ଓଡିଶା

odisha

By

Published : Feb 8, 2023, 8:11 PM IST

ETV Bharat / state

ନବ ଦାସ ହତ୍ୟା ମାମଲା: କେବେ ମିଳିବ ନ୍ୟାୟ ? ହତ୍ୟାକାଣ୍ଡ ପଛରେ ବଡ଼ ବଡ଼ିଆଙ୍କ ହାତ !

ନବ ଦାସ ହତ୍ୟାକାଣ୍ଡରେ ତଦନ୍ତ ପ୍ରକ୍ରିୟା ବିଳମ୍ବ ହେବ ବୋଲି ଆଶଙ୍କା କରିଛନ୍ତି ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ । ସେପଟେ ସେପଟେ ଆଜି ପର୍ଯ୍ୟନ୍ତ ଗୋପାଳ ଅନୁତାପ ନକରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ତେଣୁ ଗୋପାଳ ପଛରେ ବଡ଼ ବଡିଆଙ୍କ ହାତ ଥିବା କହିଛନ୍ତି କଂଗ୍ରେସ ନେତା ପଞ୍ଚାନନ କାନୁନଗୋ । ଅଧିକ ପଢ଼ନ୍ତୁ

ନବ ଦାସଙ୍କ ପରିବାରକୁ କେବେ ମିଳିବ ନ୍ୟାୟ ?
ନବ ଦାସଙ୍କ ପରିବାରକୁ କେବେ ମିଳିବ ନ୍ୟାୟ ?

ନବ ଦାସଙ୍କ ପରିବାରକୁ କେବେ ମିଳିବ ନ୍ୟାୟ ?

ଭୁବନେଶ୍ବର: ମନ୍ତ୍ରୀ ନବ ଦାସ ହତ୍ୟା ମାମଲା ଉପରୁ ଆଜିଯାଏଁ ହଟି ପାରିନି ରହସ୍ୟ । ଦୁଇ ଦୁଇଥର ରିମାଣ୍ଡରେ ନେବାପରେ ଆଜି ତୃତୀୟ ଥର ପାଇଁ ଅଭିଯୁକ୍ତ ଗୋପାଳକୁ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ । ତେବେ ଏହି ଘଟଣାର ନ୍ୟାୟ ପ୍ରକ୍ରିୟା ବିଳମ୍ବିତ ହେବାକୁ ଯାଉଛି ବୋଲି ଆଶଙ୍କା କରିଛନ୍ତି ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ । ସେପଟେ ଆଜି ପର୍ଯ୍ୟନ୍ତ ଗୋପାଳ ଅନୁତାପ ନକରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ତେଣୁ ଗୋପାଳ ପଛରେ ବଡ଼ ବଡିଆଙ୍କ ହାତ ଥିବା କହିଛନ୍ତି କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ।

ନାର୍କୋ ଟେଷ୍ଟ ପାଇଁ ଗୁଜୁରାଟ ଯିବ ଗୋପାଳ: ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତକୁ ଜୋରଦାର କରିଛି । ବୁଧବାର ଅଭିଯୁକ୍ତ ଗୋପାଳର ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ଶେଷ ହୋଇଥିବା ବେଳେ ମଙ୍ଗଳବାର ଘଟଣାସ୍ଥଳକୁ ନେଇ କ୍ରାଇମ ସିନ୍‌ ରିକ୍ରିଏସନ କରିଥିଲା କ୍ରାଇମବ୍ରାଞ୍ଚ । ଏହାପରେ ଘଟଣାରେ ତଦନ୍ତର ତଦାରଖ କରିବା ଦାୟିତ୍ବରେ ଥିବା ହାଇକୋର୍ଟ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଜେପି ଦାସ ଝାରସୁଗୁଡ଼ାରେ ପହଞ୍ଚିଥିଲେ । ତାଙ୍କ ସହ ପୋଲିସ ଡିଜି, ଆଇନ ଶୃଙ୍ଖଳା ଏଡିଜି ଓ ଗୁଇନ୍ଦା ନିର୍ଦ୍ଦେଶକ ମଧ୍ୟ ଝାରସୁଗୁଡ଼ା ଆସିଥିଲେ । ବୁଧବାର ସକାଳୁ ଜଷ୍ଟିସ ଦାସଙ୍କ ସହ ପୋଲିସ ଡିଜି ସୁନୀଲ ବଂଶଲ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବା ପରେ ଭୁବନେଶ୍ବର ଫେରିଛନ୍ତି । ସେପଟେ ଗୋପାଳକୁ ତୃତୀୟ ଥର ପାଇଁ ୫ ଦିନିଆ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ । ଏହି ଅବଧି ସମୟରେ ତାର ନାର୍କୋ ଟେଷ୍ଟ ପାଇଁ ତାକୁ ଗୁଜୁରାଟ ନିଆଯିବ ବୋଲି ସୂଚନା ମିଳିଛି ।

"ତଦନ୍ତ ପ୍ରକ୍ରିୟା ବିଳମ୍ବ ହେବ": ତେବେ ଏହି ହାଇ ପ୍ରୋଫାଇଲ ହତ୍ୟାକାଣ୍ଡରେ ତଦନ୍ତ ପ୍ରକ୍ରିୟା ବିଳମ୍ବ ହେବ ବୋଲି ଆଶଙ୍କା କରିଛନ୍ତି ବରିଷ୍ଟ ସାମ୍ବାଦିକ ଅକ୍ଷୟ ସାହୁ । ସେ କହିଛନ୍ତି, "କ୍ରାଇମବ୍ରାଞ୍ଚ ତଦନ୍ତରେ ଯେଉଁ ସବୁ ପ୍ରମାଣ ଯୋଗାଡ଼ ହୋଇଛି, ସେଥିରୁ ନ୍ୟାୟ ମିଳିବାରେ ଡେରି ହେବ । ଗୋପାଳ ଦାସ ମାନସିକ ଭାରସାମ୍ୟ ଥିଓରି ଆହୁରି ତଦନ୍ତ ପ୍ରକ୍ରିୟାକୁ ବିଳମ୍ବିତ କରିବ । ପୁଣି ରହିଛି ଲାଟିନ ଟାଙ୍କିରୁ ମିଳିଥିବା କାଗଜ ଟୁକୁରା ଥିଓରି । କେଉଁ କାଳି ବ୍ୟବହାର ହୋଇଥିଲା, ନାଲି କାଳି କାହିଁକି ବ୍ୟବହାର ହୋଇଥିଲା, ତାର କାରଣ ଖୋଜି ବାହାର କହିବାକୁ ପଡ଼ିବ ।"

"ଗୋପାଳ ପଛରେ ରହିଛି ବଡ଼ ବଡିଆଙ୍କ ହାତ": ଅନ୍ୟପଟେ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ କହିଛନ୍ତି, "ଗୋପାଳ ପଛରେ ବଡ଼ ବଡିଆଙ୍କ ହାତ ରହିଛି । ତା ମନର ଦୃଢ଼ତା ଏହି କଥା ବୟାନ କରୁଛି । ନବ ଦାସଙ୍କ ପରିବାରକୁ ସେତେବେଳେ ନ୍ୟାୟ ମିଳିବ, ଯେତେବେଳେ ହତ୍ୟାକାଣ୍ଡ ପଛର କାରଣ ଗୋପାଳ କହିବ ।" ତେବେ ନବ ଦାସ ହତ୍ୟା ଘଟଣାକୁ ୧୦ ଦିନ ପୁରିଥିବାବେଳେ ମଙ୍ଗଳବାର କ୍ରାଇମବ୍ରାଞ୍ଚ କ୍ରାଇମ ସିନ୍‌ ରିକ୍ରିଏସନ କରିଛି । କିନ୍ତୁ ହତ୍ୟାକାଣ୍ଡର କାରଣ ନେଇ ଗୋପାଳ କିଛି କହିନାହିଁ । ଏବେ ରାଜ୍ୟବାସୀଙ୍କ ଅପେକ୍ଷା କେବେ ସତ କହୁଛି ଗୋପାଳ । ଅସଲ ମାଷ୍ଟର ମାଇଣ୍ଡ ପାଖରେ କେବେ ପହଞ୍ଚୁଛି କ୍ରାଇମବ୍ରାଞ୍ଚ୍ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details