ଭୁବନେଶ୍ବର:କମିଶନରେଟ ପୋଲିସର ଜେଲ ପରେଡ ଅଭିଯାନ। ଝାରପଡ଼ା ସ୍ବତନ୍ତ୍ର ଜେଲରେ ଦୀର୍ଘ ୬ମାସ ପରେ ପରେଡ କରିଛି ପୋଲିସ । ଏନେଇ ଅତିରିକ୍ତ ଡିସିପିଙ୍କ ନେତୃତ୍ବରେ ୬୦ରୁ ଊର୍ଦ୍ଧ୍ବ ପୋଲିସ ଅଫିସର ପହଞ୍ଚି ଅପରାଧୀଙ୍କୁ ଚିହ୍ନଟ କରିଛନ୍ତି । କମିଶନରେଟରେ ନୁଆ ୩୦ରୁ ଏସଆଇ ଯୋଗ ଦେଇ ନିକଟ ଅତୀତରେ ଗିରଫ ହୋଇଥିବା ଅପରାଧୀମାନଙ୍କୁ ଚିହ୍ନଟ କରିଛନ୍ତି । ଏହି ଅଭିଯାନ ମାଧ୍ୟମରେ କ୍ରାଇମ କ୍ରିମିନାଲ ଟ୍ରାକ୍ ପାଇଁ ନୂଆ ରଣନୀତି ଆରମ୍ଭ କରିଛି କମିଶନରେଟ ପୋଲିସ ।
ରାଜଧାନୀ ଭୁବନେଶ୍ବରରେ ବିଭିନ ଅପରାଧ ଘଟାଇ ନିକଟରେ ଜେଲ୍କୁ ଆସିଥିବା ଅପରାଧୀଙ୍କ ସମ୍ପର୍କରେ ଛାନଭିନ କରିଛନ୍ତି କମିଶନରେଟ ପୋଲିସ ଅଧିକାରୀ । ଯେହେତୁ କମିଶନରେଟରେ ନୂଆ ୩୦ ଏସଆଇ ଯୋଗଦେଇଛନ୍ତି ସେମାନେ ନିକଟ ଅତୀତରେ ଗିରଫ ହୋଇଥିବା କ୍ରାଇମ୍ କ୍ରିମିନାଲ ସମ୍ପର୍କରେ ଅବଗତ ନାହାଁନ୍ତି । ତେଣୁ ଜେଲ୍ ମାନୁଆଲ ଅନୁସାରେ କମିଶନରେଟ ପୋଲିସରେ ଯୋଗଦେଇଥିବା ନୂଆ ଏସଆଇ ଓ ପୁରୁଣା ଏସଆଇଙ୍କଠୁ ଏହି ଅପରାଧୀଙ୍କ ସମ୍ପର୍କରେ ବୁଝିଛନ୍ତି ।
ପ୍ରାୟ ଏକାଧିକ ଥାନାର ନୂଆ ଇନସ୍ପେକ୍ଟରମାନେ ଜେଲ ଭିତରେ ଅପରାଧୀ ସମ୍ପର୍କରେ ଜାଣିଛନ୍ତି। ସେମାନଙ୍କର ଅପରାଧିକ ରେକର୍ଡ ସମ୍ପର୍କରେ ସାଥୀ ଅଫିସରଙ୍କଠୁ ବୁଝିଛନ୍ତି । କିଏ କେଉଁ କେସରେ ଆସିଛନ୍ତି ? କେତେ ଦିନ ବ୍ୟବଧାନରେ କିଏ ଜେଲକୁ ଆସିଛି ? କେତେଜଣ ପେଶାଗତ ଅପରାଧି ରହିଛନ୍ତି ? ରାଜ୍ୟ ବାହାରର ଅପରାଧୀ କେଉଁମାନେ ରହିଛନ୍ତି ? ସେମାନଙ୍କ ମଧ୍ୟରେ କେଉଁମାନେ କେଉଁ ପ୍ରକାରର ଅପରାଧରେ ଜେଲ୍ ଭିତରକୁ ଯାଇଛନ୍ତି ? ଏମାନଙ୍କ ଭିତରେ ହାର୍ଡକୋର କ୍ରିମିନାଲ କିଏ ? ଦାଗୀ ବା କେଉଁ ଅପରାଧୀଙ୍କ ନେଟୱର୍କ ବାହାରେ ରହିଛି ? କେଉଁ ଅଞ୍ଚଳର ସେମାନେ ସକ୍ରିୟ ଥାନ୍ତି ଏ ସମସ୍ତ ଦିଗକୁ ନେଇ ଜେଲରେ ଥିବା ଚୋରି ଡକାୟତି ଛିନତାଇ ଓ ରାହାଜାନୀ ଗଣ୍ଡଗୋଳକାରୀ ଓ ପେସାଦାର ଅପରାଧୀଙ୍କ ସମ୍ପର୍କରେ ଏକ ପୋଲିସ ମାନସ ମନ୍ଥନ କରିଛି ।