ଓଡିଶା

odisha

ETV Bharat / state

୮ ନୂଆ ଗ୍ରୀଡ ସବଷ୍ଟେସନ ଲୋକାର୍ପିତ; ୬୫୦ କୋଟି ଖର୍ଚ୍ଚ, ଉପକୃତ ହେବେ ୨.୨ ଲକ୍ଷ - ୮ ନୂଆ ଗ୍ରୀଡ ସବଷ୍ଟେସନ ଲୋକାର୍ପିତ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୮ଟି ଜିଲ୍ଲାରେ ୮ଟି Extra High Voltage Grid Substation ଲୋକାର୍ପିତ କରିଛନ୍ତି । ଲୋକାର୍ପିତ ସବ ଷ୍ଟେସନ ହେଲା ଅନୁଗୁଳର ମେରାମୁଣ୍ଡଳି, ଖୋର୍ଦ୍ଧାର କଣ୍ଟାବାଡ, କୋରାପୁଟର ବୋରିଗୁମ୍ମା, ଝାରସୁଗୁଡାର ଲଖନପୁର, ସୁନ୍ଦରଗଡର କୁମାରମୁଣ୍ଡା, ସମ୍ବଲପୁରର ବାମରା, ବରଗଡର ଭଟଲି ଏବଂ ଭଦ୍ରକ । ଏହି ସବୁ ଗ୍ରୀଡ ସବଷ୍ଟେସନ ପାଇଁ ରାଜ୍ୟ ସରକାର ୬୫୦ କୋଟି ଟଙ୍କା ବିନିଯୋଗ କରିଛନ୍ତି । ଏହା ଦ୍ବାରା ରାଜ୍ୟର ୨ ଲକ୍ଷ ୨୦ ହଜାର ଉପଭୋକ୍ତା ଉପକୃତ ହେବେ । ଅଧିକ ପଢନ୍ତୁ

୮ ନୂଆ ଗ୍ରୀଡ ସବଷ୍ଟେସନ ଲୋକାର୍ପିତ; ୬୫୦ କୋଟି ଖର୍ଚ୍ଚ, ଉପକୃତ ହେବେ ୨.୨ ଲକ୍ଷ
୮ ନୂଆ ଗ୍ରୀଡ ସବଷ୍ଟେସନ ଲୋକାର୍ପିତ; ୬୫୦ କୋଟି ଖର୍ଚ୍ଚ, ଉପକୃତ ହେବେ ୨.୨ ଲକ୍ଷ

By

Published : Jul 19, 2023, 10:48 PM IST

ଭୁବନେଶ୍ବର: ରାଜ୍ୟବାସୀଙ୍କୁ ମିଳିବ ଗୁଣାତ୍ମକ, ନିରନ୍ତର ବିଜୁଳି । ରାଜ୍ୟରେ ୮ ନୂଆ ଗ୍ରୀଡ ସବଷ୍ଟେସନ ଲୋକାର୍ପିତ ହୋଇଛି । ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ୬୫୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ଉପକୃତ ହେବେ ରାଜ୍ୟର ୨.୨ ଲକ୍ଷ ଲୋକ । ସମସ୍ତଙ୍କ ପାଇଁ ବିଜୁଳି ଲକ୍ଷ୍ୟ ହାସଲରେ ସଫଳତା ମିଳିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଭିଡିଓ କନ୍ଫରେନ୍ସିଂ ଜରିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଅଭିଭାଷଣରେ ଏହା କହିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୮ଟି ଜିଲ୍ଲାରେ ୮ଟି Extra High Voltage Grid Substation ଲୋକାର୍ପିତ କରିଛନ୍ତି । ଲୋକାର୍ପିତ ସବ ଷ୍ଟେସନ ହେଲା ଅନୁଗୁଳର ମେରାମୁଣ୍ଡଳି, ଖୋର୍ଦ୍ଧାର କଣ୍ଟାବାଡ, କୋରାପୁଟର ବୋରିଗୁମ୍ମା, ଝାରସୁଗୁଡାର ଲଖନପୁର, ସୁନ୍ଦରଗଡର କୁମାରମୁଣ୍ଡା, ସମ୍ବଲପୁରର ବାମରା, ବରଗଡର ଭଟଲି ଏବଂ ଭଦ୍ରକ । ଏହି ସବୁ ଗ୍ରୀଡ ସବଷ୍ଟେସନ ପାଇଁ ରାଜ୍ୟ ସରକାର ୬୫୦ କୋଟି ଟଙ୍କା ବିନିଯୋଗ କରିଛନ୍ତି । ଏହା ଦ୍ବାରା ରାଜ୍ୟର ୨ ଲକ୍ଷ ୨୦ ହଜାର ଉପଭୋକ୍ତା ଉପକୃତ ହେବେ ।

ଏହାବି ପଢନ୍ତୁ- Hockey And Gymnastics High Performance Center: ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ହକି ଓ ଜିମ୍ନାଷ୍ଟିକ୍ସ ହାଇ ପରଫରମାନ୍ସ ସେଣ୍ଟର ଉଦଘାଟିତ

୮ ନୂଆ ଗ୍ରୀଡ ସବଷ୍ଟେସନ ଲୋକାର୍ପିତ; ୬୫୦ କୋଟି ଖର୍ଚ୍ଚ, ଉପକୃତ ହେବେ ୨.୨ ଲକ୍ଷ

ସହରାଞ୍ଚଳର ୯୯ ଓ ଗ୍ରାମାଞ୍ଚଳର ୯୭ ପ୍ରତିଶତଙ୍କୁ ବିଜୁଳି- ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହା ଦ୍ବାରା ଜନସାଧାରଣ ଗୁଣାତ୍ମକ ଓ ନିରନ୍ତର ବିଜୁଳି ପାଇପାରିବେ । ସମସ୍ତଙ୍କ ପାଇଁ ବିଜୁଳିର ଲକ୍ଷ୍ୟ ହାସଲ ଦିଗରେ ମଧ୍ୟ ଏହା ଏକ ବଡ ସଫଳତା । ରାଜ୍ୟରେ ୧୬,୩୦୦ ସର୍କିଟ କିମି ଦୀର୍ଘ ବିଦ୍ୟୁତ ସରବରାହ ନେଟୱାର୍କ ରହିଛି । ୧୯୩ଟି Extra High Voltage ଗ୍ରୀଡ ସବଷ୍ଟେସନ ମଧ୍ୟ ନିର୍ମାଣ କରାଯାଇଛି । ରାଜ୍ୟର ସହରାଞ୍ଚଳର ୯୯ ପ୍ରତିଶତ ଓ ଗ୍ରାମାଞ୍ଚଳର ୯୭ ପ୍ରତିଶତର ଲୋକଙ୍କୁ ବର୍ତ୍ତମାନ ବିଜୁଳିର ସୁବିଧା ମିଳୁଛି ।

ନିରନ୍ତର ବିଜୁଳି ଯୋଗାଇବା ସରକାରଙ୍କ ଲକ୍ଷ୍ୟ: ନୀତି ଆୟୋଗର ରିପୋର୍ଟକୁ ଭିତ୍ତିକରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୨୦୧୫-୧୬ ରୁ ୨୦୧୯-୨୦ ମଧ୍ୟରେ ରାଜ୍ୟର ୬୦ ଲକ୍ଷରୁ ଅଧିକ ଲୋକ ଗରିବୀରୁ ଉପରକୁ ଉଠିଛନ୍ତି । ଏଥିରେ ଗୁଣାତ୍ମକ ବିଦ୍ୟୁତର ଏକ ବଡ ଭୂମିକା ରହିଛି । ଆଧୁନିକ ଅର୍ଥନୀତିର ମୁଖ୍ୟ ଆଧାର ହେଉଛି ବିଜୁଳି । ଲୋକଙ୍କ ଜୀବନଧାରଣର ମାନରେ ଉନ୍ନତି ପାଇଁ ବିଜୁଳି ଅତି ଜରୁରୀ । ଲୋକଙ୍କୁ ନିରନ୍ତର ବିଜୁଳି ଯୋଗାଇବା ସରକାରଙ୍କ ଏକ ମୁଖ୍ୟ ଲକ୍ଷ୍ୟ । ଏଥିପାଇଁ ଉଦ୍ୟମ ଜାରି ରହିଛି ।

୮ ନୂଆ ଗ୍ରୀଡ ସବଷ୍ଟେସନ ଲୋକାର୍ପିତ; ୬୫୦ କୋଟି ଖର୍ଚ୍ଚ, ଉପକୃତ ହେବେ ୨.୨ ଲକ୍ଷ

ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ କହିଛନ୍ତି ଯେ, ଏହା ଦ୍ବାରା ଶିଳ୍ପ, କୃଷି, ଶିକ୍ଷା ଆଦି କ୍ଷେତ୍ରରେ ବିକାଶ ତ୍ବରାନ୍ବିତ ହେବ । ଏହା ସହିତ ଲୋକଙ୍କୁ ଗୁଣାତ୍ମକ ବିଜୁଳି ମିଳିପାରିବ । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୪୬୩ଟି ଗ୍ରୀଡ ସବଷ୍ଟେସନ ନିର୍ମାଣ କରାଯାଇଛି । ଆଉ ୧୦୦ଟି ନିର୍ମାଣାଧୀନ ଅଛି । ମେରାମୁଣ୍ଡଳିରେ ଉପବାଚସ୍ପତି ରଜନୀକାନ୍ତ ସିଂହ, କଣ୍ଟାବାଡରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶୋକ ପଣ୍ଡା, କୁମାରମୁଣ୍ଡାରେ ଶ୍ରମ ମନ୍ତ୍ରୀ ସାରଦା ପ୍ରସାଦ ନାୟକ, ବୋରିଗୁମାରେ ସାଂସଦ ରମେଶ ଚନ୍ଦ୍ର ମାଝୀ, ଲଖନପୁରରେ ବିଧାୟିକା ଅଳକା ମହାନ୍ତି, ବାମରାରେ କୁଚିଣ୍ଡା ବିଧାୟକ କିଶୋର ଚନ୍ଦ୍ର ନାୟକ ଏବଂ ଭଟଲିରେ ବିଧାୟକ ସୁଷାନ୍ତ ସିଂହ ପ୍ରମୁଖ ଯୋଗ ଦେଇ ରାଜ୍ୟର ବିକାଶରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ ନେତୃତ୍ବ ଓ ଦୂରଦୃଷ୍ଟିର ଉଚ୍ଚପ୍ରଶଂସା କରିଛନ୍ତି । ଏହି ସବଷ୍ଟେସନ ଦ୍ବାରା ସ୍ଥାନୀୟ ଅଞ୍ଚଳରେ ଲୋ-ଭୋଲଟେଜ ସମସ୍ୟା ଦୂର ହେବ । ଏହା ସହିତ ସାଧାରଣ ଲୋକଙ୍କ ଜୀବନଯାପନ ଆହୁରି ସହଜ ହେବ । କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା ୫ଟି ସଚିବ ଭି.କେ. ପାଣ୍ଡିଆନ ପରିଚାଳନା କରିଛନ୍ତି । ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ଧଳ ସ୍ବାଗତ ଭାଷଣ ଦେଇଛନ୍ତି । OPTCLର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଧନ୍ୟବାଦ ଦେଇଛନ୍ତି ।

୮ ନୂଆ ଗ୍ରୀଡ ସବଷ୍ଟେସନ ଲୋକାର୍ପିତ; ୬୫୦ କୋଟି ଖର୍ଚ୍ଚ, ଉପକୃତ ହେବେ ୨.୨ ଲକ୍ଷ

OPGC ଓ OPTCL ପକ୍ଷରୁ ୧୪୫ କୋଟି ଲାଭାଂଶ ପ୍ରଦାନ - ଓଡିଶା ପାୱାର ଜେନେରେସନ କର୍ପୋରେସନ ପକ୍ଷରୁ ୧୦୩.୩୭ କୋଟି ଏବଂ OPTCL ପକ୍ଷରୁ ୪୨ କୋଟି ଟଙ୍କା ରାଜ୍ୟ ସରକାରଙ୍କ ଅନ୍ତରୀଣ ଲାଭାଂଶ ବାବଦରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ପ୍ରଦାନ କରାଯାଇଛି । ଏହା ସହିତ OPGC ପକ୍ଷରୁ ୨ କୋଟି ଓ OPTCL ପକ୍ଷରୁ ୩ କୋଟି ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଦୁଇଟି ପିଏସୟୁ ରାଜ୍ୟ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ଶିଳ୍ପାନୁଷ୍ଠାନ ଭାବରେ ପରିଣତ ହେବା ଖୁସିର କଥା । ଆଗାମୀ ଦିନରେ ଦୁଇ ଅନୁଷ୍ଠାନ ଆହୁରି ସଫଳତା ହାସଲ କରିବେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details