ଓଡିଶା

odisha

ETV Bharat / state

ଭଦ୍ରକ ମଦମୃତ୍ୟୁ ମାମଲାରେ ବିଜେଡିକୁ ଦାୟୀ କଲା କଂଗ୍ରେସ - bhadrak

ଭଦ୍ରକରେ ଘଟିଥିବା ମଦମୃତ୍ୟୁ ଘଟଣାରେ ସ୍ଥାନୀୟ ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ କଂଗ୍ରେସ ମିଡିଆ ସେଲର ଅଧ୍ୟକ୍ଷ ତଥା ପୁରୀ ସାଂସଦ ପ୍ରାର୍ଥୀ ସତ୍ୟ ପ୍ରକାଶ ନାୟକ ଦାୟୀ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା ଭୁବନେଶ୍ବର

By

Published : May 1, 2019, 8:22 PM IST

ଭୁବନେଶ୍ବର: ଭଦ୍ରକରେ ଘଟିଥିବା ମଦମୃତ୍ୟୁ ଘଟଣାରେ ସ୍ଥାନୀୟ ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ କଂଗ୍ରେସ ଦାୟୀ କରିଛି । ଏହିକ୍ରମରେ କଂଗ୍ରେସ ମିଡିଆ ସେଲର ଅଧ୍ୟକ୍ଷ ସତ୍ୟ ପ୍ରକାଶ ନାୟକ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ରାଜ୍ୟ ସରକାରଙ୍କ ଶିଥିଳତା ଓ ଭୋଟ୍ ପାଇଁ ମଦର ବ୍ୟବହାରକୁ ବିରୋଧ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଶ୍ରୀ ନାୟକ କହିଛନ୍ତି, ୧୯ ବର୍ଷ ଧରି ରାଜ୍ୟ ସରକାର ମଦମୃତ୍ୟୁ ନେଇ ପ୍ରାୟ ୧୦ରୁ ଉର୍ଦ୍ଧ୍ବ ତଦନ୍ତ କମିଶନ ବସେଇଛନ୍ତି ଏବଂ ଦୁଃଖର କଥା ହେଲା କମିଶନଙ୍କ ସୁପାରିଶକୁ କାର୍ଯ୍ୟକାରୀ କରିନାହାନ୍ତି ବରଂ ବିପୁଳ ରାଜସ୍ବ ନାଁରେ ମଦମୃତ୍ୟୁକୁ ପ୍ରଶୟ ଦେଉଛନ୍ତି । ଆହୁରି ମଧ୍ୟ ପୀଡିତମାନେ ଖୋଲାଖୋଲି ଭାବରେ ଏଥିପାଇଁ ସେ ଅଞ୍ଚଳର ସରପଞ୍ଚଙ୍କୁ ଦାୟୀକରିବା ସହ ଏଥିରେ ବିଜେଡିର ହାତ ଥିବା କହିଥିବା କଥା ଶ୍ରୀ ନାୟକ କହିଛନ୍ତି ।

ଭଦ୍ରକର ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦୌଲତପୁର ପଞ୍ଚାୟତରେ ନିର୍ବାଚନ ପୂର୍ବଦିନ ବିଷାକ୍ତ ମଦ ପିଇ ୧୦ ଜଣ ପ୍ରାଣ ହରାଇଥିବା ବେଳେ ୧୦୦ରୁ ଉର୍ଦ୍ଧ୍ବ ଅସୁସ୍ଥ ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details