ଓଡିଶା

odisha

ETV Bharat / state

Naveen lauds Modi: କଂଗ୍ରେସର ସମାଲୋଚନା, ବିଜେପି ସହ ଭଲ ସମ୍ପର୍କକୁ ସ୍ପଷ୍ଟ କଲା ବିଜେଡି - ଓଡ଼ିଶା ରାଜନୀତି ଅପଡେଟ

ମୋଦିଙ୍କୁ ନବୀନଙ୍କ ପ୍ରଶଂସାକୁ ନେଇ ତେଜିଛି ରାଜନୀତି । କଂଗ୍ରେସ କଲା ସମାଲୋଚନା । କହିଲା ବିଜେପି-ବିଜେଡି ଭାଇ ଭାଇ ଏହାକୁ ନବୀନ ସ୍ପଷ୍ଟ କରିଛନ୍ତି । ଅଧିକ ପଢନ୍ତୁ

congress on Naveen lauds Modi matter
congress on Naveen lauds Modi matter

By ETV Bharat Odisha Team

Published : Sep 25, 2023, 5:37 PM IST

Updated : Sep 25, 2023, 6:03 PM IST

କଂଗ୍ରେସର ସମାଲୋଚନା, ବିଜେପି ସହ ଭଲ ସମ୍ପର୍କକୁ ସ୍ପଷ୍ଟ କଲା ବିଜେଡି

ଭୁବନେଶ୍ବର:ମୋଦିଙ୍କୁ ନବୀନଙ୍କ ପ୍ରଶଂସା ପ୍ରସଙ୍ଗକୁ ନେଇ ଆରମ୍ଭ ହୋଇଛି ରାଜନୀତି । ମୋଦିଙ୍କ ପ୍ରତି ନବୀନଙ୍କ ଆଭିମୁଖ୍ୟକୁ ନେଇ ବିରୋଧୀ କଂଗ୍ରେସ ସମାଲୋଚନା କରିବା ଆରମ୍ଭ କରିଛି । ଗଣମାଧ୍ୟମ ସଂସ୍ଥା 'ଦି ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ' ଦ୍ବାରା ଆୟୋଜିତ ଓଡ଼ିଶା ଲିଟେରାରୀ ଫେଷ୍ଟିଭାଲ 2023ରେ ଯୋଗ ଦେଇ ନବୀନ ମୋଦିଙ୍କୁ 10ରୁ 8 ମାର୍କ ଦେଇଛନ୍ତି । ଯାହାକୁ ନେଇ ଚିହିକି ଉଠିଛି କଂଗ୍ରେସ । ବିଜେପି ସହ ବିଜେଡିର ଭଲ ସମ୍ପର୍କକୁ ନବୀନ ସ୍ପଷ୍ଟ କରିଦେଇଛନ୍ତି ବୋଲି କଂଗ୍ରେସ କହିଛି ।

ଓଡିଶା ଲିଟେରାରୀ ଫେଷ୍ଟିଭାଲ 2023ରେ ଯୋଗ ଦେଇ ନବୀନ ମୋଦି ସରକାରଙ୍କୁ ବୈଦେଶିକ ବ୍ୟାପାର ନୀତି ଏବଂ ଅନ୍ୟାନ୍ୟ ପ୍ରଦର୍ଶନ ପାଇଁ 10ରୁ 8 ମାର୍କ ଦେଇଛନ୍ତି । ଏନେଇ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, " ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପି ଓ ବିଜେଡି ସମ୍ପର୍କକୁ ପ୍ରମାଣ କରି ଦେଇଛନ୍ତି । ମୋଦିଙ୍କୁ ନବୀନ 10ରୁ 8 ମାର୍କ ଦେଇଛନ୍ତି । ଏ କଥା ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି । ମୋଦିଙ୍କ ସହ ତାଙ୍କର ଭଲ ସଂପର୍କ ବୋଲି ନବୀନ ସ୍ପଷ୍ଟ କରିଛନ୍ତି । ଏପଟେ ବିଜେପି ଓ ବିଜେଡି ମିଳିମିଶି ବିଧାନସଭା ବନ୍ଦ କରୁଛନ୍ତି ।"

ଏହା ବି ପଢନ୍ତୁ- ମୋଦିଙ୍କ ପ୍ରଶଂସାରେ ଶତମୁଖ ନବୀନ, କେନ୍ଦ୍ରର ପ୍ରଦର୍ଶନକୁ 10 ରୁ 8 ନମ୍ବର, ଏକକ ନିର୍ବାଚନ ନିଷ୍ପତ୍ତିକୁ ସ୍ବାଗତ

ଅନ୍ୟପଟେ ବିଜେପି ବିଧାୟକ ମୁକେଶ ମହାଲିଙ୍ଗ କହିଛନ୍ତି, "କାଲିର ସାକ୍ଷାତକାର ଭଲ କରି ଅନୁଧ୍ୟାନ କଲେ ଜାଣିବେ କେନ୍ଦ୍ର କେଉଁଠି ଅବହେଳା କଲା । 10 ରୁ 8 ମାର୍କ ଯଦି ଜଣେ ପାଇଲା, ତେବେ ମୋଦି ଘୋଷଣା କରିଥିବା ପିଏମ ଯୋଜନା ରାଜ୍ୟ ତୁରନ୍ତ ଲାଗୁ କରୁ । ଅନ୍ୟ ରାଜ୍ୟରେ ଲାଗୁ ହେଲାଣି । ଏଥିରେ ରାଜ୍ୟ 1200 କୋଟି ପାଇବ । ଆୟୁଷ୍ମାନ ଭାରତ ଲାଗୁ କରନ୍ତୁ । ମୁଖ୍ୟମନ୍ତ୍ରୀ ଯେତେବେଳେ 10ରୁ 8 ମାର୍କ ଦେଲେଣି, ମୁଁ ଜାତୀୟ ରାଜପଥ କଥା କାହିଁକି କହିବି । ରାଜ୍ୟ ସରକାର ଯାହା ଟଙ୍କା ମାଗୁଛନ୍ତି, କେନ୍ଦ୍ର ସରକାର ଦେଉଛନ୍ତି । ବିଗତ 5 ବର୍ଷ ମଧ୍ୟରେ ଭାରତ ସରକାର 18 ଲକ୍ଷ କୋଟି ଟଙ୍କା ଓଡ଼ିଶାକୁ ଦେଇ ସାରିଲେଣି ।"

ସେପଟେ ଜବାବରେ ଶକ୍ତିମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି,"ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାହିଁକି ମୋଦିଙ୍କୁ ନେଇ ଏହି ବୟାନ ଦେଇଛନ୍ତି ମୋତେ ତ ପଚାରିକି ଦେଇ ନାହାନ୍ତି । ସେ ନିଶ୍ଚିତ ଚିନ୍ତା କରି ଦେଇଥିବେ । ଯେହେତୁ ମୁଖ୍ୟମନ୍ତ୍ରୀ ଓ ବିଜେଡି ସଭାପତି, ଅତୀତରେ ବି ସେ ଠିକଣା ସମୟରେ ଠିକଣା ଉତ୍ତର ଦେଇଛନ୍ତି ବୋଲି ସମସ୍ତେ ଜାଣିଛନ୍ତି । ତାଙ୍କୁ ସାମ୍ବାଦିକ କଣ ପ୍ରଶ୍ନ କରିଛନ୍ତି, କେଉଁ ପ୍ରସଙ୍ଗରେ ପଚାରିଛନ୍ତି, ତାହା ଦେଖିବା କଥା । ସେ 5 ଥରର ମୁଖ୍ୟମନ୍ତ୍ରୀ ଓ ଜଣେ ବିଜ୍ଞ ଲୋକ । ଭାବିଚିନ୍ତି ଉତ୍ତର ଦେଇଥିବେ । ତେଣୁ ମୋ ଦଳର ନେତା ମୁଖ୍ୟମନ୍ତ୍ରୀ, ତାଙ୍କୁ କଥା ଉପରେ କିଛି ମୋର ଟିପ୍ପଣୀ ଦେବାର ନାହିଁ ।"

ସୂଚନା ଥାଉ କି ରବିବାର ଭୁବନେଶ୍ବରରେ ଆୟୋଜିତ ହୋଇଥିଲା ଓଡ଼ିଶା ଲିଟେରାରୀ ଫେଷ୍ଟିଭାଲ 2023 । ଏଥିରେ ଅଂଶଗ୍ରହଣ କରି ନବୀନ କହିଥିଲେ ବୈଦେଶିକ ବ୍ୟାପାର ନୀତି ଓ ଅନ୍ୟ ପ୍ରଦର୍ଶନ ପାଇଁ ସେ ମୋଦି ସରକାରଙ୍କୁ 10ରୁ 8 ମାର୍କ ଦେଇଛନ୍ତି । ଦୁର୍ନୀତି ନିବାରଣ କ୍ଷେତ୍ରରେ କେନ୍ଦ୍ରର ମୋଦି ସରକାର ଭଲ ସଫଳ କାମ କରିଛି ବୋଲି ନବୀନ କହିଥିଲେ । ମହିଳା ସଂରକ୍ଷଣ ବିଲ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ବୋଲି ନବୀନ କହିଥିଲେ । ଏଥିସହ ଏକକ ନିର୍ବାଚନ ପ୍ରସଙ୍ଗରେ ନବୀନ ବିଜେପି ସରକାର ସପକ୍ଷରେ ସମର୍ଥନରେ ବାହାରିଥିଲେ । ଯାହାକୁ ନେଇ ଏବେ ତେଜିଛି ରାଜନୀତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 25, 2023, 6:03 PM IST

ABOUT THE AUTHOR

...view details