ଓଡିଶା

odisha

ETV Bharat / state

ପ୍ରଧାନମନ୍ତ୍ରୀଙ୍କ ବିଶ୍ବକର୍ମା ଯୋଜନା କେବଳ ପ୍ରଚାର ସର୍ବସ୍ବ: କଂଗ୍ରେସ

ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୈତିକ ଦଳ ମାନଙ୍କର ରଣନୀତି ବି ବଦଳିବାରେ ଲାଗିଛି । ବିଶ୍ବକର୍ମା ଯୋଜନାକୁ ନେଇ ବିଜେପି ଉପରେ ବର୍ଷିଛି କଂଗ୍ରେସ । ଏହା କେବଳ ନିର୍ବାଚନୀ ପ୍ରଚାର ପାଇଁ ଉଦ୍ଦିଷ୍ଟ ବୋଲି କହିିଛି । ଆଗକୁ ପଢ଼ନ୍ତୁ

ପ୍ରଧାନମନ୍ତ୍ରୀଙ୍କ ବିଶ୍ବକର୍ମା ଯୋଜନା କେବଳ ପ୍ରଚାର ସର୍ବସ୍ବ: କଂଗ୍ରେସ
ପ୍ରଧାନମନ୍ତ୍ରୀଙ୍କ ବିଶ୍ବକର୍ମା ଯୋଜନା କେବଳ ପ୍ରଚାର ସର୍ବସ୍ବ: କଂଗ୍ରେସ

By ETV Bharat Odisha Team

Published : Oct 21, 2023, 9:22 AM IST

Updated : Oct 21, 2023, 2:07 PM IST

ପ୍ରଧାନମନ୍ତ୍ରୀଙ୍କ ବିଶ୍ବକର୍ମା ଯୋଜନା କେବଳ ପ୍ରଚାର ସର୍ବସ୍ବ: କଂଗ୍ରେସ

ଭୁବନେଶ୍ବର:ପ୍ରଧାନମନ୍ତ୍ରୀଙ୍କ ବିଶ୍ବକର୍ମା ଯୋଜନାକୁ କଂଗ୍ରେସର କଡା ସମାଲୋଚନା ।ବିଶ୍ୱକର୍ମା ଯୋଜନା କେବଳ ନିର୍ବାଚନୀ ପ୍ରଚାର ପାଇଁ କରାଯାଇଥିବା ବୋଲି କହିଛି କଂଗ୍ରେସ । ଏଥିସହ ବିଭିନ୍ନ ପ୍ରସଙ୍ଗ ନେଇ ବିଜେପିକୁ କଡ଼ା ଟାର୍ଗେଟ କରିଛି ।

ଏହାମଧ୍ୟ ପଢନ୍ତୁ..Congress Show of Strength: ‘2024ରେ ଧର୍ମ ଅଧର୍ମର ଲଢେଇ ହେବ’

ଆଗାମୀ ନିର୍ବାଚନକୁ ଆଉ କିଛି ମାସ ବାକି ରହିଛି । ଏହାମଧ୍ୟରେ ସମସ୍ତ ପ୍ରମୁଖ ଦଳଗୁଡିକ ଶୋଭାଯାତ୍ରା, ସମ୍ମିଳନୀ ଆଳରେ ପ୍ରଚାର କାମ ଆରମ୍ଭ କରିଦେଲେଣି । ତେବେ ପ୍ରଧାନମନ୍ତ୍ରୀଙ୍କ ବିଶ୍ବକର୍ମା ଯୋଜନାକୁ କଡ଼ା ସମାଲୋଚନା କରିଛି କଂଗ୍ରେସ । ବିଶ୍ୱକର୍ମା ଯୋଜନା କେବଳ ନିର୍ବାଚନୀ ପ୍ରଚାର ପାଇଁ କରାଯାଇଥିବା ବୋଲି କହିଛି କଂଗ୍ରେସ । କିଛି ଦିନ ମଧ୍ୟରେ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼, ତେଲେଙ୍ଗାନା, ମିଜୋରାମରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଏବଂ ଆସନ୍ତା ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ସରକାର ଯେଉଁ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ଘୋଷଣା କରି ଶୁଭାରମ୍ଭ କରିଛନ୍ତି ତାହା କେବଳ ଧୂଆଁ ବାଣ ଛଡା ଆଉ କିଛି ନୁହେଁ ବୋଲି ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ ଦାଶ ।

ସେ ଆଉ ମଧ୍ୟ କହିଛନ୍ତି,"ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ନିର୍ବାଚନୀ ପ୍ରଚାର ସର୍ବସ୍ବ। ଏହି ଯୋଜନାରେ ନୂତନତା ନାହିଁ। ଏହା ପୁରୁଣା ଯୋଜନାର ନୂଆ କଳେବର । ଏହା ସରକାରୀ ଅର୍ଥର ବିପୁଳ ଅପବ୍ୟୟ । ଯଦିଓ ଯୋଜନାର ଶୁଭାରମ୍ଭ ପ୍ରଧାନମନ୍ତ୍ରୀ ଏବଂ ଅନ୍ୟ ମନ୍ତ୍ରୀମାନଙ୍କ ଦ୍ୱାରା ସେପ୍ଟେମ୍ବର ମାସ ୧୭ ତାରିଖ ଦିନ ହେଲା କିନ୍ତୁ ଗତ ସ୍ବାଧୀନତା ଦିବସ ଅଗଷ୍ଟ ୧୫ ତାରିଖ ଦିନ ବିଭିନ୍ନ ରାଜ୍ୟରୁ କାରିଗରମାନଙ୍କୁ ସରକାରୀ ଖର୍ଚ୍ଚରେ ଦିଲ୍ଲୀ ଅଣାଯାଇ ଏହାର ପ୍ରଚାରପ୍ରସାର ଆରମ୍ଭ କରାଯାଇଥିଲା ।"

ଏହାମଧ୍ୟ ପଢନ୍ତୁ..ମା' ବିରଜାଙ୍କ ପୀଠରେ ମହାସପ୍ତମୀ, ଦର୍ଶନ କଲେ ପିସିସି ସଭାପତି

ସେ ଆଉ ମଧ୍ୟ କହିଛନ୍ତି,"ଯଦି ପ୍ରଧାନମନ୍ତ୍ରୀ ରୋଜଗାର ସୃଜନ (PMEGP) ଯୋଜନାରେ ଏହି ୧୮ ପ୍ରକାର ପାରମ୍ପରିକ ବାଣିଜ୍ୟଗୁଡ଼ିକରେ ଯୋଡ଼ାଯାଇ ସେହି ଗ୍ରାମ ଶିଳ୍ପ ଉଦ୍ୟୋଗ ବିକାଶ ପାଇଁ ୧୩୦୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଥାନ୍ତା ତେବେ ସ୍କିମ୍‌ ଶୁଭାରମ୍ଭ ପାଇଁ ହୋଇଥିବା ଖର୍ଚ୍ଚ ଅର୍ଥ ଯୁବକମାନଙ୍କ ପାଇଁ ଆତ୍ମନିର୍ଭରଶୀଳ ପାଇଁ ଖର୍ଚ୍ଚ କରାଯାଇ ପାରିଥାଆନ୍ତା ବୋଲି ସେ କହିଛନ୍ତି ।

କଂଗ୍ରେସ ମୁଖପାତ୍ରଙ୍କ କହିବାନୁଯାୟୀ, ରାଜ୍ୟରେ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଓଡ଼ିଶାର ଯୁବପିଢିଙ୍କୁ ରୋଜଗାରକ୍ଷମ କରାଇବା ପାଇଁ ରାଜ୍ୟ ସରକାରଙ୍କ ପାଖରେ ଦାବି କରି ଆସୁଛନ୍ତି । ସେ ସବୁବେଳେ ଯୁବପିଢିଙ୍କ ରୋଜଗାରକ୍ଷମ ଉପରେ ଗୁରୁତ୍ୱ ଦେଇ ଆସିଛନ୍ତି ତାଙ୍କ ନେତୃତ୍ୱରେ କଂଗ୍ରେସ କ୍ଷମତାକୁ ଆସିଲେ ତାଙ୍କର ପରିକଳ୍ପନା ରାଜ୍ୟର ନିଶ୍ଚୟ ଯୁବପିଢିଙ୍କୁ ନିଶ୍ଚୟ ସଶକ୍ତି କରଣ କରିବ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 21, 2023, 2:07 PM IST

ABOUT THE AUTHOR

...view details