ଓଡିଶା

odisha

ETV Bharat / state

ନବୀନଙ୍କ ବଡ ଘୋଷଣା, 'ଫନି'ରେ ଘର ଭାଙ୍ଗିଥିଲେ ମିଳିବ ପକ୍କା ଘର - housing

'ଫନି' କ୍ଷତିଗ୍ରସ୍ତଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଘୋଷଣା। ବାତ୍ଯାରେ ଯଦି କୌଣସି ଲୋକଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବ ତେବେ ସେମାନଙ୍କୁ ମିଳିବ ପକ୍କା ଘର। ମେ ୧୫ରୁ ଆରମ୍ଭ ହେବ କ୍ଷୟକ୍ଷତିର ଆକଳନ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : May 13, 2019, 10:03 AM IST

ଭୁବନେଶ୍ବର: 'ଫନି' କ୍ଷତିଗ୍ରସ୍ତଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଘୋଷଣା। ବାତ୍ଯାରେ ଯଦି କୌଣସି ଲୋକଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବ ତେବେ ସେମାନଙ୍କୁ ମିଳିବ ପକ୍କା ଘର। ମେ ୧୫ରୁ ଆରମ୍ଭ ହେବ କ୍ଷୟକ୍ଷତିର ଆକଳନ। ସେହିପରି ଅଧିକ କ୍ଷତିଗ୍ରସ୍ତ ହୋଇଥିବା ବ୍ଲକରେ ବରିଷ୍ଠ ଅଧିକାରୀ ନିଯୁକ୍ତ ହେବେ। ଜୁନ୍‌ ୧ରୁ କ୍ଷତିଗ୍ରସ୍ତଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯିବ । କେହି ଯୋଗ୍ୟ ହିତାଧିକାରୀ ଏହି କ୍ଷତି ପୂରଣ ପାଇବାରୁ ଯେପରି ବାଦ ନ ପଡ଼ିବେ। ସେଥିପାଇଁ ଆମେ ଯତ୍ନବାନବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଫନି ବାତ୍ୟା ରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି ଉପକୂଳ ଓଡ଼ିଶାର ଅଧିକାଂଶ ଅଞ୍ଚଳ। 5 ତାରିଖରେ ବାତ୍ଯା ମୁଖ୍ଯମନ୍ତ୍ରୀ ନିଜେ ବାତ୍ଯା ଅଞ୍ଚଳ ପରିଦର୍ଶନ କରିଖିବା ବେଳେ । ପ୍ରଧାନମନ୍ତ୍ରୀ 6 ତାରିଖରେ ଓଡିଶା ଆସି କ୍ଷୟକ୍ଷତି ତଦାରଖ କରିବା ସହ ବାତ୍ଯା ଅଞ୍ଚଳ ବୁଲି ଦେଖିଥିଲେ ।

କିନ୍ତୁ ଗତକାଲି ମୁଖ୍ୟମନ୍ତ୍ରୀ ବାତ୍ଯାରେ ଭାଙ୍ଗି ଯାଇଥିବା ଲୋକମାନଙ୍କୁ ପକ୍କା ଘର ଯୋଗାଇଦେବା ପାଇଁ ଘୋଷଣା କରିଛନ୍ତି । ପ୍ରଭାବିତ ଅଞ୍ଚଳମାନଙ୍କରେ ସମ୍ପୂଣ୍ଣ ଭାଙ୍ଗିଯାଇଥିବା ଘର ପାଇ 91,500 ଟଙ୍କା ଓ ଆଶିଂକ ଭାଙ୍ଗିଥିବା ଘର ପାଇଁ 5,200 ଟଙ୍କା ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।


ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details