ଓଡିଶା

odisha

ଧାମନଗରରେ ଟଙ୍କା ବଣ୍ଟା ପ୍ରସଙ୍ଗ: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା କଂଗ୍ରେସ

ପୁଣି କଂଗ୍ରେସର ପ୍ରତିନଧି ଦଳ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛନ୍ତି । ଧାମନଗରକୁ ନବୀନ ଟଙ୍କା ପଠାଇଛନ୍ତି କି ନାହିଁ ତାହାକୁ ନେଇ ନବୀନ ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି କହିଛି କଂଗ୍ରେସ(Congress met state election commissioner) । ଅଧିକ ପଢନ୍ତୁ

By

Published : Oct 31, 2022, 10:02 PM IST

Published : Oct 31, 2022, 10:02 PM IST

Congress delegation met state election commissioner over cash distribution in Dhamnagar
ଧାମନଗରରେ ଟଙ୍କା ବଣ୍ଟା ପ୍ରସଙ୍ଗ: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା କଂଗ୍ରେସ

ଭୁବନେଶ୍ବର: ଧାମନଗରରେ ଅବାଧ ନିରପେକ୍ଷ ନିର୍ବାଚନ ପାଇଁ ନିର୍ବାଚନ ଅଧିକାରୀଙ୍କ ହସ୍ତକ୍ଷେପ ଲୋଡିଲା କଂଗ୍ରେସ । ବିଜେଡି ନିର୍ବାଚନ ଆଚରଣ ବିଧି ଉଲଂଘନ କରିଥିବା ଅଭିଯୋଗ କରି ଆସୁଛନ୍ତି ଉଭୟ ବିଜେପି ଓ କଂଗ୍ରେସ ଦଳ । ଏହି କ୍ରମରେ ଆଜି ପୁଣି କଂଗ୍ରେସର ପ୍ରତିନଧି ଦଳ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛନ୍ତି (Congress met state election commissioner) ।

ଧାମନଗରରେ ଟଙ୍କା ବଣ୍ଟା ପ୍ରସଙ୍ଗ: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା କଂଗ୍ରେସ

ପିସିସି ଲିଗାଲ କମିଟି ଅଧ୍ୟକ୍ଷ ଶିବାନନ୍ଦ ରାୟ କହିଛନ୍ତି, "ଧାମନଗରକୁ ନବୀନ ଟଙ୍କା ପଠାଇଛନ୍ତି କି ନାହିଁ ତାହାକୁ ନେଇ ନବୀନ ସ୍ପଷ୍ଟୀକରଣ ଦିଅନ୍ତୁ । ଟଙ୍କା ବାଣ୍ଟୁଥିବା ବ୍ୟକ୍ତିଙ୍କୁ ଧାମନଗରବାସୀ ଧରିଥିଲେ । କିନ୍ତୁ ବ୍ୟକ୍ତି ଜଣକ ଚାକିରି କରିଛି ବୋଲି କହିଥିଲେ । ଧାମନଗର ଉପନିର୍ବାଚନରେ ଏସଓଜି ଗ୍ରୁପ ସାହାଯ୍ୟରେ ବିଜେଡି ଟଙ୍କା ଦେଉଛି । ସତ୍ୟତା ଥିବାରୁ ପରବର୍ତ୍ତୀ ମୁହୁର୍ତ୍ତରେ ଏହା ଗଣମାଧମରେ ମଧ୍ୟ ପ୍ରକାଶ ପାଇଛି । ଧାମନଗରରେ ଅବାଧ ନିରେପକ୍ଷ ଉପନିର୍ବାଚନ ହେଉନାହିଁ । ଉଭୟ ବିଜେଡି ଓ ବିଜେପି ନେତା ଟଙ୍କା ବାଣ୍ଟୁଛନ୍ତି । କିନ୍ତୁ ବିଜେପି ବିରୋଧ କରିବା ଭଳି ଅଭିନୟ କରୁଛି ।"

ନଭେମ୍ବର ୧ ତାରିଖ ସନ୍ଧ୍ୟାରୁ ଆଦର୍ଶ ଆଚରଣ ବିଧି ଲାଗୁ ହେବ । ଏହାପୂର୍ବରୁ ଜୋରଦାର ପ୍ରଚାର କରୁଛନ୍ତି ସ୍ବାଧୀନ ତଥା ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀ । ଏହାରି ମଧ୍ୟରେ ଧାମନଗରରେ ବିଜେଡି ଟଙ୍କା ବାଣ୍ଟୁଥିବାର ସାଂଘାତିକ ଅଭିଯୋଗ ଆଣିଥିଲେ ବିରୋଧୀ । ସେପଟେ ନିର୍ବାଚନରେ କଂଗ୍ରେସ ବିଜୟୀ ହେବ ବୋଲି ଦୃଢ଼ୋକ୍ତି ଦେଇଛନ୍ତି ପିସିସି ଲିଗାଲ କମିଟି ଅଧ୍ୟକ୍ଷ ଶିବାନନ୍ଦ ରାୟ ।

ABOUT THE AUTHOR

...view details