ଓଡିଶା

odisha

By

Published : Nov 5, 2022, 10:18 PM IST

ETV Bharat / state

ଆରମ୍ଭ ହେବ ଦଶମ ସମ୍ମେଟିଭ ଆସେସମେଣ୍ଟ 1 ପରୀକ୍ଷା, ପ୍ରସ୍ତୁତ ଛାତ୍ରଛାତ୍ରୀ

ଚଳିତ ମାସ 23 ତାରିଖରୁ ଆରମ୍ଭ ହେବାକୁ ଯାଉଛି ମାଟ୍ରିକ ସମ୍ମେଟିଭ୍‌ ଆସେସ୍‌ମେଣ୍ଟ-1 । ଏନେଇ ଛାତ୍ରଛାତ୍ରୀ ବୋର୍ଡ ୱେବସାଇଟର http://www.bseodisha.ac.in ରୁ ଆଡମିଟ କାର୍ଡ ଡାଉନଲୋଡ କରିପାରିବେ । ଅଧିକ ପଢନ୍ତୁ

ଆରମ୍ଭ ହେବ ଦଶମ ସମେଟିଭ ଆସେସମେଣ୍ଟ 1 ପରୀକ୍ଷା, ପ୍ରସ୍ତୁତ ଛାତ୍ରଛାତ୍ରୀ
ଆରମ୍ଭ ହେବ ଦଶମ ସମେଟିଭ ଆସେସମେଣ୍ଟ 1 ପରୀକ୍ଷା, ପ୍ରସ୍ତୁତ ଛାତ୍ରଛାତ୍ରୀ

ଭୁବନେଶ୍ବର:ଚଳିତ ମାସ 23 ତାରିଖରୁ ଆରମ୍ଭ ହେବାକୁ ଯାଉଛି ମାଟ୍ରିକ ସମ୍ମେଟିଭ୍‌ ଆସେସ୍‌ମେଣ୍ଟ-1 । ରାଜ୍ୟର 30 ଜିଲ୍ଲାର 3029 ପରୀକ୍ଷା କେନ୍ଦ୍ରରେ ଏହି ପରୀକ୍ଷା ଅନୁଷ୍ଠିତ ହେବ । ରାଜ୍ୟରେ 5 ଲକ୍ଷ 32 ହଜାର 712 ଜଣ ପରୀକ୍ଷାର୍ଥୀ ସମ୍ମେଟିଭ୍‌ ଆସେସ୍‌ମେଣ୍ଟ-1 ପାଇଁ ଫର୍ମ ଫିଲଅପ୍ କରିଛନ୍ତି । ଏନେଇ ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଛାତ୍ରଛାତ୍ରୀ ବୋର୍ଡ ୱେବସାଇଟର http://www.bseodisha.ac.in ରୁ ଆଡମିଟ କାର୍ଡ ଡାଉନଲୋଡ କରିପାରିବେ । ମିଳିଥିବା ସୂଚନା ଅନୁସାରେ ପରୀକ୍ଷା ପାଇଁ 316 ନୋଡାଲ ସେଣ୍ଟରରେ ପ୍ରଶ୍ନପତ୍ର କଡ଼ା ସୁରକ୍ଷାରେ ରଖାଯିବ ।

ଆରମ୍ଭ ହେବ ଦଶମ ସମେଟିଭ ଆସେସମେଣ୍ଟ 1 ପରୀକ୍ଷା, ପ୍ରସ୍ତୁତ ଛାତ୍ରଛାତ୍ରୀ

ସେହିପରି ମଧ୍ୟମା ଓ ଓପନ ସ୍କୁଲ ପାଇଁ ଆସନ୍ତା 17 ତାରିଖଠାରୁ ଆଡମିଟ୍‌ କାର୍ଡ ମିଳିବ। ନଭେମ୍ବର 11 ତାରିଖଠାରୁ ଭୋକେସନାଲ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହେବ । 1012 ଟି ସ୍କୁଲରେ ଏହି ଭୋକେସନାଲ ପ୍ରାକ୍ଟିକାଲ ପରୀକ୍ଷା ନଭେମ୍ବର 18 ତାରିଖ ଯାଏଁ ଚାଲିବ । ସକାଳ 10 ଟାରୁ ପରୀକ୍ଷା ଆରମ୍ଭ ହୋଇ 12 ଟାରେ ଶେଷ ହେବ । କେବଳ ଗଣିତ ବିଷୟରେ ପରୀକ୍ଷାର୍ଥୀଙ୍କୁ ଅତିରିକ୍ତ 15 ମିନିଟ୍ ସମୟ ମିଳିବ । ପ୍ରତି ବିଷୟରେ 80 ନମ୍ବରରେ ପରୀକ୍ଷା କରାଯିବ । ସେଥିରୁ 50 ନମ୍ବର ଅବ୍‌ଜେକ୍ଟିଭ୍ ଓ 30 ନମ୍ବର ସବ୍‌ଜେକ୍ଟିଭ୍ ପ୍ରଶ୍ନ ଉତ୍ତର ରହିବ । ସମସ୍ତ ବିଷୟରେ ରେଗୁଲାର, ଏକ୍ସରେଗୁଲାର ପାଇଁ ପ୍ରଶ୍ନପତ୍ର ସମାନ ରହିବ । ଏନେଇ ପରୀକ୍ଷାର୍ଥୀ ମାନେ କହିଛନ୍ତି ଯେ, ବୋର୍ଡ ପରୀକ୍ଷାଥିବାରୁ ପାଠ ପଢାରେ ଅଧିକ ଧ୍ୟାନ ଦିଆଯାଉଛି । ଦିନରେ ଦୁଇରୁ ତିନି ଘଣ୍ଟା ପାଠ ପଢା ସହ ଟ୍ୟୁସନ ମାଧ୍ୟମରେ ପାଠ ପଢା ହେଉଛି । ପରୀକ୍ଷା ଅନୁସାରେ କୋର୍ସ ସାରିଥିବା ବେଳେ ଏବେ ରିଭିଜନ ଆରମ୍ଭ ହୋଇଛି । ପ୍ରଥମ ଡିଭିଜନ ଆଣିବା ପାଇଁ ଛାତ୍ରଛାତ୍ରୀ ଆଶା ରଖିଛନ୍ତି ।


ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details