ଓଡିଶା

odisha

ETV Bharat / state

CM to Review Covid Situation: ମୁଣ୍ଡ ଟେକୁଛି ସଂକ୍ରମଣ, ଆଜି ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ - ବଢୁଛି କୋଭିଡ଼ ସଂକ୍ରମଣ

ବଢୁଛି କୋଭିଡ଼ ସଂକ୍ରମଣ । ଏନେଇ ଆସନ୍ତାକାଲି ଅପରାହ୍ନରେ କୋଭିଡ୍ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ସମୀକ୍ଷା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ

CM to Review Covid Situation
CM to Review Covid Situation

By

Published : Dec 26, 2022, 11:25 AM IST

Updated : Dec 27, 2022, 8:00 AM IST

ବିଜୟ ମହାପାତ୍ର

ଭୁବନେଶ୍ବର: କିଛି ଦିନର ବ୍ୟବଧାନ ପରେ ପୁଣି ମୁଣ୍ଡ ଟେକିଛି କୋରୋନା ମହାମାରୀ । ରାଜ୍ୟରେ ଚୀନ ଭାରିଆଣ୍ଟ ଚିହ୍ନଟ ପରେ ସ୍ବାସ୍ଥ୍ୟ ବିଭାଗର ତତ୍ପରତା ବଢିଛି । ଏନେଇ ଆଗୁଆ ସତର୍କ ହୋଇଛନ୍ତି ରାଜ୍ୟ ସରକାର । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି(ମଙ୍ଗଳବାର) ଅପାରାହ୍ନରେ କୋଭିଡ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ଏହି ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସମେତ ସ୍ୱାସ୍ଥ୍ୟ ମନ୍ତ୍ରୀ, ସ୍ଵାସ୍ଥ୍ୟ ସଚିବ, ସମସ୍ତ ଜିଲ୍ଲାର ସିଡିଏମଓ ଏବଂ ମେଡ଼ିକାଲ୍ କଲେଜ ଅଧିକ୍ଷକ ଉପସ୍ଥିତ ରହିବେ ।

ଆଗାମୀ ଦିନ ପାଇଁ କୋଭିଡ ମୁକାବିଲା ରଣନୀତି ପ୍ରସ୍ତୁତ କରିବେ ମୁଖ୍ୟମନ୍ତ୍ରୀ । ଏନେଇ ସ୍ୱାସ୍ଥ୍ୟ ବିଭାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବିଭିନ୍ନ ଦେଶରେ କୋଭିଡ ସଂଖ୍ୟା ବଢୁଛି । ତେଣୁ ଏନେଇ ରାଜ୍ୟରେ ପ୍ରସ୍ତୁତି ଆରମ୍ଭ ହୋଇଛି । ସମସ୍ତ ଜିଲ୍ଲାରେ ଆସନ୍ତାକାଲି ମକଡ୍ରିଲ୍ ଆରମ୍ଭ କରାଯିବ । ଷ୍ଟାଫ୍ କେତେ ଅଛନ୍ତି, ମେଡିକାଲରେ ବେଡ଼ କେତେ ରହିଛି, ଅକ୍ସିଜେନର ପରିମାଣ କେତେ ରହିଛି, ଔଷଧ କେତେ ପରିମାଣରେ ମହଜୁଦ ରହିଛି ତାହା ଉପରେ ଗୁରୁତ୍ୱ ଦିଆଯିବ । ଏହାସହ ମେଡିକାଲ କଲେଜ ଓ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରରେ ବେଡ଼ ଅକ୍ସିଜେନ ଥିବା ବେଡ଼ ଏବଂ ଆଇସିୟୁ ଥିବା ବେଡ଼ ସ୍ଵତନ୍ତ୍ର ଭାବରେ ଗଚ୍ଛିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ: Covid Scare: ଆଜି ସମୀକ୍ଷା ବୈଠକ କରିବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ

ଏନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି, "ହକି ବିଶ୍ଵକପ ଆସନ୍ତା ଜାନୁଆରୀ ୧୩ରୁ ଆରମ୍ଭ ହେବ । ସେହି ସମୟରେ କୋଭିଡର ପରିସ୍ଥିତିକୁ ଦେଖି ସମସ୍ତ ବ୍ୟବସ୍ଥା କରାଯିବ । ତେଣୁ ଆଗୁଆ ଆକଳନ କରି କିଛି ନିଷ୍ପତ୍ତି ନେବା ଭୁଲ ହେବ । ହକି ଖେଳାଳିଙ୍କ ପ୍ରତି ଯେଉଁ SOP ରହିଛି ହକି ଫେଡେରେଶନ ଇଣ୍ଡିଆ ଏବଂ ଭାରତ ସରକାରଙ୍କ ଗାଇଡ ଲାଇନ ଅନୁସାରେ କାର୍ଯ୍ୟକାରୀ କରାଯିବ। ଅନ୍ୟପଟେ ନାଜାଲ ଟିକାକୁ ଅନୁମତି ଦିଆଯାଇଛି । ଗୋଟିଏ ନାଜାଲ୍ ଟିକାରେ ଦୁଇଟି ଡୋଜ ରହିଛି । ଏହାକୁ ପ୍ରଥମେ ଘରୋଇ ହସ୍ପିଟାଲରେ ଏହା ଦିଆଯିବ । ରାଜ୍ୟକୁ ନାଜାଲ ଟିକା ଆସିଛି ନା ନାହିଁ ସେନେଇ ଡ୍ରଗ୍ସ୍ କଣ୍ଟ୍ରୋଲ ବୋର୍ଡକୁ ତଥ୍ୟ ମଗାଯାଇଛି ।"

ଅନ୍ୟପଟେ ଗତକାଲି ବୈଠକରେ ମ୍ୟାନ ପାୱାର କେତେ ଅଛି ସେ ନେଇ ବିଶେଷ ଆଲୋଚନା ହୋଇଛି । ଯଦି ଅଧିକ ମ୍ୟାନ ପାୱାର ଆବଶ୍ୟକ ପଡେ ତାହା ମଧ୍ୟ ପ୍ରସ୍ତୁତ ରଖିବାକୁ ନିଷ୍ପତ୍ତି ହୋଇଛି । ଏହାସହ ସବୁ ସରକାରୀ ହସ୍ପିଟାଲରେ ଆଇସୋଲେସନ ବେଡ଼ କାର୍ଯ୍ୟକ୍ଷମ କରାଯାଇଛି । ତାହା ଭିତରେ ଆକ୍ସିଜେନ ବ୍ୟବସ୍ଥା ଥିବା ବେଡ଼ ଅଧିକ ରଖାଯାଇଛି ବୋଲି କୁହାଯାଇଛି । ଟେଷ୍ଟ ଓ ଚିକିତ୍ସା ପାଇଁ ଯେଉଁ ଆବଶ୍ୟକୀୟ ଉପକରଣ ଦରକାର ତାହା ମହଜୁଦ ରହିଛି । ସବୁ ବ୍ୟବସ୍ଥାର ଆଜି ଆଲୋଚନା କରି 27 ତାରିଖରେ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେବେ ରାଜ୍ୟ ସରକାର

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 27, 2022, 8:00 AM IST

ABOUT THE AUTHOR

...view details