ଓଡିଶା

odisha

ETV Bharat / state

ଗାଁଉଲି ଲୋକଙ୍କୁ ଖବରର ଖୋରାକ ଦେବ ଗୋଷ୍ଠୀ ବେତାର କେନ୍ଦ୍ର

ଗାଁ ଗହଳିର ଲୋକଙ୍କ ପାଖରେ ପହଞ୍ଚିବ ପ୍ରତି ମୂହୁର୍ତ୍ତର ଟିକନିକ ଖବର। ଏନେଇ ଭୁବନେଶ୍ୱରରେ ଆରମ୍ଭ ହୋଇଯାଇଛି 5 ଦିନିଆ ତାଲିମ ଶିବିର। ଯେଉଁଥିରେ ତାଲିମ ନେଉଛନ୍ତି ବିଭିନ୍ନ ଗୋଷ୍ଠୀ ବେତାର କେନ୍ଦ୍ରର ଯୁବ ସାମ୍ବାଦିକ।

By

Published : Jun 24, 2019, 5:46 AM IST

ଫଟୋ ସୌଜନ୍ୟ: ପ୍ରତିନିଧି ଖୋର୍ଦ୍ଧା

ଖୋର୍ଦ୍ଧା : ଆଧୁନିକତାର କ୍ରେଜରେ ହଜି ଯିବନି ରେଡିଓର ଛାପ । ଗାଁ ଗହଳିର ଲୋକଙ୍କ ପାଖରେ ପହଞ୍ଚିବ ପ୍ରତି ମୂହୁର୍ତ୍ତର ଟିକନିକ ଖବର। ଏନେଇ ଭୁବନେଶ୍ୱରରେ ଆରମ୍ଭ ହୋଇଯାଇଛି 5 ଦିନିଆ ତାଲିମ ଶିବିର। ଯେଉଁଥିରେ ତାଲିମ ନେଉଛନ୍ତି ବିଭିନ୍ନ ଗୋଷ୍ଠୀ ବେତାର କେନ୍ଦ୍ରର ଯୁବ ସାମ୍ବାଦିକ।

ଭିଡିଓ ସୌଜନ୍ୟ: ପ୍ରତିନିଧି ଖୋର୍ଦ୍ଧା

ତେବେ ରେଡ଼ିଓ କେବଳ ମନୋରଞ୍ଜନର ଖୋରାକ ଯୋଗାଇଥାଏ ତାହା ନୁହେଁ ଖବର ପ୍ରସାରଣ ସହ ଅନେକ ସୂଚନା ପ୍ରଦାନ କରିଥାଏ । ଏଦିଗରେ ଲୋକାଭିମୁଖୀ ହୋଇଛି ଗୋଷ୍ଠୀ ବେତାର କେନ୍ଦ୍ର । ରେଡ଼ିଓ ପ୍ରତି ଯୁବବର୍ଗଙ୍କ ଆକର୍ଷଣ ବଢ଼ାଇବା ପାଇଁ ଆରମ୍ଭ ହୋଇଛି ଏହି ନିଆରା ପ୍ରୟାସ ।

ବିଭିନ୍ନ ଗାଁର ଲୋକଙ୍କ ପାଖରେ ଖବର ଓ ମନର କଥାକୁ ଲୋକଙ୍କ ପାଖରେ ପହଞ୍ଚିବ ତା ଉପରେ ତାଲିମ ଦିଆଯାଉଛି। ୟୁନିସେଫର ସହଯୋଗରେ ଏହି ତାଲିମ କେନ୍ଦ୍ରରେ 50 ରୁ ଊର୍ଦ୍ଧ୍ବ ଯୁବ ସାମ୍ବାଦିକ ତାଲିମ ନେଉଛନ୍ତି।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details