ଓଡିଶା

odisha

ETV Bharat / state

ପ୍ରୋଟକଲ ଭାଙ୍ଗି ରାଜ୍ୟପାଳ କାହିଁକି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ: କଂଗ୍ରେସ

ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ କହିଛନ୍ତି, ‘‘ନୂଆ ରାଜ୍ୟପାଳ ରଘୁବର ଦାସ ପ୍ରୋଟକଲ ଭାଙ୍ଗିଛନ୍ତି । ପ୍ରୋଟକଲ ଭାଙ୍ଗି ରାଜ୍ୟପାଳ କାହିଁକି ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଗଲେ ? ଅଧିକ ପଢନ୍ତୁ

ପ୍ରୋଟକଲ ଭାଙ୍ଗି ରାଜ୍ୟପାଳ କାହିଁକି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ: କଂଗ୍ରେସ
ପ୍ରୋଟକଲ ଭାଙ୍ଗି ରାଜ୍ୟପାଳ କାହିଁକି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ: କଂଗ୍ରେସ

By ETV Bharat Odisha Team

Published : Nov 10, 2023, 4:24 PM IST

ପ୍ରୋଟକଲ ଭାଙ୍ଗି ରାଜ୍ୟପାଳ କାହିଁକି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ: କଂଗ୍ରେସ

ଭୁବନେଶ୍ବର: ରାଜ୍ୟପାଳ ରଘୁବର ଦାସ ପ୍ରୋଟକଲ ଭାଙ୍ଗିଛନ୍ତି । ପ୍ରୋଟକଲ ଭାଙ୍ଗି ରାଜ୍ୟପାଳ କାହିଁକି ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଗଲେ ? କେଉଁ ନିର୍ଦ୍ଦିଷ୍ଟ କାରଣ ପାଇଁ ନବୀନ ନିବାସ ଗଲେ ରାଜ୍ୟପାଳ ? ଦିଲ୍ଲୀରୁ ଆସିବା ପରେ ରାଜ୍ୟପାଳ ନବୀନ ନିବାସ ଯିବାର ରହସ୍ୟ କଣ ? ରାଜଭବନ ଏହାର ସ୍ପଷ୍ଟୀକରଣ ଦେଉ । ଗତକାଲି ନୂଆ ରାଜ୍ୟପାଳ ରଘୁବର ଦାସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାରୀ ବାସଭବନ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ । ଏହି ଭେଟଘାଟକୁ ନେଇ ଆଜି ପ୍ରଶ୍ନ ଉଠାଇବା ସହ ରାଜ୍ୟପାଳ ପ୍ରୋଟକଲ ଭାଙ୍ଗିଥିବା ଅଭିଯୋଗ ଆଣିଛି କଂଗ୍ରେସ ।

ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ କହିଛନ୍ତି, ‘‘ନୂଆ ରାଜ୍ୟପାଳ ରଘୁବର ଦାସ ପ୍ରୋଟକଲ ଭାଙ୍ଗିଛନ୍ତି । ପ୍ରୋଟକଲ ଭାଙ୍ଗି ରାଜ୍ୟପାଳ କାହିଁକି ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଗଲେ ? କେଉଁ ନିର୍ଦ୍ଦିଷ୍ଟ କାରଣ ପାଇଁ ନବୀନ ନିବାସ ଗଲେ ରାଜ୍ୟପାଳ ? ଦିଲ୍ଲୀରୁ ଆସିବା ପରେ ରାଜ୍ୟପାଳ ନବୀନ ନିବାସ ଯିବାର ରହସ୍ୟ କଣ ? ରାଜଭବନ ଏହାର ସ୍ପଷ୍ଟୀକରଣ ଦେଉ।’’

ଅଧିକ ପଢନ୍ତୁ- ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟପାଳଙ୍କ ସୌଜନ୍ୟମୂଳକ ସାକ୍ଷାତ, ଜଣାଇଲେ ଦୀପାବଳି ଶୁଭେଚ୍ଛା

ପଞ୍ଚାନନ କାନୁନଗୋ ଆହୁରି କହିଛନ୍ତି ନୂଆ ରାଜ୍ୟପାଳ ନୂଆଦିଲ୍ଲୀରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କରି ଓଡିଶା ଫେରିବା ପରେ ତୁରନ୍ତ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ କାହିଁକି ସାକ୍ଷାତ କଲେ ? କଣ ଆଲୋଚନା ହୋଇଛି । ପ୍ରଧାନମନ୍ତ୍ରୀଙ୍କ କେଉଁ ଗୁରୁତ୍ବପୂର୍ଣ୍ଣ ସନ୍ଦେଶ ଦେବାକୁ ଚାହୁଁଥିଲେ ରାଜ୍ୟପାଳ ? ରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଯିବା ଦ୍ବାରା ପ୍ରୋଟକଲ ଭଙ୍ଗ ହୋଇଛି । ରାଜ୍ୟପାଳ ଚାହିଁଥିଲେ ମୁଖ୍ୟମନ୍ତ୍ରୀଙ୍କୁ ରାଜଭବନ ଡକାଇ ପାରିଥାନ୍ତେ । ଏଭଳି କାହିଁକି କରାଗଲା । ଏହାକୁ ରାଜଭବନ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯିବା ଉଚିତ ।

ସେହିପରି ପଞ୍ଚାନନ କାନୁନଗୋ କହିଛନ୍ତି ରାଜ୍ୟପାଳ ତରବରିଆ ଭାବେ କାହିଁକି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ? ମୁଖ୍ୟମନ୍ତ୍ରୀ ଅସୁସ୍ଥ ଅଛନ୍ତି ? ନା ପ୍ରଧାନମନ୍ତ୍ରୀ ମୋଦିଙ୍କ ସନ୍ଦେଶ ଦେବାକୁ ଯାଇଥିଲେ ? ନା ଦିପାବଳୀ ଶୁଭେଚ୍ଛା ଦେବାକୁ ଯାଇଥିଲେ ।

ସୂଚନାଯୋଗ୍ୟ ଯେ, ଓଡିଶାର 26 ତମ ରାଜ୍ୟପାଳ ଭାବେ ଗତ 31 ତାରିଖ ଦିନ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ ଓଡିଶାର ରାଜ୍ୟପାଳ ଭାବେ ଶପଥ ନେଇଥିଲେ । ପରେ ଚଳିତ ମାସ ପ୍ରଥମ ସପ୍ତାହରେ ରାଜ୍ୟପାଳ ନୂଆଦିଲ୍ଲୀ ଗସ୍ତରେ ଯାଇ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ସାକ୍ଷାତ କରି ଆଲୋଚନା କରିଥିଲେ । ନୂଆଦିଲ୍ଲୀରୁ ଫେରିବା ପରେ ଗତକାଲି ସଂଧ୍ୟାରେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details