ଓଡିଶା

odisha

ETV Bharat / state

Deloitt In Bhubaneswar:ଓଡିଆ ଜାତିର ବୌଦ୍ଧିକ କ୍ଷମତାକୁ ସ୍ୱୀକୃତି ଦେଇଛି: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଦୁର୍ଗମ ଅଞ୍ଚଳରୁ ଆସି ଏଆଇସିଟିଇ ସ୍ୱୀକୃତି ପ୍ରାପ୍ତ ଇଞ୍ଜିନିୟରିଂ କଲେଜରେ ପଢୁଥିବା ଓଡ଼ିଆ ପିଲାମାନେ ସୁଯୋଗ ପାଇଲେ ବୈଷୟିକ ଦକ୍ଷତା ପ୍ରତିପାଦିତ କରିପାରିବେ । ପିଲା ଦିନରୁ ଥିବା ମୋର ଏହି ଧାରଣା ବାସ୍ତବର ରୂପ ନେଉଛି । ଡେଲୋଏଟର ଟେକ୍ନିକାଲ ସେଣ୍ଟରରେ ନବନିଯୁକ୍ତ ଓଡ଼ିଆ ଯୁବପିଢି ଆନନ୍ଦପୁର, ସୋନପୁର, କଳାହାଣ୍ଡି, ଅନୁଗୋଳ, ବାରିପଦା, ରାଇରଙ୍ଗପୁର ଭଳି ଅଞ୍ଚଳକୁ ଡେଲୋଏଟକୁ ନେବା ପାଇଁ ବଡ ଭାଇ ଭାବେ ପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ଅଧିକ ପଢନ୍ତୁ

Deloitt In Bhubaneswar
Deloitt In Bhubaneswar

By

Published : Jan 6, 2023, 7:37 PM IST

Deloitt In Bhubaneswar:ଓଡିଆ ଜାତିର ବୌଦ୍ଧିକ କ୍ଷମତାକୁ ସ୍ୱୀକୃତି ଦେଇଛି: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର: ବିଶ୍ୱର ପ୍ରତିଷ୍ଠିତ ଆଇଟି କମ୍ପାନୀ ‘ଡେଲୋଏଟ’ ଭୁବନେଶ୍ୱରରେ ସେଣ୍ଟର ଖୋଲିଛି(Inaugurate the Capability Enhancement Centre of Deloitte in Bhubaneswar) । ଏହା ଓଡିଆ ଜାତିର ବୌଦ୍ଧିକ କ୍ଷମତାକୁ ସ୍ୱୀକୃତି ଦେଇଛି । କମ୍ପାନୀର “କାପାବିଲିଟି ଏନହାନ୍ସମେଣ୍ଟ ସେଣ୍ଟର”ର ଲୋକାର୍ପଣ କରିବା ଅବସରରେ ଏହା କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Union Minister Dharmendra Pradhan) । ପ୍ରଧାନମନ୍ତ୍ରୀଙ୍କ ପୂର୍ବଦୋୟ କଳ୍ପନାରେ ଡେଲୋଏଟ ଓଡ଼ିଶାର ଯୁବପୀଢିଙ୍କ ପାଇଁ ଅପାର ସମ୍ଭାବନା ଆଣିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ଓଡ଼ିଆ ଯୁବପୀଢିଙ୍କ ବୌଦ୍ଧିକ କ୍ଷମତା ଆଗାମୀ ଦିନରେ ବିଶ୍ୱ ଅର୍ଥନୀତିକୁ ନିଶ୍ଚୟ ପ୍ରଭାବିତ କରିବ ବୋଲି ଆଶାବାଦୀ ।

ଏହାବି ପଢନ୍ତୁ- ଫେବୃଆରୀରେ ଆସିପାରେ ରାଜ୍ୟ ବଜେଟ, ବସିଲା ପ୍ରି ବଜେଟ ପରାମର୍ଶ ବୈଠକ

ଧର୍ମେନ୍ଦ୍ର କହିଛନ୍ତି, ‘‘କିଛି ବର୍ଷ ପୂର୍ବେ ଡାଭୋସରେ ବିଶ୍ୱ ଅର୍ଥନୀତି ଫୋରମର ଏକ ବୈଠକରେ ସେ ଡେଲୋଏଟରର ଗ୍ଲୋବାଲ ସିଇଓ ପୁନୀତ ରେନଜେନଙ୍କୁ ଓଡ଼ିଶାରେ ଡେଲୋଏଟର ଏକ ସେଣ୍ଟର ଖୋଲିବା ପାଇଁ ଅନୁରୋଧ କରିଥିଲି । ଆଜି ଏହା ବାସ୍ତବ ରୂପ ନେଇଛି । ତେଣୁ ସେ ପୁନୀତ ରେନଜନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଓଡ଼ିଶାର ଯୁବବର୍ଗଙ୍କ ପାଇଁ ଆଜି ଏକ ବଡ଼ଦିନ । ବିଶ୍ୱର ଅନେକ ସ୍ଥାନକୁ ଯିବାବେଳେ ଓଡ଼ିଆ ପିଲାମାନଙ୍କୁ ଭେଟିବା ବେଳେ ସମସ୍ତଙ୍କ ମନରେ ଓଡ଼ିଶାରେ ସୁଯୋଗ ମିଳିବା ନେଇ ପ୍ରଶ୍ନ ଥିଲା । ମାତ୍ର ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡିଜିଟାଲ ଇଣ୍ଡିଆ ଓ ଇନୋଭେସନର ସ୍ୱପ୍ନ ସାକାର ହେଉଛି । ଦେଶରେ ଇନୋଭେସନ, ଟେକ୍ନୋଲୋଜି, ନୂଆ ଅର୍ଥନୀତିର ମଡେଲ ଧୀରେଧୀରେ ଉଭା ହେଉଛି । ଭୁବନେଶ୍ୱରରେ ଡେଲୋଏଟ ସେଣ୍ଟର ଏ ଦିଗରେ ଗୋଟିଏ ବଡ ପଦକ୍ଷେପ । ଏହି ସଂସ୍ଥାରେ ପିଲାମାନେ କାମ କଲେ ସେମାନଙ୍କର ଦକ୍ଷତା ବଢିବ । ଭାରତ ଯେତେବେଳେ ବିଶ୍ୱର ନେତୃତ୍ୱ ନେବା ପାଇଁ ପ୍ରସ୍ତୁତ ହେଉଛି ସେ ସମୟରେ ଡେଲୋଏଟର ଏହି କମ୍ପାନୀ ଦ୍ୱାରା ଭାରତ ମଧ୍ୟ ୧୫୦ଟି ଦେଶ ସହ ଯୋଡ଼ିହେବ । ଏହାଦ୍ୱାରା ଆମର ଅର୍ଥନୀତି, ପର୍ଯ୍ୟଟନ ଓ ସଂସ୍କୃତିର ପ୍ରଚାର ପ୍ରସାର ଘଟିବ । ଅନେକ ବର୍ଷ ପୂର୍ବେ ଆଦିକବି ସାରଳା ଦାସ ପ୍ରଥମ ଭାଷାଭିତ୍ତିକ ମହାଭାରତର ରଚନା କରିଥିଲେ । ପ୍ରାୟ ଦୁଇଶହ ବର୍ଷ ପୂର୍ବେ ମହିମା ଧର୍ମର ମହାନ ପ୍ରଚାରକ ସନ୍ଥ କବି ଭୀମ ଭୋଇଙ୍କ ଉକ୍ତି ‘ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ’ ଜାତିସଂଘର ପ୍ରାଚୀରରେ ଲେଖା ହୋଇଛି । ଏହା ଆମ ଓଡ଼ିଆ ଜାତିର ବୌଦ୍ଧିକ କ୍ଷମତାର ଚରମ ନିଦର୍ଶନ । ଆଉ ସେହି ଓଡ଼ିଆ ଜାତିର ବୌଦ୍ଧିକ କ୍ଷମତାକୁ ସ୍ୱୀକୃତି ଦେଇ ଭୁବନେଶ୍ୱରଠାରେ ନିଜ ଟେକ୍ନିକାଲ ସେଣ୍ଟର ସ୍ଥାପନ କରିଥିବାରୁ ଡେଲୋଏଟକୁ ଧର୍ମେନ୍ଦ୍ର ଧନ୍ୟବାଦ ଜଣାଇଛନ୍ତି ।’’

ଏହାବି ପଢନ୍ତୁ - ଡାକ୍ତରଙ୍କୁ କହୁଛି ୬ ବର୍ଷର ବାଳକ, ମୋତେ କ୍ୟାନ୍ସର ଏହା ମୋ ବାପାମାଆଙ୍କୁ କହିବ ନାହିଁ

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଦୁର୍ଗମ ଅଞ୍ଚଳରୁ ଆସି ଏଆଇସିଟିଇ ସ୍ୱୀକୃତି ପ୍ରାପ୍ତ ଇଞ୍ଜିନିୟରିଂ କଲେଜରେ ପଢୁଥିବା ଓଡ଼ିଆ ପିଲାମାନେ ସୁଯୋଗ ପାଇଲେ ବୈଷୟିକ ଦକ୍ଷତା ପ୍ରତିପାଦିତ କରିପାରିବେ । ପିଲା ଦିନରୁ ଥିବା ମୋର ଏହି ଧାରଣା ବାସ୍ତବର ରୂପ ନେଉଛି । ଡେଲୋଏଟର ଟେକ୍ନିକାଲ ସେଣ୍ଟରରେ ନବନିଯୁକ୍ତ ଓଡ଼ିଆ ଯୁବପିଢି ଆନନ୍ଦପୁର, ସୋନପୁର, କଳାହାଣ୍ଡି, ଅନୁଗୋଳ, ବାରିପଦା, ରାଇରଙ୍ଗପୁର ଭଳି ଅଞ୍ଚଳକୁ ଡେଲୋଏଟକୁ ନେବା ପାଇଁ ବଡ ଭାଇ ଭାବେ ପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ଆମ ଯୁବପିଢିଙ୍କ ବୌଦ୍ଧିକ କ୍ଷମତା ଆଗାମୀ ଦିନରେ ବିଶ୍ୱ ଅର୍ଥନୀତିକୁ ନିଶ୍ଚୟ ପ୍ରଭାବିତ କରିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ପୂର୍ବ ଭାରତର ବିକାଶ ବିନା ସମଗ୍ର ଭାରତର ବିକାଶ ଅସମ୍ଭବ । ଏଥିପାଇଁ ସେ ‘ପୂର୍ବଦୋୟ ମିଶନ’ର କଳ୍ପନା କରିଛନ୍ତି । ପୂର୍ବ ଭାରତର ବିକାଶ ଦ୍ୱାରା ଆମ ଦେଶ ଭାରତ ଜ୍ଞାନ ଆଧାରିତ ଅର୍ଥନୀତିରେ ପରିଣତ ହେବା ସହ ପୁଣି ଥରେ ବିଶ୍ୱଗୁରୁ ଭାବରେ ବିବେଚିତ ହେବ । ରାଜ୍ୟରେ ୫ଜି ଟେଲିକମ ସେବାର ଶୁଭାରମ୍ଭ ହୋଇଥିବା ବେଳେ ପ୍ରାକୃତିକ ସମ୍ବଳରେ ପରିପୂର୍ଣ୍ଣ ଓଡ଼ିଶାରେ ଡେଲୋଏଟର ଟେକ୍ନିକାଲ ସେଣ୍ଟର ରାଜ୍ୟ ପାଇଁ ଅପାର ସମ୍ଭାବନା ଆଣିବ ବୋଲି କେନ୍ଦ୍ରମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି ।

ଏହାବି ପଢନ୍ତୁ- Delhi Mayor polls: BJP-AAP କାଉନସିଲରଙ୍କ ବିକ୍ଷୋଭ, ହୋହଲ୍ଲାରେ କମ୍ପିଲା ମତଦାନ କେନ୍ଦ୍ର

୨୦୧୮ ମସିହା ଜାନୁଆରୀ ୨୩ ରେ କେନ୍ଦ୍ରମନ୍ତ୍ରୀ ଦେଶରେ ଦକ୍ଷତା ବିକାଶ ଏବଂ ଉଦ୍ୟମିତା କ୍ଷେତ୍ରରେ ଥିବା ସମ୍ଭାବନା ନେଇ ଡେଲୋଏଟର ଗ୍ଲୋବାଲ ଚେୟାମ୍ୟାନର ସହ ଅନୁଷ୍ଠିତ ବୈଠକ ଫଳପ୍ରଦ ହୋଇଥିଲା । ପରେ ୨୦୧୯ ଫେବୃୟାରୀ ୨୨ ତାରିଖରେ ଡେଲୋଏଟର ଓ୍ୱାର୍ଲଡକ୍ଲାସ ଇନିସିଏଟିଭ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଭୁବନେଶ୍ୱରରେ ଡେଲୋଏଟର ସଂପ୍ରସାରଣ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ଟ୍ୱିଟ କରିବା ପରେ ତାଙ୍କୁ ଓ ଡେଲୋଏଟର ଗ୍ଲୋବାଲ ସିଇଓ ପୁନୀତ ରେନଜେନଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହାବ୍ୟତିତ ଗତବର୍ଷ ଅକ୍ଟୋବର ୦୭ ତାରିଖରେ ପ୍ରତ୍ୟକ୍ଷ ଭାବରେ କେନ୍ଦ୍ରମନ୍ତ୍ରୀ ରେନଜେନଙ୍କୁ ନୂଆଦିଲ୍ଲୀରେ ଭେଟି ଓଡ଼ିଶାରେ ଡେଲୋଏଟ ସେଣ୍ଟର ଖୋଲିବା ଅନୁରୋଧକୁ ରକ୍ଷା କରିଥିବାରୁ ସେ ଧନ୍ୟବାଦ ଜଣାଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details