ଓଡିଶା

odisha

ETV Bharat / state

ବଢୁଛି ସାପ କାମୁଡା ଜନିତ ମୃତ୍ୟୁ, OSDMA ନିର୍ଦ୍ଦେଶକଙ୍କ ନେତୃତ୍ବରେ ଉଚ୍ଚସ୍ତରୀୟ କମିଟି ଗଠନ

ଚିନ୍ତା ବଢ଼ାଇଲା ସାପ କାମୁଡା ଜନିତ ମୃତ୍ୟୁ, ଉଚ୍ଚ ସ୍ତରୀୟ କମିଟି ଗଢ଼ିଲା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ । ଅଧିକ ପଢନ୍ତୁ

By

Published : Nov 18, 2022, 3:01 PM IST

ବଢୁଛି ସାପ କାମୁଡା ଜନିତ ମୃତ୍ୟୁ
ବଢୁଛି ସାପ କାମୁଡା ଜନିତ ମୃତ୍ୟୁ

ଭୁବନେଶ୍ବର:ରାଜ୍ୟରେ ଚିନ୍ତା ବଢାଇଲା ସାପ କାମୁଡା ଜନିତ ମୃତ୍ୟୁ ସଂଖ୍ୟା(snake bites kill more people in odisha )। ଏନେଇ ଉଚ୍ଚସ୍ତରୀୟ କମିଟି ଗଠନ କଲା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ(Disaster Management Authority)। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ସହ AIIMS ନିର୍ଦ୍ଦେଶକ, SCB ପ୍ରତିନିଧି, ଜୁଲୋଜିକାଲ ସର୍ଭେ ଅଫ ଇଣ୍ଡିଆର ବୈଜ୍ଞାନିକ, ବିଶ୍ବବ୍ୟାଙ୍କ ପ୍ରତିନିଧି, ସ୍ନେକ ହେଲ୍ପ ଲାଇନ ମୁଖ୍ୟ ଶୁଭେନ୍ଦୁ ମଲ୍ଲିକଙ୍କ ସମେତ ୬ ଜଣ ସଦସ୍ୟ ଏହି କମିଟିରେ ରହିଛନ୍ତି । ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷର CGM ହେଉଛନ୍ତି କମିଟିର ଆବାହକ ।

ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଅଧିକ ସାପ କାମୁଡ଼ାର ଶିକାର ହେଉଛନ୍ତି । ସାପ କାମୁଡାରେ ଭୟଭୀତ ହୋଇ ହୃଦଘାତରେ ଜୀବନ ହାରୁଛନ୍ତି ୩୦ ପ୍ରତିଶତ ଲୋକ।ଫଳରେ ଓଡ଼ିଶାରେ ସାପ କାମୁଡ଼ା ମୃତ୍ୟୁ ସଂଖ୍ୟା ସବୁଠାରୁ ଆଗରେ ରହିଛି । ଏଥିଲାଗି ଏକ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଯାହାର ଉଦ୍ଦେଶ୍ୟ ଲୋକଙ୍କୁ ସଚେତନ କରିବା ସହ ସ୍ବାସ୍ଥ୍ୟକର୍ମୀଙ୍କୁ ଏନେଇ ଟ୍ରେନିଂ ଦେବା ଓ ଆଣ୍ଟି ସ୍ନେକ ଭେନମ ମହଜୁଦ ରଖିବା ନେଇ ଗୁରୁତ୍ବ ଦିଆଯିବା ବୋଲି ସୂଚନା ଦେଇଛନ୍ତି ଜନ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

ଏହା ମଧ୍ୟ ପଢନ୍ତୁ-ଫିଲ୍ମରେ କାମ ଦେବା ନାଁରେ ଠକେଇ, ଯୁବକଙ୍କଠୁ ଲୁଟିଲେ ୭୭ ହଜାର

ସୂଚନା ଅନୁଯାୟୀ, ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ଓଡ଼ିଶା ଏବେ ଆନ୍ତର୍ଜାତିକ ସ୍ତରରେ ସ୍ବୀକୃତି ହାସଲ କରିଛି । ପ୍ରତି ବର୍ଷ ରାଜ୍ୟର ବିଭିନ୍ନ ସ୍ଥାନରୁ ୭୦୦ ରୁ ଅଧିକ ଲୋକ ସାପ କାମୁଡ଼ାରେ ପ୍ରାଣ ହରାଇଛନ୍ତି । ଯାହା ଏବେ ଚିନ୍ତାର ବିଷୟ ପାଲଟିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details