ଓଡିଶା

odisha

By ETV Bharat Odisha Team

Published : Sep 12, 2023, 10:08 PM IST

ETV Bharat / state

ଆଉ ଜଣେ ଅର୍ଚ୍ଚନା ନାଗ ! ସମ୍ଭ୍ରାନ୍ତ ଘରର ଲୋକଙ୍କୁ ଫସାଉଥିଲେ, ଇରାନି ଗ୍ୟାଙ୍ଗକୁ କରୁଥିଲେ ଅପରେଟ

ଆଉ ଜଣେ ଅର୍ଚ୍ଚନା ନାଗ । ଡାକ୍ତର, ଇଞ୍ଜିନିୟର, ଛାତ୍ରଙ୍କୁ ଫସାଇବାକୁ କରୁଥିଲା ଚକ୍ରାନ୍ତ। ମହିଳାଙ୍କ ସହ ମୋଟ ୪ ଜଣଙ୍କୁ ଗିରଫ କଲା କମିଶନରେଟ ପୋଲିସ । ଅଧିକ ପଢନ୍ତୁ

Etv Bharat
Etv Bharat

ସମ୍ଭ୍ରାନ୍ତ ଘରର ଲୋକଙ୍କୁ ଫସାଉଥିଲେ, ଇରାନି ଗ୍ୟାଙ୍ଗକୁ କରୁଥିଲେ ଅପରେଟ

ଭୁବନେଶ୍ବର: ଅର୍ଚ୍ଚନା ନାଗ ଭଳି ଆଉ ଜଣେ ଲେଡି ବ୍ଲାକମେଲର । ସମ୍ଭ୍ରାନ୍ତ ଘରର ଲୋକଙ୍କୁ ଫସାଇବାକୁ ନିଇତି ରଚୁଥିଲା ପ୍ଲାନ୍। ଡାକ୍ତର, ଇଞ୍ଜିନିୟର, ଛାତ୍ରଙ୍କୁ ଫସାଇବାକୁ କରୁଥିଲା ଚକ୍ରାନ୍ତ। ସ୍ବାମୀ ଓ ସହଯୋଗୀ ଜରିଆରେ ବ୍ଲାକମେଲ ଓ ଦାଦାବଟି ଆଦାୟ କରୁଥିଲେ ଏପରି ଏକ ଗ୍ୟାଙ୍ଗ । ଯାହାକୁ ଅପରେଟ କରୁଥିଲା ଜଣେ ଲେଡି ମାଷ୍ଟରମାଇଣ୍ଡ। ଯାଜପୁର ଜଣେ ଡାକ୍ତରକୁ ବନ୍ଧକ ରଖି ୧୦ ଲକ୍ଷ ଦାଦାବଟି ମାମଲାରେ ଏହି ଲେଡି ବ୍ଲାକମେଲର ଇରାନି ପାତ୍ରକୁ ଗିରଫ କରିଛି କମିସନରେଟ ପୋଲିସ ।

ଏହି ମହିଳାଙ୍କ ସହ ଆଉ ଦୁଇ ସହଯୋଗୀଙ୍କ ସହ ମୋଟ ୪ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି କମିସନରେଟ ପୋଲିସ । ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଏସିପି ଜୋନ ୩ ପ୍ରଦୀପ କୁମାର‌ ରାଉତ। ସେ କହିଛନ୍ତି, " ଏମାନେ ଏପରି ସମ୍ଭ୍ରାନ୍ତ ଲୋକଙ୍କୁ ଫସାଇବାକୁ ଏପରି ଗ୍ୟାଙ୍ଗ ଅପରେଟ କରୁଥିଲେ । ଆଉ ନିଜ ମାୟାବିନୀର ମାୟାଜାଲରେ ଫସାଇ ଘରକୁ ଡକାଇ ପ୍ରଥମେ ବନ୍ଧକ ରଖିବା ପରେ ମାରଣାସ୍ତ୍ର ଦେଖାଇ ଭୟ କରାଇବା ପରେ ଲୋକ ଲଜ୍ଜାର ଭୟ ଦେଖାଇ ବ୍ଲାକମେଲ କରି ଏଭଳି ଟଙ୍କା ଆଦାୟ କରୁଥିବା ଇରାନି ଗ୍ୟାଙ୍ଗକୁ ଗିରଫ କରାଯାଇଛି ।"

ଏହା ବି ପଢନ୍ତୁ- BJP launched Dharna: ମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ କର, ଅର୍ଚ୍ଚନା ଲିଙ୍କ୍‌ରେ ବଡପଣ୍ଡାଙ୍କୁ ଧର

ଏନେଇ ଖଣ୍ଡଗିରି ଥାନାରେ ଗତ ସେପ୍ଟେମ୍ବର ୮ ତାରିଖରେ ଜଣେ ଡାକ୍ତର ଅଭିଯୋଗ କରିଥିଲେ । ଅଭିଯୋଗ ମୁତାବକ ଗିରଫ ଇରାନି ପାତ୍ର ତାଙ୍କୁ ତମାଣ୍ଡୋ ଥାନା ଅଞ୍ଚଳକୁ ଦେହ ଖରାପ ଥିବା କହି ଡକାଇଥିଲେ । ପୂର୍ବରୁ ମହିଳା ଜଣକ କୋଭିଡ ସମୟରେ ଡାକ୍ତରଙ୍କୁ ସହଯୋଗ କରୁଥିଲେ । ତେଣୁ ମହିଳା ସମସ୍ୟାରେ ପଡ଼ିବା ଭାବି ଡାକ୍ତର ତୁରନ୍ତ ନାରୋଗଦାରେ ପହଞ୍ଚିଥିଲେ । ହେଲେ ସେ ପହଞ୍ଚିବା କ୍ଷଣି ମହିଳା ଜଣକ ତାଙ୍କ ଘରେ ଡାକ୍ତରଙ୍କୁ ତୁରନ୍ତ ବନ୍ଧକ କରିଥିଲେ । ପରେ ତାଙ୍କୁ ଧମକ ଚମକ ଦେଇ ତାଙ୍କୁ ମିଛ କେସ ଦେଇ ଫସାଇଦେବାର ଧମକ ଦେଇଥିଲେ।

ଏପରିକି ୨୫ଲକ୍ଷ ନ ଦେଲେ ମିଡିଆ ଡାକି ତାଙ୍କୁ ଫସାଇଦେବାକୁ ଧମକାଇଥିଲେ । ଡାକ୍ତର ଜଣକ ଲୋକଲଜ୍ଜା ଭୟରେ ୧୦ଲକ୍ଷ ଟଙ୍କା ଦେବାକୁ ରାଜି ହୋଇଥିଲେ । ଏପରିକି ବନ୍ଧକ ରଖିଥିବା ମହିଳା ଓ ତାଙ୍କ ସ୍ବାମୀ ଓ ସହଯୋଗି ମିଶି ତାଙ୍କର ମୋବାଇଲରୁ ୟୁପିଆଇ ଜରିଆରେ ୧ଲକ୍ଷ ଟଙ୍କା ନେବା ସହ ତୁରନ୍ତ ତାଙ୍କର ବାକି ୯ ଲକ୍ଷ ଟଙ୍କାର ଚେକ୍ ନେଇଯାଇଥିଲେ । ପରେ ଡାକ୍ତରଙ୍କୁ ଛାଡ଼ିବା ପରେ ଏନେଇ ସେ ପୋଲିସର ଦ୍ବାରସ୍ଥ‌ ହୋଇଥିଲେ । ଘଟଣାର ତଦନ୍ତ କରି ପୋଲିସ ଇରାନି ପାତ୍ର ସହ ସ୍ବାମୀ ନିଶିକାନ୍ତ ପାତ୍ର ଓ ୨ ସହଯୋଗୀ ମନୋରଞ୍ଜନହପ୍ରଧାନ ଓ ଶକ୍ତିକାନ୍ତ ହରିଚନ୍ଦନକୁ ଗିରଫ କରିଛି ।

ଏହା ବି ପଢନ୍ତୁ- ପୋଲିସ ପାଖରେ ବିଧାୟକଙ୍କ କାରନାମା, ୨୦୨୪ ପୂର୍ବରୁ ନେତାଙ୍କୁ ତାଗିଦ ପାଇଁ ଅର୍ଚ୍ଚନା ବାହାନା !

ଏହା ସହହ ସେମାନଙ୍କଠାରୁ ୩୦ ହଜାର‌ଟଙ୍କା, ମୋବାଇଲ ଓ ଛୁରୀ ଜବତ କରାଯାଇଛି । ଏନେଇ ଏସିପି ସୂଚନା ଦେଇ କହିଛନ୍ତି, " ସେମାନେ କେବଳ ଏଇ ଗୋଟିଏ ଘଟଣା ନୁହେଁ ଏକ ଘରୋଇ ବିଶ୍ବବିଦ୍ୟାଳୟର ପିଏଚଡ଼ି ଛାତ୍ର ସହ ଜଣେ ବ୍ୟବସାୟୀଙ୍କୁ ମଧ୍ୟ ଏପରି ଫସାଇଥିଲେ । ବ୍ଲାକମେଲ କରି ଟଙ୍କା ଆଦାୟ କରିଛନ୍ତି । ଏମାନଙ୍କ ସହ ଧରାପଡ଼ିଥିବା ୨ ସହଯୋଗୀ ଏକ ହତ୍ୟା ମାମଲାରେ ଥିବା ମଧ୍ୟ ପୋଲିସ ସୁରାକ ପାଇଛି । ସେମାନଙ୍କୁ ରିମାଣ୍ଡରେ ଆଣିଲେ ଅଧିକ ସୁରାକ ମିଳିପାରିବ ।" ସୂଚନା ଥାଉ କି ପୂର୍ବରୁ ମଧ୍ୟ ଜଣେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଗିରଫ ହୋଇଥିଲେ । ଯିଏକି ଏହିପରି ବଡ଼ ବଡ଼ିଆଙ୍କୁ ଫସାଉଥିବାର ଅଭିଯୋଗ ହୋଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details