ଓଡିଶା

odisha

ETV Bharat / state

Naveen Patnaik Japan Tours: ନିପ୍ପନ ଷ୍ଟିଲ କର୍ପୋରେସନ ବୁଲି ଦେଖିଲେ - ନିପ୍ପନ ଷ୍ଟିଲ କର୍ପୋରେସନ ଅଧ୍ୟକ୍ଷ ଇଜି ହାସିମୋଟା

ଜାପାନ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ପୂର୍ବରୁ ନିପ୍ପନ ଷ୍ଟିଲ କର୍ପୋରେସନ ଅଧ୍ୟକ୍ଷ ଇଜି ହାସିମୋଟାଙ୍କୁ ସାକ୍ଷାତ କରିଛନ୍ତି । ଓଡ଼ିଶାରେ ବଡ଼ ଧରଣର ପୁଞ୍ଜିନିବେଶ କରିବ ନିପ୍ପନ ଷ୍ଟିଲ । ନିପ୍ପନ ସହଯୋଗରେ କେନ୍ଦ୍ରାପଡା ଓ ଜଗତସିଂହପୁରରେ ପ୍ରତିଷ୍ଠା 30 ମେଟ୍ରିକ ଟନ ଉତ୍ପାଦନ କ୍ଷମତା ରଖୁଥିବା ଷ୍ଟିଲ ପ୍ଲାଣ୍ଟ । ଅଧିକ ପଢନ୍ତୁ

ନିପ୍ପନ ଷ୍ଟିଲ କର୍ପୋରେସନ ବୁଲି ଦେଖିଲେ
ନିପ୍ପନ ଷ୍ଟିଲ କର୍ପୋରେସନ ବୁଲି ଦେଖିଲେ

By

Published : Apr 6, 2023, 6:51 PM IST

ଭୁବନେଶ୍ବର:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଜାପାନରେ ନିପ୍ପନ ଷ୍ଟିଲ କର୍ପୋରେସନ ବୁଲି ଦେଖିଛନ୍ତି । ସେ ନିପ୍ପନ ଷ୍ଟିଲ କର୍ପୋରେସନର ଆଇଡି ସେଣ୍ଟର ପରିଦର୍ଶନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ଟିମ ଓଡିଶାର ପ୍ରତିନିଧି ଦଳ ମଧ୍ୟ ନିପ୍ପନ ଷ୍ଟିଲ ବୁଲି ଦେଖିଛନ୍ତି । ଏହା ପରେ ଏକ ଭିଡିଓ ବାର୍ତ୍ତାରେ ନବୀନ ପଟ୍ଟନାୟକ ନିଜେ ଏ ବିଷୟରେ ସୂଚନା ଦେଇଛନ୍ତି ।

ନିପ୍ପନ ଷ୍ଟିଲ କର୍ପୋରେସନ ବୁଲି ଦେଖିଲେ

ଜାପାନ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ପୂର୍ବରୁ ନିପ୍ପନ ଷ୍ଟିଲ କର୍ପୋରେସନ ଅଧ୍ୟକ୍ଷ ଇଜି ହାସିମୋଟାଙ୍କୁ ସାକ୍ଷାତ କରିଛନ୍ତି । ଓଡ଼ିଶାରେ ବଡ଼ ଧରଣର ପୁଞ୍ଜିନିବେଶ କରିବ ନିପ୍ପନ ଷ୍ଟିଲ । ନିପ୍ପନ ସହଯୋଗରେ କେନ୍ଦ୍ରାପଡା ଓ ଜଗତସିଂହପୁରରେ ପ୍ରତିଷ୍ଠା 30 ମେଟ୍ରିକ ଟନ ଉତ୍ପାଦନ କ୍ଷମତା ରଖୁଥିବା ଷ୍ଟିଲ ପ୍ଲାଣ୍ଟ । ଗତକାଲି ଟୋକିଓରେ ହୋଇଥିବା ଓଡ଼ିଶା ବିଜିନେସ ମିଟରେ ଜାପାନ ପୁଞ୍ଜିପତିଙ୍କୁ ଓଡ଼ିଶାରେ ନିବେଶ କରବା ପାଇଁ ଆହ୍ୱାନ ଦେବା ପରେ ମୁଖ୍ୟମନ୍ତ୍ରୀ ଆଜି ନିପ୍ପନ ଷ୍ଟିଲ କର୍ପୋରେସନ ବୁଲି ଦେଖିଛନ୍ତି ।

ନିପ୍ପନ ଷ୍ଟିଲ କର୍ପୋରେସନ ବୁଲି ଦେଖିଲେ

ଏହାବି ପଢନ୍ତୁ- ଲୋକସେବକଙ୍କୁ ଏ କି ପ୍ରକାର ସମ୍ମାନ ? ବାରମ୍ୱାର ପ୍ରତିମୂର୍ତ୍ତି ନିର୍ମାଣରେ ତୃଟି କରୁଛି ଜିଲ୍ଲା ପ୍ରଶାସନ

5ଟି ସଚିବ ଭିକେ ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କ ସହିତ ଏକ ଭିଡିଓ ବାର୍ତ୍ତାଳାପ ଇନଷ୍ଟାରେ ସେୟାର କରିଛନ୍ତି । ଭିଡି଼ଓରେ ମୁଖ୍ୟମନ୍ତ୍ରୀ କହିଛନ୍ତି, "ଟୋକିଓ ସ୍ଥିତ ନିପ୍ପନ ଷ୍ଟିଲ ପ୍ଲାଣ୍ଟ ବୁଲି ଦେଖିଲି । ସେମାନଙ୍କ ପରିବେଶ ଉପଯୋଗୀ ପଦକ୍ଷେପ ଦେଖି ବହୁତ ଖୁସି ହେଲି । ଗ୍ରୀନ ଟେକ୍ନୋଲୋଜି ଉପଯୋଗରେ ଷ୍ଟିଲ ଉତ୍ପାଦନରେ ସେମାନେ ଉଲ୍ଲେଖନୀୟ କାର୍ଯ୍ୟ କରୁଛନ୍ତି । ସେମାନଙ୍କ ସହଯୋଗରେ କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ହେବାକୁ ଯାଉଛି ଷ୍ଟିଲ ପ୍ଲାଣ୍ଟ । ଏ ନେଇ ମୁଁ ବହୁତ ଆଶାବାଦୀ । ପ୍ଲାଣ୍ଟ ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ଓ ଟିମ ଓଡିଶା ମେଟାଲ ଆଇଟି, ପର୍ଯ୍ୟଟନ, ଆଲୁମିନିୟମ, ଟେକ୍ସଟାଇଲ, ଖାଦ୍ୟ ପ୍ରକିୟାକରଣ ଏବଂ ଗ୍ରୀନ ହାଇଡ୍ରାଜେନ କ୍ଷେତ୍ର ହବ ବୁଲି ଦେଖିଛନ୍ତି ।"

ନିପ୍ପନ ଷ୍ଟିଲ କର୍ପୋରେସନ ବୁଲି ଦେଖିଲେ

ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟର ବରିଷ୍ଠ ପ୍ରତିନିଧିମଣ୍ଡଳ ନିପ୍ପନ ଷ୍ଟିଲ ପରିଦର୍ଶନ କରିଥିଲେ । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡାରେ ପ୍ରତିଷ୍ଠା ହେବ ଷ୍ଟିଲ ପ୍ଲାଣ୍ଟ । ଆର୍ସେଲର ମିତ୍ତଲ ଓ ନିପ୍ପନ ଷ୍ଟିଲ ପୁଞ୍ଜି ନିବେଶ କରିବେ । 1 ଲକ୍ଷ କୋଟି ଟଙ୍କାରୁ ଉର୍ଦ୍ଧ୍ବ ପୁଞ୍ଜି ନିବେଶ ଦ୍ବାରା ବାର୍ଷିକ 30 ମେଟ୍ରିକ ଟନ ଉତ୍ପାଦନ କ୍ଷମତା ରଖୁଥିବା ଏହି ପ୍ଲାଣ୍ଟ ପ୍ରତିଷ୍ଠା ହେବ । ଏହି ପ୍ଲାଣ୍ଟରେ 16 ହଜାରରୁ ଉର୍ଦ୍ଧ୍ବ ପ୍ରତ୍ୟକ୍ଷ ତଥା ପରୋକ୍ଷ ନିଯୁକ୍ତି ସୃଷ୍ଟି ହେବ । ପ୍ରତିଷ୍ଠା ପରେ ଏହି ପ୍ରକଳ୍ପଟି ସମଗ୍ର ଦେଶରେ ସର୍ବବୃହତ ଇସ୍ପାତ କାରଖାନାର ମାନ୍ୟତା ହାସଲ କରିବ ।

ଉକ୍ତ ପ୍ରକଳ୍ପକୁ ବିଶ୍ୱର ସବୁଠାରୁ ବଡ଼ ଷ୍ଟିଲ ୟୁନିଟ କରିବା ଲାଗି ଦୃଢ଼ ଇଚ୍ଛା ଥିବା କହିଥିଲେ ନିପ୍ପନ ଷ୍ଟିଲ ମୁଖ୍ୟ ଏଇଜି ହାସିମୋତୋ । ମଙ୍ଗଳବାର ନିପ୍ପନ ଷ୍ଟିଲ ପ୍ରେସିଡେଣ୍ଟ ସହ ମୁଖ୍ୟମନ୍ତ୍ରୀଙ୍କ ବୈଠକ ହୋଇଥିଲା । ବୈଠକରେ ଜାପାନ ଓ ଓଡ଼ିଶା ସରକାରଙ୍କ ସହଯୋଗରେ ଶିଳ୍ପ ପ୍ରତିଷ୍ଠା ନେଇ ଆଲୋଚନା ହୋଇଥିଲା । ଏହାର 2 ଦିନ ପରେ ଅର୍ଥାତ ଆଜି ମୁଖ୍ୟମନ୍ତ୍ରୀ ପ୍ଲାଣ୍ଟ ପରିଦର୍ଶନରେ ଯାଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହିତ ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ପୁରୀ ସାଂସଦ ପିନାକୀ ମିଶ୍ର, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭିନିଲ କ୍ରୀଷ୍ଣା ପ୍ରମୁଖ ପରିଦର୍ଶନ କରିଛନ୍ତି । ନିପ୍ପନ ଓଡ଼ିଶାରେ ବୃହତ୍ତମ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠାର ଲକ୍ଷ୍ୟ ରଖିଛି । ଯାହାର ବାର୍ଷିକ ଉତ୍ପାଦନ କ୍ଷମତା 30 ମିଲିୟନ ଟନ ରହିବ । ବର୍ତ୍ତମାନ ବିଶ୍ୱରେ ସର୍ବାଧିକ ବାର୍ଷିକ ଉତ୍ପାଦନ 20 ମିଲିୟନ ଟନ ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details