ଓଡିଶା

odisha

ETV Bharat / state

3 ରାଜ୍ୟରେ ପରାଜୟ ପରେ 'ଇଣ୍ଡିଆ ମେଣ୍ଟ'ରେ କଂଗ୍ରେସ କମଜୋର୍ !: 2024ରେ ସିଟ୍ ସେୟାରିଂ ଟର୍ଣ୍ଣିଂ ପଏଣ୍ଟ - ପଞ୍ଚାନନ କାନୁନଗୋ

Congress in India Bloc: 3 ରାଜ୍ୟରେ ପରାଜୟ ପରେ 'ଇଣ୍ଡିଆ ମେଣ୍ଟ'ରେ ବ୍ୟାକ୍ଫୁଟକୁ ଚାଲିଯାଇଛି କଂଗ୍ରେସ। ବିଧାନସଭା ନିର୍ବାଚନରେ ସିଟ୍ ସେୟାରିଂ କରିନଥିବା କଂଗ୍ରେସ ପାଇଁ 2024 ନିର୍ବାଚନ ଟର୍ଣ୍ଣିଂ ପଏଣ୍ଟ। ଆଗାମୀ ନିର୍ବାଚନରେ ସାଲିସ ନକଲେ ଅଡ଼ୁଆରେ ପଡ଼ିପାରେ ଗ୍ରାଣ୍ଡ ଓଲ୍ଡ ପାର୍ଟି। ଏହାକୁ ନେଇ କଣ କହୁଛନ୍ତି ଓଡ଼ିଶା କଂଗ୍ରେସ ନେତା ଏବଂ ରାଜନୀତି ସମୀକ୍ଷକ ! ଅଧିକ ପଢ଼ନ୍ତୁ,

3 ରାଜ୍ୟରେ ପରାଜୟ ପରେ 'ଇଣ୍ଡିଆ ମେଣ୍ଟ'ରେ କଂଗ୍ରେସ କମଜୋର୍ !
3 ରାଜ୍ୟରେ ପରାଜୟ ପରେ 'ଇଣ୍ଡିଆ ମେଣ୍ଟ'ରେ କଂଗ୍ରେସ କମଜୋର୍ !

By ETV Bharat Odisha Team

Published : Dec 6, 2023, 5:20 PM IST

3 ରାଜ୍ୟରେ ପରାଜୟ ପରେ 'ଇଣ୍ଡିଆ ମେଣ୍ଟ'ରେ କଂଗ୍ରେସ କମଜୋର୍ !: 2024ରେ ସିଟ୍ ସେୟାରିଂ ଟର୍ଣ୍ଣିଂ ପଏଣ୍ଟ

ଭୁବନେଶ୍ବର: ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଇଣ୍ଡିଆ ମେଣ୍ଟରେ କଂଗ୍ରେସର ସ୍ଥିତି ନେଇ ଉଠିଛି ପ୍ରଶ୍ନ । କଣ ଇଣ୍ଡିଆ ମେଣ୍ଟରେ ଆଗକୁ ନେତୃତ୍ବ ନେଇ ବଢାଇ ପାରିବ ତ ଗ୍ରାମ୍ଡ ଓଲ୍ଡ ପାର୍ଟି। ଏହି ପ୍ରଶ୍ନ ସେତେବେଳେ ଉଠିଛି ଯେତେବେଳେ ମେଣ୍ଟଟ ବୈଠକରେ ଯୋଗ ନଦେବାକୁ କହି ସାରିଛନ୍ତି ନୀତିଶ କୁମାର, ମମତା ବାନାର୍ଜୀ ଏବଂ ଅଖିଳେଶ ଯାଦବ। ଭାଗୁଆଳିଙ୍କ ଚାପରେ ବୈଠକକୁ ସ୍ଥଗିତ ରଖିବାକୁ ପଡ଼ିଛି।

3 ରାଜ୍ୟରେ ପରାଜୟ ପରେ 'ଇଣ୍ଡିଆ ମେଣ୍ଟ'ରେ କଂଗ୍ରେସ କମଜୋର୍ !: 2024ରେ ସିଟ୍ ସେୟାରିଂ ଟର୍ଣ୍ଣିଂ ପଏଣ୍ଟ

ଇଣ୍ଡିଆ ବୈଠକକୁ ନ ଆସିବା ପଛର କାରଣ ତିନି ରାଜ୍ୟରେ କଂଗ୍ରେର ପରାଜୟ ଏହା ପଛର କାରଣ ବୋଲି ଚର୍ଚ୍ଚା ହେଉଛି। ତେବେ ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋଙ୍କ ଯୁକ୍ତି, କଂଗ୍ରେସ ର 3ଟି ରାଜ୍ୟ ନିର୍ବାଚନରେ ଜନତାଙ୍କର ସମର୍ଥନ ବଢ଼ିଛି। ପାଖାପାଖି 10 ଲକ୍ଷ ଭୋଟ ବିଜେପି ଠାରୁ ଅଧିକ ରହିଛି। ରାଜସ୍ଥାନରେ ପାଖାପାଖି 2 ପ୍ରତିଶତ, ଛତିଶଗଡ଼ରେ 2.3 ପ୍ରତିଶତ ଏବଂ ମଧ୍ୟପ୍ରେଦଶରେ 8 ପ୍ରତିଶତ ଭୋଟ୍ ଲସରେ ରହିଛି କଂଗ୍ରେସ। ଏହାର ଭରଣା ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିବ । 2024 ନିର୍ବାଚନରେ ସାରା ଭାରତରେ କଂଗ୍ରେସର ଭଲ ଭୋଟ୍ ହେବ । ଏକ ସମୟରେ ବିଜେପି ସରକାର 30 ରାଜ୍ୟରୁ 22 ରାଜ୍ୟ ଦଖଲ କଲା ବୋଲି ଡିଣ୍ଡିମ ପିଟୁଥିଲା। ଏବେ ତାର ସଂଖ୍ୟା କମିଛି । ଏପରିକି ମିଜୋରମରେ ମଧ୍ୟ ବିଜେପି ହାରିଛି । ଲୋକଙ୍କ ଆଶାକୁ ଉଠାଇ କିଛି ସମୟ ପାଇଁ ଭୋଟ ନେଇପାରେ ବିଜେପି । ବିଜେପି ଖୁବ ଶୀଘ୍ର ଜନସାଧାରଣଙ୍କ ନିକଟରେ ଅପଦସ୍ତ ହେବ ବୋଲି କହିଛନ୍ତି ପଞ୍ଚାନନ। ଇଣ୍ଡିଆ ମେଣ୍ଟ ପୁଣି ଥରେ ସଶକ୍ତ ହେବ। ଯଦି କିଛି ପରିମାଣରେ ଭାଗୁଆଳି ଦଳଙ୍କ ସହ ସିଟ୍ ବୁଝାମଣା କରିଥାନ୍ତା, ହୁଏତ ଏହି ଖରାପ ସମୟ ଆସିନଥାନ୍ତା ।

ବରିଷ୍ଠ ସାମ୍ବାଦିକ ତଥା ରାଜନୀତି ସମୀକ୍ଷକ ଅକ୍ଷୟ ସାହୁଙ୍କ କହିବା କଥା, ଇଣ୍ଡିଆ ମେଣ୍ଟ ଯେଉଁଠି କଂଗ୍ରେସ ବଡ଼ ଅଂଶୀଦାର ଥିଲା, ବର୍ତ୍ତମାନ ସେଠାରେ କଂଗ୍ରେସ ସ୍ଥିତି ପୂର୍ବଭଳି ସଶକ୍ତ ରହିବ ନାହିଁ। ଛତିଶଗଡ଼, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ଯଦି ଦଳ ଭଲ ପ୍ରଦର୍ଶନ କରି କ୍ଷମତାକୁ ଆସିଥାନ୍ତା, ତେବେ ମେଣ୍ଟରେ କଂଗ୍ରେସ ସ୍ଥିତି ମଜଭୁତ ରହିଥାନ୍ତା। ମମତା, ଅଖିଳେଶ ଏବଂ ନୀତିଶ କୁମାର ନିଜ ନିଜର ଅସନ୍ତୋଷକୁ ଭିନ୍ନ ଢଙ୍ଗରେ ଜାହିର କରିଛନ୍ତି।

ଅକ୍ଷୟ ସାହୁ କହିଛନ୍ତି ଯେ, ଗୋଟିଏ କଥା ସ୍ପଷ୍ଟ ଯେ ଇଣ୍ଡିଆ ମେଣ୍ଟ ଲଞ୍ଚିଂ ପ୍ୟାଡ ହେବ, ରାହୁଲ ଗାନ୍ଧିଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଲଞ୍ଚ କରିବା ପାଇଁ । ଯିଏ ଯେଉଁଠୁ ଲଢ଼ିବେ, ଆଲୋଚନା କରାଯାଇ ପ୍ରାର୍ଥୀ ଦିଆଯିବ ବୋଲି ନିଷ୍ପତ୍ତି ହୋଇଥିଲା। କିନ୍ତୁ ମଧ୍ୟପ୍ରଦେଶରେ ସେୟା ହେଲା ନାହିଁ । ଯଦି ସମାଜବାଦୀ ପାର୍ଟି ସହିତ ମିଶି ଲଢ଼ିଥାନ୍ତା ସେଠାରେ ଆଉ 16 ରୁ 17 ଆସନ ମିଳିଥାନ୍ତା। ମଧ୍ୟ ପ୍ରଦେଶରେ ମେଣ୍ଟ ଧର୍ମ ପାଳନ କଲା ନାହିଁ କଂଗ୍ରେସ । 2024 ନିର୍ବାଚନରେ କଂଗ୍ରେସ ପାର୍ଟି ଯଦି, ସିଟ୍ ସେୟାରିଂରେ ନିଜର ଅହଂକାରକୁ ଛାଡ଼ି ଯଦି ଆସନ ଛାଡ଼ିଦେବ ତେବେ ପୂର୍ବଭଳି କଂଗ୍ରେସର ସ୍ଥିତି, ଇଣ୍ଡିଆ ମେଣ୍ଟରେ ସୁଦୃଢ଼ ହୋଇପାରେ।


ଇଣ୍ଡିଆ ମେଣ୍ଟ ଏନଡିଏକୁ ଟକ୍କର ଦେବା ପାଇଁ ତିନି ତିନି ଥର ବୈଠକ କରିସାରିଲାଣି । ଚୂଡ଼ାନ୍ତ ରଣନୀତି ମଧ୍ୟ ପ୍ରସ୍ତୁତ ଚାଲିଛି । କିନ୍ତୁ ନିକଟରେ ଶେଷ ହୋଇଥିବା 5 ରାଜ୍ୟର ବିଧାନସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ମେଣ୍ଟ ଭିତରେ ଦଳର ସ୍ଥିତିକୁ ଦୁର୍ବଳ କରିଛି। ଏବେ ଦେଖିବା କଥା, କଂଗ୍ରେସର କେନ୍ଦ୍ରୀୟ ନେତୃତ୍ବ, ସିଟ୍ ସେୟାରିଂକୁ କେତେ ଗୁରୁତ୍ବ ଦେଉଛନ୍ତି।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details