ଓଡିଶା

odisha

ETV Bharat / state

ଚାଷୀଙ୍କ ପାଇଁ କଂଗ୍ରେସର ଗ୍ୟାରେଣ୍ଟି କାର୍ଡ

ଚାଷୀଙ୍କ ଉପରେ ଶୁଭଦୃଷ୍ଟି ପକାଇଛି କଂଗ୍ରେସ । କୃଷକଙ୍କ ଭୋଟ ବ୍ୟାଙ୍କରୁ କିଭଳି ଭୋଟ ପାଇହେବ ସେନେଇ ଭିନ୍ନଭିନ୍ନ ଦଳ ଆଣିଛନ୍ତି ସ୍କିମ

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

By

Published : Feb 21, 2019, 11:56 AM IST

ଭୁବନେଶ୍ୱର: ଚାଷୀଙ୍କ ଉପରେ ଶୁଭଦୃଷ୍ଟି ପକାଇଛି କଂଗ୍ରେସ । କୃଷକଙ୍କ ଭୋଟ ବ୍ୟାଙ୍କରୁ କିଭଳି ଭୋଟ ପାଇହେବ ସେନେଇ ଭିନ୍ନଭିନ୍ନ ଦଳ ଆଣିଛନ୍ତି ସ୍କିମ । ଚାଷୀଙ୍କ ପାଇଁ ଗ୍ୟାରେଣ୍ଟି କାର୍ଡ଼ ଲଞ୍ଚ କରିଛି କଂଗ୍ରେସ ।


ବିଶେଷ କରି ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡରେ କୃଷକଙ୍କୁ ଆଧାର କରି କଂଗ୍ରେସ ଚଳିତ ବିଧାନସଭା ନିର୍ବାଚନରେ ବାଜିମାତ କରିଥିଲା । ଆଉ ଓଡ଼ିଶାରେ ଠିକ ସେହି ନୀତି ଆପଣାଇବାକୁ ଯୋଜନା କରିଛି କଂଗ୍ରେସ । ୪ଟି ଆକର୍ଷଣୀୟ ଯୋଜନା ସହ ଗ୍ୟାରେଣ୍ଟି କାର୍ଡ ଲଞ୍ଚ କରିଛି ।


ପ୍ରଥମ ପ୍ରତିଶୃତି ସ୍ୱରୂପ ସରକାର ଗଠନର ପ୍ରଥମ ଦିନରେ କୃଷି ଋଣ ଛାଡ କରିବାକୁ ଘୋଷଣା କରାଯାଇଛି । ସେହିପରି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୬୦୦ ଓ ଡାଲି ଜାତୀୟ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ସହ ବୋନସ ପ୍ରଦାନର ଗ୍ୟାରେଣ୍ଟି ଦିଆଯାଇଛି ।


ତୃତୀୟ ପଦକ୍ଷେପ ଭାବେ ୫ବର୍ଷ ପର୍ଯ୍ୟନ୍ତ ନିରନ୍ତର ଭାବେ ଆର୍ଥିକ ସହାୟତାର ପ୍ରତିଶୃତି ରହିଛି । ଚତୁର୍ଥରେ ରହିଛି କୃଷକଙ୍କୁ ମାଗଣାରେ ଯୋଗାଇ ଦିଆଯିବ ସୌରଚାଳିତ ପମ୍ପସେଟ । ଆଉ ଏହି ୪ଟି ପଏଣ୍ଟ ସହ ଫର୍ମ ପୂରଣ କରିବାକୁ ପଡିବ । ଚାଷୀଙ୍କ ନାମ ସହ ଫୋନ ନମ୍ବର, ବିଧାନସଭା କ୍ଷେତ୍ର ଓ ଗ୍ରାମ ପଂଚାୟତର ନାମ ଦାଖଲ କରିବାକୁ ପଡିବ ।


କିଛି ଦିନ ପୂର୍ବେ ରାଜ୍ୟ ସରକାର କାଳିଆ ଯୋଜନା ଘୋଷଣା କରି କୃଷକଙ୍କୁ ଆର୍ଥିକ ସହାୟତା ଦେବାକୁ ନିଷ୍ପତି ନେଇଥିଲା । ଆଉ ସେହିପରି ଏହାକୁ କାଉଣ୍ଟର କରିବା ପାଇଁ କେନ୍ଦ୍ର ସରକାର ମଧ୍ୟ ବଜେଟରେ ଚାଷୀଙ୍କ ପାଇଁ ଲୋଭନୀୟ ପ୍ରତିଶୃତି ଘୋଷଣା କରିଥିଲା ।
ନିର୍ବାଚନକୁ ଆଖି ଆଗରେ ରଖି ତିନି ଦଳ ଏବେ ଜୋରସୋରରେ କସରତ ଚାଲିଥିବାବେଳେ ଚାଷୀଙ୍କ ଭୋଟ କାହାକୁ ମିଳିବ ତାହା ତ ନିର୍ବାଚନ ପରେ ଜଣାପଡିବ ।

For All Latest Updates

ABOUT THE AUTHOR

...view details