ଓଡିଶା

odisha

ETV Bharat / state

ବିଧାନସଭାରେ ସରକାରଙ୍କୁ ଘେରିବ କଂଗ୍ରେସ, ସରିଲା ବିଧାୟକ ଦଳ ବୈଠକ

ବିଧାନସଭା ଶୀତକାଳୀନ ଅଧିବେଶନ ପୂର୍ବରୁ ସରିଲା କଂଗ୍ରେସର ବିଧାୟକ ଦଳ ବୈଠକ । ଏଥିରେ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହୋଇଛି କଂଗ୍ରେସ । ତେବେ ଦୀର୍ଘ ଦିନରୁ ନିଜକୁ ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରଖିଥିବା କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ ଆଜିର ବୈଠକରେ ଯୋଗ ଦେଇଥିଲେ । ଅଧିକ ପଢ଼ନ୍ତୁ

ବିଧାନସଭାରେ ସରକାରଙ୍କୁ ଘେରିବ କଂଗ୍ରେସ, ସରିଲା ବିଧାୟକ ଦଳ ବୈଠକ
ବିଧାନସଭାରେ ସରକାରଙ୍କୁ ଘେରିବ କଂଗ୍ରେସ, ସରିଲା ବିଧାୟକ ଦଳ ବୈଠକ

By

Published : Nov 23, 2022, 10:53 PM IST

ଭୁବନେଶ୍ବର: ଗୁରୁବାର ଆରମ୍ଭ ହେବାକୁ ଯାଉଛି ବିଧାନସଭାର ଶୀତକାଳୀନ ଅଧିବେଶନ । ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହୋଇଛି କଂଗ୍ରେସ । ଏନେଇ ଆଜି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ବୈଠକରେ ବିଧାୟକମାନଙ୍କର ବୈଠକ ଅନୁଷ୍ଠିତ ହୋଇଥିଲା । ତେବେ ଦୀର୍ଘ ଦିନରୁ ନିଜକୁ ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରଖିଥିବା କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ ଆଜିର ବୈଠକରେ ଯୋଗ ଦେଇଥିଲେ ।

ବିଧାନସଭାରେ ସରକାରଙ୍କୁ ଘେରିବ କଂଗ୍ରେସ, ସରିଲା ବିଧାୟକ ଦଳ ବୈଠକ

ବିଧାନ ସଭାରେ ଶୀତକାଳୀନ ଅଧିବେଶନ ପୂର୍ବରୁ ସରିଲା କଂଗ୍ରେସର ବିଧାୟକ ଦଳ ବୈଠକ । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଶୀତକାଳୀନ ଅଧିବେଶନରେ ରାଜ୍ୟର ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବା ପାଇଁ ପ୍ରସ୍ତୁତ ହୋଇଛି କଂଗ୍ରେସ । ବିଧାୟକ ଦଳ ବୈଠକରେ ବିଧାନସଭା ରଣନୀତି ନେଇ ଆଲୋଚନା ହୋଇଛି । ତେବେ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ ଦୀର୍ଘଦିନ ହେବ ଦଳୀୟ କାର୍ଯ୍ୟକ୍ରମରୁ ନିଜକୁ ଦୂରେଇ ରଖିବା ପରେ ଆଜି ବିଧାୟକ ଦଳ ବୈଠକରେ ଉପସ୍ଥିତ ରହିଥିଲେ । ଯାହାକୁ ନେଇ ମୋକିମଙ୍କର ଅଭିମାନ ଭାଙ୍ଗିଥିବା ଚର୍ଚ୍ଚା ହେଉଛି ।

ବୈଠକ ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ସେ କହିଛନ୍ତି, "ରାଜ୍ୟରେ ଅନେକ ପ୍ରସଙ୍ଗ ରହିଛି । ଲୋକଙ୍କର ବିଭିନ୍ନ ସମସ୍ୟାକୁ କଂଗ୍ରେସ ବିଧାନ ସଭାରେ ରଖିବ । ଅର୍ଚ୍ଚନା ନାଗ, ଚାଷୀ ସମସ୍ୟା, ପିସି ସମସ୍ୟା, ବେକାରୀ ସମସ୍ୟା, ଅଙ୍ଗନୱାଡି କର୍ମୀଙ୍କ ବିଭିନ୍ନ ସମସ୍ୟା ବିଧାନସଭାରେ ଉଠିବ । ଅର୍ଚ୍ଚନା ନାଗ ମାମଲାରେ ଶାସକ ଦଳର ପୂର୍ବତନ ବାଚସ୍ପତିଙ୍କ ସମେତ ଅନେକ ନେତା, ମନ୍ତ୍ରୀ ଓ ବିଧାୟକ ସମ୍ପୃକ୍ତ ରହିଛନ୍ତି । ମୁଖ୍ୟମନ୍ତ୍ରୀ ଏହାର ଉତ୍ତର ରଖିବା ପାଇଁ ଦାବି କରିବ କଂଗ୍ରେସ ।" ତେବେ ଆଜିର ବୈଠକରେ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ସମେତ ବିଧାୟକ ତାରା ପ୍ରସାଦ ବାହିନୀପତି, ସନ୍ତୋଷ ସିଂ ସାଲୁଜା, ଅଧୀରାଜ ପାଣିଗ୍ରାହୀ, ମହମ୍ମଦ ମୋକିମ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details