂମି ସଜାଡ଼ିବା ପାଇଁ ରାଜ୍ୟ ସରକାର ୪୨ ହଜାର କୋଟି ଟଙ୍କା ଖର୍ଚ୍ଚ କରିସାରିଛନ୍ତି । ତଥାପି ଯାନ୍ତ୍ରୀକ ତ୍ରୁଟି କାହିଁକି ଆସୁଛି ? ଯଦି ଆସୁଛି, ଏହାକୁ ସୁଧାରିବା କାମ କାହାର ? ଶକ୍ତିମନ୍ତ୍ରୀ ଉତ୍ତର ଦେବେ କି ଏହି ଯାନ୍ତ୍ରୀକ ତ୍ରୁଟି କେବେ ସୁଦ୍ଧା ସୁଧୁରି ଯିବ ?"

ଉପଭୋକ୍ତାମାନଙ୍କୁ ମିନିମମ ଚାର୍ଜେସ ନାଁରେ ଲୁଟ କରାଯାଉଛି ବୋଲି ପଞ୍ଚାନନ ଅଭିଯୋଗ କରିଛନ୍ତି । ଯିଏ ୫ କିଲୋୱାଟ ବିଦ୍ୟୁତ ବ୍ୟବହାର କରିବ ବୋଲି କହିଛି, ଯଦି ସେ ୨ କିଲୋୱାଟ ବିଦ୍ୟୁତ ବ୍ୟବହାର କଲା, ବାକି ୩ କିଲୋଓ୍ବାଟ ପାଇଁ ସେ ପଇସା କାହିଁକି ଦେବ ବୋଲି ପଚାରିଛି କଂଗ୍ରେସ । ଏପରିକି ମିଟର ବାବଦକୁ ମଧ୍ୟ ବର୍ଷ ବର୍ଷ ଧରି ଟାଟା ପାୱାର ଟଙ୍କା ଲୁଟି ଚାଲିଛି ବୋଲି କହିଛନ୍ତି ପଞ୍ଚାନନ । ପାୱାର କଟ୍‌ ହେବାକୁ ଥିବା ସମୟରେ ନିୟମ ଅନୁସାରେ ମାଇକରେ ଘୋଷଣା କରିବା କଥା । କିନ୍ତୁ ଟାଟା ପାୱାର କୌଣସି ଘୋଷଣା ନକରି ପାୱାର କଟ୍‌ କରୁଛି ବୋଲି ଅଭିଯୋଗ ଆଣିଛି କଂଗ୍ରେସ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 6, 2023, 5:34 PM IST

ABOUT THE AUTHOR

...view details