ଭୁବନେଶ୍ବର:ରାଜ୍ୟରେ ଜାରି ରହିଛି ଶୀତ ଲହରୀ । କିଛି ଦିନର ବ୍ୟବଧାନ ପରେ ପୁଣି ରାଜ୍ୟରେ ଶୀତର ପ୍ରକୋପ ବଢିଛି । ଚଳିତ ଶୀତ ଋତୁରେ ୫ ଡିଗ୍ରୀ ରାତି ତାପମାତ୍ରା ସହ ପ୍ରଥମ ଥର ପାଇଁ ଜି.ଉଦୟଗିରିରେ ସବୁଠାରୁ ଅଧିକ ଥଣ୍ଡା ଅନୁଭୁତ ହୋଇଛି । ସେହିପରି ସମତଳ ଅଞ୍ଚଳ କେନ୍ଦୁଝରରେ 7.6 ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି ।
ଗତ ୨୪ ଘଣ୍ଟାରେ ରାଜ୍ୟର ତାପମାତ୍ର ଶୁଖିଲା ରହିଛି । ଉତ୍ତରା ବାୟୁ ପ୍ରବାହରୁ ତାପମାତ୍ରା କମ୍ ରହୁଛି । ଏହାକୁ ନେଇ ଦକ୍ଷିଣ ଓଡି଼ଶା ସମେତ ଉତ୍ତର ଓଡ଼ିଶାରେ ହାଲୁକା ଓ ମଧ୍ୟମ କୁହୁଡିର ଦୃଶ୍ୟମାନ ହେଉଥିବା ବେଳେ ଶୀତର ପ୍ରକୋପ ମଧ୍ୟ ରହୁଛି । ସେହିପରି ଉତ୍ତର ଅଭ୍ୟନ୍ତରୀଣ ଓଡ଼ିଶାରେ କେତକ ସ୍ଥାନରେ ସ୍ବାଭାବିକ ତାପମାତ୍ରାଠାରୁ ୩ରୁ ୪ ଡ଼ିଗ୍ରୀ ଯାଏଁ ରାତ୍ରି ତାପମାତ୍ରା କମ୍ ରେକର୍ଡ ହୋଇଛି ।
ତେବେ ରାଜ୍ୟର ୫ଟି ଜିଲ୍ଲାରେ ସ୍ବଭାବିକଠାରୁ ରାତ୍ରିର ତାପମାତ୍ରା କମ ରେକର୍ଡ କରାଯାଇଛି । ବର୍ତ୍ତମାନ ରାଜ୍ୟ ଉପରେ କୌଣସି ନିର୍ଦ୍ଦିଷ୍ଟ ପାଣିପାଗ ନିୟାମକର ପ୍ରଭାବ ନଥିବାରୁ ଆଗାମୀ ଦିନରେ ଏଭଳି ପାଗ ଜାରି ରହିବା ସହ ୪ରୁ ୫ ଦିନ ଭିତରେ ରାତିର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ କହିଛି ପାଣିପାଗ ବିଭାଗ ।