ଭୁବନେଶ୍ବର:କଂଗ୍ରେସରେ ୬୦ରୁ ୭୦ ଟିକେଟ ଫାଇନାଲ । ୯ ବିଧାୟକ ରିପିଟ୍ ହେବେ । ସର୍ଭେ ଅନୁସାରେ ଟିକେଟ ଦିଆଯିବ । ଫେବ୍ରୁଆରିରେ ଆଗୁଆ ଟିକେଟ ବଣ୍ଟାଯିବ । ଆସନ୍ତା ଫେବ୍ରୁଆରିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ କେନ୍ଦ୍ରୀୟ ନେତୃତ୍ୱ ଓଡ଼ିଶା ଆସୁଛନ୍ତି । ଆଗକୁ କଂଗ୍ରେସରେ ବଡ଼ ବଡ଼ ହସ୍ତୀ ମିଶିବେ । ଏଭଳି ଏକ ବଡ଼ ବୟାନ ଦେଇଛନ୍ତି କଂଗେସର ବରିଷ୍ଠ ନେତା ତଥା ବିଧାୟକ ବିଧାୟକ ତାରା ପ୍ରସାଦ ବାହିନୀପତି ।
କଂଗ୍ରେସର ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ, " ଦଳର ପ୍ରାୟ ୬୦ରୁ ୭୦ ଟିକେଟ ଫାଇନାଲ ହେବାକୁ ଗଲାଣି । ଆମର କିଏ ଟିକେଟ ପାଇବ, ନ ପାଇବା ମାନସିକ ଭାବେ ପ୍ରସ୍ତୁତ ହୋଇ ସାରିଲେଣି । ବିଜୟ ସମ୍ଭାବନା ଥିବା ବ୍ୟକ୍ତିଙ୍କୁ ହିଁ ଟିକେଟ ଦେବ ଦଳ । ଯିଏ ଜିତିବା ସୁନିଶ୍ଚିତ ସେଥିରୁ ବର୍ତ୍ତମାନ ସୁଦ୍ଧା 60 ଜଣଙ୍କୁ ଚୟନ କରାଯାଇଛି । ବିଜେଡି ଓ ବିଜେପିରେ ଗୋଷ୍ଠୀ କନ୍ଦଳ ଭର୍ତ୍ତି । ଆମେ ନିଜର ଏକତା ପ୍ରମାଣିତ ପାଇଁ ବସ୍ ରେ ଏକାଠି ହୋଇ ବୁଲିବୁ । ଆମେ ଏକତ୍ରିତ ହୋଇ ନିର୍ବାଚନ ଲଢ଼ିବୁ । ମୋର ଉଦାହରଣ ନେଇ ହେବ । କୋରାପୁଟ ସାଂସଦ ଓ ମୋ ଭିତରେ ପଡୁ ନଥିଲା । ଆମେ ସବୁ ଭୁଲିଲୁ । ସାଂସଦଙ୍କ ଘରକୁ ଯାଇଥିଲି । ସାଂସଦ ମୋ ଭଣଜା । ତାଙ୍କ ପୁଅ ମୋର ନାତି । ଓଡ଼ିଶାରେ ସରକାର ଗଢ଼ିବା ପାଇଁ ଆମେ ସବୁ କ୍ଷେତ୍ରରେ ସାକ୍ରିଫାଇସ କରିବା ଲାଗି ପ୍ରସ୍ତୁତ । "
ଏହା ମଧ୍ୟ ପଢ଼ନ୍ତୁ: ଯାହାର ଜିତିବାର ସମ୍ଭାବନା ଅଧିକ, ତାକୁ ମିଳିବ ଟିକେଟ: ଅଜୟ କୁମାର
୨୦୨୪ ସାଧାରଣ ନିର୍ବାଚନକୁ ଆଉ ମାତ୍ର କିଛି ମାସ ବାକି । ରାଜ୍ୟର ପ୍ରମୂଖ ରାଜନୈତିକ ଦଳ ଏବେ ସକ୍ରିୟ ହେଲେଣି । ପ୍ରାର୍ଥୀ ଚୟନ, ବିଜୟ ସମ୍ଭାବନା ଥିବା ସଠିକ ବ୍ୟକ୍ତିଙ୍କୁ ଟିକେଟ ଦେବା ଲାଗି ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ କସରତ ଚାଲିଛି । ଏହାରି ଭିତରେ ଅସ୍ଥିର ଥିବା କଂଗ୍ରେସ ସ୍ଥିର ହେବାରେ ଲାଗିଥିବା ଚର୍ଛିଚ୍ଚା ହେଉଛି । ଦଳ ଭିତରେ ଥିବା ବିଭେଦ ଦୂର କରିବା ଲାଗି ପ୍ରୟାସ ଜାରି ରହିଛି । ଦଳ କିପରି ଏକଜୁଟ ହୋଇ କାର୍ଯ୍ୟ କରିବ ଏବଂ ନିର୍ବାଚନ ଫଳାଫଳ ଦଳ ସପକ୍ଷରେ ଯିବ ସେ ନେଇ ରୋଡ୍ ମ୍ୟାପ ପ୍ରସ୍ତୁତ କରୁଛନ୍ତି ଦଳର ହାଇ କମାଣ୍ଡ ।