ଖୋର୍ଦ୍ଧା :ଜିଲ୍ଲାରେ ଏକ ସରକାରୀ ଜାଗାକୁ ଅକ୍ତିଆର କରିଛନ୍ତି ଜବରଦଖଲକାରୀ । ଉଚ୍ଚ ନ୍ୟାୟାଳୟର ରହିତାଦେଶ ସତ୍ତ୍ବେ ଟାଇଟ କଲେଜ କର୍ତ୍ତୃପକ୍ଷ ଖୋର୍ଦ୍ଧାର ପୁରୁଣା ଡିଆରଡିଏ ଗୃହକୁ ଭାଙ୍ଗିବା ସହିତ ଏକ ଏକର ଆଠଶହ ବତିସ ଡ଼ିସିମିଲ ଜାଗାକୁ ବେଆଇନ ଭାବେ ଅକ୍ତିଆର କରିଥିବା ଅଭିଯୋଗରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।
ସୋମବାର ନିୟୁ ଥିଙ୍କିଙ୍ଗ ଫୋରମ ନାମକ ଏକ ସ୍ବେଚ୍ଛାସେବୀ ସଙ୍ଗଠନ ଏହାର ପ୍ରତିବାଦ କରି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଏଥିରେ ଅଦାଲତ ଅବମାନନା କରିବା ନେଇ କଲେଜ କର୍ତ୍ତୃପକ୍ଷଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।